Mental Health / ପ୍ରତି ସ୍କୁଲ୍ ଓ କଲେଜରେ ୯୦ ଦିନରେ ନିଯୁକ୍ତ କର ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞ: ହାଇକୋର୍ଟ
·4 months ago·2 min read

Key Points
ରାଜ୍ୟର ପ୍ରତ୍ୟେକ ସ୍କୁଲ୍ ଓ କଲେଜରେ ୯୦ ଦିନ ମଧ୍ୟରେ ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞ ନିଯୁକ୍ତ ସୁନିଶ୍ଚିତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରତି ଜିଲ୍ଲାସ୍ତରୀୟ ହସ୍ପିଟାଲ୍ରେ ମନୋଚିକିତ୍ସକ ଓ କାଉନସିଲର ଉପଲବ୍ଧ କରାଯାଉ ।
ଭୋପାଳ: ଆଉ ରାଗିବେନି ପିଲା, ରହିବ ମାନସିକ ସନ୍ତୁଳନ । ପିଲାମାନଙ୍କ ମଧ୍ୟରେ ବଢ଼ୁଥିବା ମାନସିକ ବିକୃତିକୁ ଦେଖି ହାଇକୋର୍ଟଙ୍କ ଖଣ୍ଡପୀଠ ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ପ୍ରତ୍ୟେକଟି ବିଦ୍ୟାଳୟ ଓ କଲେଜରେ ୯୦ ଦିନ ମଧ୍ୟରେ ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞ ନିଯୁକ୍ତ କରିବାକୁ କହିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟର ଜବଲପୁର ଖଣ୍ଡପୀଠ ।
ଯୁବବର୍ଗ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ୁଥିବା ଇର୍ଷା ଓ ମାନସିକ ସନ୍ତୁଳନ ଉପରେ ଖଣ୍ଡପୀଠ ଗମ୍ଭୀର ଚିନ୍ତା ବ୍ୟକ୍ତ କରିଛନ୍ତି । ବିଚାରପତି ବିବେକ ଅଗ୍ରୱାଲ ଓ ରତ୍ନେଶ ଚନ୍ଦ୍ର ବିସେନଙ୍କ ଖଣ୍ଡପୀଠ କହିଛନ୍ତି, "ପାରିବାରିକ ଉପେକ୍ଷା, ତୁଳନାରୁ ଅନେକ ସମୟରେ ଭାବନା ଗମ୍ଭୀର ମାନସିକ ବିକୃତି ରୂପ ନିଏ । ଯାହା ଶେଷରେ "ଅପରାଧିକ ଘଟଣାକୁ ବାଟ କଢ଼ାଇପାରେ ।"
ଏଥିସହ ପଢ଼ନ୍ତୁ: ସକାଳୁ ଏହି ଅଭ୍ୟାସ ଥିଲେ ସାବଧାନ ! ଶୀଘ୍ର ହୋଇଯିବେ ଦୁର୍ବଳ
ରାଜ୍ୟର ପ୍ରତ୍ୟେକ ସ୍କୁଲ୍ ଓ କଲେଜରେ ୯୦ ଦିନ ମଧ୍ୟରେ ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞ ନିଯୁକ୍ତ ସୁନିଶ୍ଚିତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରତି ଜିଲ୍ଲାସ୍ତରୀୟ ହସ୍ପିଟାଲ୍ରେ ମନୋଚିକିତ୍ସକ ଓ କାଉନସିଲର ଉପଲବ୍ଧ କରାଯାଉ । ଫଳରେ ଲୋକ ଆବଶ୍ୟକ ସମୟରେ ଚିକିତ୍ସା ପାଇ ପାରିବେ ।
ଏଥିସହ ମୁଖ୍ୟ ଶାସନ ସଚିବ ସଚିବଙ୍କୁ ହାଜର ହେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ରାଜ୍ୟ ସ୍ତରରେ ସମଗ୍ରୀ ନୀତି ଆଣିବାକୁ କହିଛନ୍ତି । ଯେଉଁଥିରେ ଯୁବବର୍ଗଙ୍କ ସହ ବୟସ୍କଙ୍କ ମାନସିକ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବା ଲାଗି ବିଶେଷ ବ୍ୟବସ୍ଥା କରାଯିବ ।
ଏଥିସହ ପଢ଼ନ୍ତୁ: ବିଶ୍ଵରେ ୩୩୦ କୋଟି ଲୋକ ମାନସିକ ଅବସାଦର ଶିକାର
ବିଦ୍ୟାଳୟ ଓ କଲେଜ ଗୁଡ଼ିକରେ ସୁବ୍ୟବସ୍ଥିତ ଢଙ୍ଗରେ ହେଲ୍ଥ କ୍ଲିନିକ ସ୍ଥାପିତ କରାଯିବ । ଯେଉଁଠି ଛାତ୍ରଛାତ୍ରୀ ନିୟମିତ ପରାମର୍ଶ ଓ ସହାୟତା ପାଇ ପାରିବେ । ଏହି ସମସ୍ତ ପ୍ରସ୍ତାବ ଉପରେ ପଦକ୍ଷେପ ଗ୍ରହଣ କରିବା ଲାଗି ଖଣ୍ଡପୀଠ ୯୦ ଦିନ ସମୟ ଦେଇଛନ୍ତି ।
ନରସିଂହପୁର ଜିଲ୍ଲାରେ ଭଉଣୀକୁ ହତ୍ୟା ସମ୍ପର୍କିକ ଏକ ହତ୍ୟା ମାମଲାର ଶୁଣାଣି ବେଳେ କୋର୍ଟ ଏହି ରାୟ ଦେଇଛନ୍ତି । ପାରିବାରିକ ଇର୍ଷାକୁ ଅପରାଧର ପ୍ରମୁଖ କାରଣ ଦର୍ଶାଇଛନ୍ତି କୋର୍ଟ । ଏଥିସହ ତଳକୋର୍ଟ ଦେଇଥିବା ଦଣ୍ଡାଦେଶକୁ ଖଣ୍ଡପୀଠ କାଏମ ରଖିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories