Videos
|
National

Dhoni Viral Video / ବିମାନରେ ଧୋନିଙ୍କୁ ଭେଟିଲେ ଏୟାର ହୋଷ୍ଟେସ୍, କ୍ୟାପେଟନ କୁଲ କହିଲେ ଏହି କଥା...

Bikash Mohanty
Browse all articles by Bikash Mohanty
·1 hour ago·2 min read
ବିମାନରେ ଧୋନିଙ୍କୁ ଭେଟିଲେ ଏୟାର ହୋଷ୍ଟେସ୍, କ୍ୟାପେଟନ କୁଲ କହିଲେ ଏହି  କଥା...
DHONI

Key Points

ବିମାନରେ ଧୋନିଙ୍କୁ ଭେଟିଲେ ଏୟାର ହୋଷ୍ଟେସ୍
ଧୋନି ତାଙ୍କ ସହ ବହୁତ ସମୟ ଧରି କଲେ ଆଲୋଚନା 
ଧୋନିଙ୍କୁ ସେ ‘ଦି ମିଥ୍ ଆଣ୍ଡ୍ ଦି ଲିଜେଣ୍ଡ୍’ ବୋଲି କହିଲେ
ଭୁବନେଶ୍ବର,୧୨/୧୦: ନିଜ ପ୍ରିୟ କ୍ରିକେଟରଙ୍କୁ ହଠାତ୍ ଭେଟିବାର ସୁଯୋଗ ମିଳିଲେ କାହାକୁ ବା ଖୁସି ଲାଗିବ ନାହିଁ! ଆଉ ସେହି କ୍ରିକେଟର ଯଦି ମହେନ୍ଦ୍ର ସିଂହ ଧୋନି ହୋଇଥାଆନ୍ତି, ତେବେ ଖୁସି ଦ୍ୱିଗୁଣିତ ହେବା ସ୍ୱାଭାବିକ। ଏମିତି ଏକ ସୁନ୍ଦର ଅନୁଭୂତିର ସାକ୍ଷୀ ହୋଇଛନ୍ତି ଏୟାର ହୋଷ୍ଟେସ ଐଶ୍ୱର୍ଯ୍ୟା ସିଂହ। ବିମାନରେ ଡ୍ୟୁଟି କରୁଥିବା ସମୟରେ ତାଙ୍କୁ ଭେଟିବାର ସୁଯୋଗ ମିଳିଥିଲା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଧୋନିଙ୍କୁ। ତେବେ ଏହି ସାକ୍ଷାତ କେବଳ ଜଣେ ଷ୍ଟାର୍‌ଙ୍କୁ ଭେଟିବାରେ ସୀମିତ ରହିନଥିଲା, ବରଂ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ପାଲଟିଥିଲା।

ଧୋନିଙ୍କୁ ଦେଖି ଖୁସିରେ ଆତ୍ମହରା ଐଶ୍ୱର୍ଯ୍ୟା ଐଶ୍ୱର୍ଯ୍ୟା ଏହି ସୁନ୍ଦର ମୁହୂର୍ତ୍ତର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭିଡିଓରେ ସେ ବିମାନ ଭିତରେ ଧୋନିଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। ନିଜ ସାମ୍ନାରେ କ୍ରିକେଟ୍ ଜଗତର ଏହି କିମ୍ବଦନ୍ତୀ ଖେଳାଳିଙ୍କୁ ଦେଖି ସେ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ। ଧୋନିଙ୍କୁ ସେ ‘ଦି ମିଥ୍ ଆଣ୍ଡ୍ ଦି ଲିଜେଣ୍ଡ୍’ ବୋଲି ସମ୍ବୋଧନ କରିଥିଲେ।

ଧୈର୍ଯ୍ୟର ସହ ଶୁଣିଲେ ଐଶ୍ୱର୍ଯ୍ୟାଙ୍କ କଥା

ବିମାନରେ କାମ କରିବା ଏତେ ସହଜ ନୁହେଁ। ଯାତ୍ରୀଙ୍କ ଯତ୍ନ ନେବା ସହ ଅନେକ ଦାୟିତ୍ୱ ତୁଲାଇବାକୁ ପଡ଼ିଥାଏ। ଐଶ୍ୱର୍ଯ୍ୟା ନିଜର ବ୍ୟସ୍ତବହୁଳ କାର୍ଯ୍ୟଦିବସ ବିଷୟରେ ଧୋନିଙ୍କୁ କହିଥିଲେ। ମାହି ମଧ୍ୟ ତାଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣିଥିଲେ। କେବଳ ଜଣେ ପ୍ରଶଂସକଙ୍କ ସହ ଔପଚାରିକ କଥାବାର୍ତ୍ତା ନୁହେଁ, ଐଶ୍ୱର୍ଯ୍ୟାଙ୍କ କଥାକୁ ଧ୍ୟାନ ଦେଇ ଶୁଣିବା ସହ ତାଙ୍କୁ କିଛି ପରାମର୍ଶ ମଧ୍ୟ ଦେଇଥିଲେ ଧୋନି। ଏହା ସହ ଥଟ୍ଟାମଜା କରି ପରିବେଶକୁ ହାଲୁକା କରିଥିଲେ। ଧୋନିଙ୍କ ଏହି ସହଜ ଓ ଆତ୍ମୀୟ ବ୍ୟବହାର ଐଶ୍ୱର୍ଯ୍ୟାଙ୍କ ମନ ଜିଣି ନେଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର, ଏହି ବିମାନରେ ମିଳିବ ୧୦% ରିହାତି

ଫ୍ୟାନ୍‌ଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ

ନିଜ ପ୍ରିୟ ଖେଳାଳିଙ୍କୁ ଭେଟିବା ନିଶ୍ଚିତ ଭାବେ ଏକ ଖାସ୍ ଅନୁଭୂତି। ହେଲେ ସେହି ଖେଳାଳି ଯେତେବେଳେ ଆପଣଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ଓ ଆତ୍ମୀୟତାର ସହ କଥା ହୁଅନ୍ତି, ସେତେବେଳେ ସେହି ମୁହୂର୍ତ୍ତ ଜୀବନସାରା ମନେ ରହିଯାଏ। ଐଶ୍ୱର୍ଯ୍ୟାଙ୍କ ପାଇଁ ଧୋନିଙ୍କ ସହ ଏହି ସାକ୍ଷାତ ଠିକ୍ ସେମିତି ଏକ ଅଭୁଲା ସ୍ମୃତି ପାଲଟିଛି। ଧୋନିଙ୍କ ଖେଳକୁ ନେଇ ଦେଶରେ ଲକ୍ଷ ଲକ୍ଷ ପ୍ରଶଂସକ ଦିୱାନା। ହେଲେ ତାଙ୍କର ସରଳ ବ୍ୟବହାର ଓ ଶାନ୍ତ ସ୍ୱଭାବ ମଧ୍ୟ ଅନେକଙ୍କ ହୃଦୟ ଜିତିଥାଏ। ଐଶ୍ୱର୍ଯ୍ୟାଙ୍କ ସହ ଏହି ସାକ୍ଷାତର କାହାଣୀ ମଧ୍ୟ ଏବେ ସେହି ଆତ୍ମୀୟ ମୁହୂର୍ତ୍ତକୁ ମନେ ପକାଇ ଦେଉଛି।