Paddy MSP Increase / ଚାଷୀଙ୍କୁ PM ମୋଦିଙ୍କ ବଡ଼ ଉପହାର, ୧୪ଟି ଶସ୍ୟର MSP ବଢାଇଲେ ସରକାର
·2 months ago·2 min read

Key Points
ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଉପହାର
ଆସନ୍ତା ଖରିଫ ଋତୁ ପାଇଁ ୧୪ଟି ଶସ୍ୟର MSP ବଢାଇଲେ ସରକାର
ଧାନର MSP କ୍ବିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି

ଚାଷୀଙ୍କୁ ମିଳିଛି ବଡ଼ ଉପହାର । ଖରିଫ ଋତୁ ପାଇଁ MSP ବୃଦ୍ଧି କଲେ କେନ୍ଦ୍ର ସରକାର । ମୁଖ୍ୟ ଖରିଫ ଫସଲ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ମଧ୍ୟ ବୃଦ୍ଧି କରାଯାଇଛି । କେନ୍ଦ୍ର କ୍ୟାବିନେଟ ବୈଠକରେ ଏମଏସପି ବୃଦ୍ଧି ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । ଫଳରେ ସୂର୍ଯ୍ୟମୁଖୀ ଓ କପା ଚାଷୀ ଉପକୃତ ହେବେ, ପକେଟକୁ ଯିବ ଅଧିକ ଟଙ୍କା ।
୨୦୨୬-୨୭ ଖରିଫ ଋତୁ ପାଇଁ ସରକାର ୧୪ଟି ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ବୃଦ୍ଧି କରିଛନ୍ତି ମୋଦି ସରକାର । କେନ୍ଦ୍ର ସରକାର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି କରାଯାଇଛି ।
ଧାନର MSP ବୃଦ୍ଧି: ମୁଖ୍ୟ ଖରିଫ ଫସଲ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ମଧ୍ୟ ବୃଦ୍ଧି କରାଯାଇଛି ।
ପଲସେସ୍ (ଡାଲି) ଏବଂ ତୈଳବୀଜ ଉପରେ ଗୁରୁତ୍ୱ: ସରକାର ବିଶେଷ କରି ଡାଲି ଜାତୀୟ ଶସ୍ୟ ଏବଂ ତୈଳବୀଜର MSP ରେ ଅଧିକ ବୃଦ୍ଧି କରିଛନ୍ତି, ଯାହାଦ୍ୱାରା ଦେଶ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ ।
ଚାଷୀଙ୍କୁ ଉତ୍ସାହ: ଏହି ପଦକ୍ଷେପ ଦ୍ୱାରା ଚାଷୀମାନେ ସେମାନଙ୍କର ଉତ୍ପାଦ ପାଇଁ ଉଚିତ ମୂଲ୍ୟ ପାଇପାରିବେ ଏବଂ ଚାଷ କାର୍ଯ୍ୟ ପାଇଁ ଅଧିକ ଆଗ୍ରହୀ ହେବେ ।
ଖର୍ଚ୍ଚ ତୁଳନାରେ ଅଧିକ ରିଟର୍ଣ୍ଣ: ସରକାରଙ୍କ କହିବା ଅନୁସାରେ ଏହି ନୂଆ ମୂଲ୍ୟ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ତୁଳନାରେ ଅତିକମରେ ୫୦ ପ୍ରତିଶତ ଅଧିକ ଲାଭ ପ୍ରଦାନ କରିବ ।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି (CCEA) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି । MSP ବୃଦ୍ଧି ଫଳରେ ଚାଷୀଙ୍କୁ ପ୍ରାୟ ୨.୬୦ ଲକ୍ଷ କୋଟି ଟଙ୍କା ଲାଭ ମିଳିବ ।
ସୂର୍ଯ୍ୟମୁଖୀ ମଞ୍ଜି: କ୍ୱିଣ୍ଟାଲ ପିଛା ସବୁଠାରୁ ଅଧିକ ୬୨୨ ଟଙ୍କା ବୃଦ୍ଧି
କପା: କ୍ୱିଣ୍ଟାଲ ପିଛା ୫୫୭ ଟଙ୍କା ବୃଦ୍ଧି
ରାଶି ଓ ଚିନାବାଦାମ: ଏହାର ମୂଲ୍ୟରେ ମଧ୍ୟ ବଡ଼ ଧରଣର ବୃଦ୍ଧି କରାଯାଇଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories