Mughal Empire Capitals / କିପରି ବାରମ୍ବାର ସାମ୍ରାଜ୍ୟର ରାଜଧାନୀ ପରିବର୍ତ୍ତନ କରୁଥିଲେ ମୋଗଲ ଶାସକ? କିପରି ଜାରି ହେଉଥିଲା ରାଜକୀୟ ବିଜ୍ଞପ୍ତି?
·2 hours ago·4 min read

Key Points
ପ୍ରାୟ ୩୦୦ ବର୍ଷରୁ ଅଧିକ ସମୟ ଧରି ଅଖଣ୍ଡ ଭାରତ ବର୍ଷକୁ ଶାସନ କରିଥିବା ମୋଗଲ ସେମାନଙ୍କର ଶାସନ କାଳ ସମୟରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅବଶ୍ୟକତା ବାରମ୍ବାର ସେମାନଙ୍କର ରାଜଧାନୀ ବଦଳାଇଥିଲେ।
Mughal Empire Capitals History: ସଦ୍ୟ ଭାରତ ସରକାର ଏକ ସରକାରୀ ବିଜ୍ଞପ୍ତି ଜାରି କରି ଅମରାବତୀକୁ ଆନ୍ଧ୍ର ପ୍ରଦେଶର ସ୍ଥାୟୀ ରାଜଧାନୀ ଭାବରେ ଘୋଷଣା କରିଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ, ଏହି ନିଷ୍ପତ୍ତି ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇଯାଇଛି। ହେଲେ ଇତିହାସ ପଢିବା ବେଳେ ଆପଣ କେବେ ଭାବିଛନ୍ତି କି ଶହ ଶହ ବର୍ଷ ପୂର୍ବେ, ଯେତେବେଳେ ମୋଗଲ ଶାସକ ଶାସନ କରୁଥିଲେ, ସେତେବେଳେ ସେମାନେ ସେମାନଙ୍କର ସାମ୍ରାଜ୍ୟର ରାଜଧାନୀ କିପରି ପରିବର୍ତ୍ତନ କରୁଥିଲେ? ଏହି ପ୍ରକ୍ରିୟାକୁ କିପରି କାର୍ଯ୍ୟକାରୀ କରା ଯାଉଥିଲା? ସେତେବେଳର ସମୟରେ କ'ଣ କୌଣସି ଲିଖିତ ନିର୍ଦ୍ଦେଶନାମା କିମ୍ବା ବିଜ୍ଞପ୍ତି ଜାରି ହେଉଥିଲା କି? ଇତିହାସ କହେସ ଯେ ମୋଗଲ ଶାସକ କାଳ ସମୟରେ ଯେତେବେଳେ ରାଜଧାନୀ ହେଉଥିଲା ସେତେବେଳେ କେବଳ ଗୋଟିଏ ସହରରୁ ଅନ୍ୟ ସହରକୁ କେବଳ କ୍ଷମତା ହସ୍ତାନ୍ତରିତ ହେଉନଥିଲା ବରଂ ଏକ ସମ୍ପୂର୍ଣ୍ଣ ସାମ୍ରାଜ୍ୟର ବିସ୍ଥାପନ ହେଉଥିଲା।
ଅମରାବତୀ ପାଇଁ ଏକ ନୂତନ ଯୁଗ ଏବଂ ସାମ୍ବିଧାନିକ ପ୍ରକ୍ରିୟା
୨୦୧୪ ଜୁନ ୨ ତାରିଖରେ ଅବିଭକ୍ତ ଆନ୍ଧ୍ର ପ୍ରଦେଶ ବିଭାଜିତ ହୋଇ ତେଲେଙ୍ଗାନା ନାମରେ ଆଉ ଏକ ନୂଆ ରାଜ୍ୟ ସୃଷ୍ଟି ହୋଇଥିଲା। ଏହା ପରେ ଆନ୍ଧ୍ରର ରାଜଧାନୀ କେଉଁ ସହର ହେବ ତାକୁ ନେଇ ବେଶ ଦୀର୍ଘ ଦିନ ଧରି ବିବାଦ ଚାଲିଥିଲା। କାରଣ ନବଗଠିତ ତେଲେଙ୍ଗାନାର ରାଜଧାନୀ ହୋଇଥିଲା ଐତିହାସିକ ହାଇଦ୍ରାବାଦ ସହର। ଏହି ବିବାଦର ଏବେ ଅନ୍ତ ଘଟିଛି। ଭାରତ ସରକାର ସୋମବାର (ଅପ୍ରେଲ ୬) ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରି ଅମରାବତୀକୁ ଆନ୍ଧ୍ର ପ୍ରଦେଶର ସରକାରୀ ଏବଂ ସ୍ଥାୟୀ ରାଜଧାନୀ ମାନ୍ୟତା ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୬ କୁ ଅନୁମୋଦନ କରିବା ପରେ ଏହା ସମ୍ଭବ ହୋଇଥିଲା। ଏହି ନୂତନ ଆଇନ ୨୦୨୪ ଜୁନ୍ ୨ ତାରିଖରୁ କାର୍ଯ୍ୟକାରୀ ହେବ। ଆଜିର ଗଣତାନ୍ତ୍ରିକ ବ୍ୟବସ୍ଥାରେ କୌଣସି ସହରକୁ ରାଜଧାନୀ ମାନ୍ୟତା ପ୍ରଦାନ କରିବା ଏକ ଜଟିଳ ଆଇନଗତ ପ୍ରକ୍ରିୟା। ଏଥିପାଇଁ ସଂସଦର ଅନୁମୋଦନ ଏବଂ ଆଇନ ମନ୍ତ୍ରଣାଳୟର ବିଜ୍ଞପ୍ତି ଆବଶ୍ୟକ।
ମୋଗଲ ଶାସନ କାଳରେ କିପରି ବଦଳୁଥିଲା ରାଜଧାନୀ?
ମୋଗଲ ଶାସନ କାଳରେ କୌଣସି ଲିଖିତ ସମ୍ବିଧାନ କିମ୍ବା ସଂସଦ ନଥିଲା। ଯାହା ବର୍ତ୍ତମାନ ପ୍ରଚଳିତ ହେଉଛି। ସେ ସମୟରେ ସମ୍ରାଟଙ୍କ କଥାକୁ ଆଇନ ଭାବରେ ବିବେଚନା କରାଯାଉଥିଲା। ଯେତେବେଳେ ଜଣେ ମୋଗଲ ସମ୍ରାଟ ତାଙ୍କର ରାଜଧାନୀ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଉଥିଲେ, ସେତେବେଳେ ସେ ଦରବାରରେ ଏକ ଆନୁଷ୍ଠାନିକ ଘୋଷଣା କରୁଥିଲେ। ଏହାକୁ ରାଜକୀୟ ଆଦେଶ ଅଥବା ନିର୍ଦ୍ଦେଶ କୁହାଯାଉଥିଲା। ଘୋଷଣା ପରେ ଏହା ଉପରେ ସମ୍ରାଟଙ୍କ ସ୍ୱତନ୍ତ୍ର ମୋହର ଲଗା ଯାଉଥିଲା ଏବଂ ଦୂତଙ୍କ ମାଧ୍ୟମରେ ସାମ୍ରାଜ୍ୟର ସମସ୍ତ ଗଭର୍ଣ୍ଣର ଏବଂ ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କୁ ଏ ସମ୍ପର୍କିତ ବଣ୍ଟନ କରାଯାଉଥିଲା। ଏହା ସେହି ସମୟର ଶାସକଙ୍କ ଦ୍ୱାରା ଜାରି ହେଉଥିବା ବିଜ୍ଞପ୍ତି ରହିଥିଲା।
ଆଗ୍ରାରୁ ଆରମ୍ଭ ଏବଂ ରଣନୈତିକ ପରିବର୍ତ୍ତନ
ମୋଗଲ ଶାସକ ବାବର ୧୫୨୬ ମସିହାରେ ଐତିହାସିକ ସହର ଆଗ୍ରାରେ ତାଙ୍କ ସାମ୍ରାଜ୍ୟର ପ୍ରାରମ୍ଭିକ ଭିତ୍ତିଭୂମି ସ୍ଥାପନ କରିଥିଲେ। ଆଗ୍ରାକୁ ରାଜଧାନୀ କରିବାର ପ୍ରାଥମିକ କାରଣ ଥିଲା ଏହାର ଭୌଗୋଳିକ ସ୍ଥିତି। ଏହା ଉତ୍ତର ଭାରତର କେନ୍ଦ୍ରରେ ଅବସ୍ଥିତ ରହିଥିଲା। ଯେଉଁଠୁ ସମଗ୍ର ଅଞ୍ଚଳ ଉପରେ ନଜର ରଖିବା ସହଜ ଥିଲା। ହୁମାୟୁଁ ଏବଂ ଆକବରଙ୍କ ରାଜତ୍ୱ ସମୟରେ ଆଗ୍ରା ରାଜନୈତିକ ଶକ୍ତିର ମୂଳ କେନ୍ଦ୍ର ହୋଇ ରହିଥିଲା। ହେଲେ ମୋଗଲ ଶାସକ ଆବଶ୍ୟକତା ଏବଂ ସାମରିକ ଅଭିଯାନ ଅନୁସାରେ ସେମାନଙ୍କର ବାସସ୍ଥାନ ଏବଂ ରାଜ ଦରବାରକୁ ବାରମ୍ବାର ସ୍ଥାନାନ୍ତର କରୁଥିଲେ।
ଯେବେ ଫତେପୁର ସିକ୍ରି ହୋଇଥିଲା ରାଜଧାନୀ
୧୫୭୦ ମସିହାରେ ସେତେବେଳର ମୋଗଲ ଶାସକ ଆକବର ଏକ ବୈପ୍ଳବିକ ନିଷ୍ପତ୍ତି ନେଇଥିଲେ। ସେ ସୁଫି ସନ୍ଥ ଶେଖ ସଲିମ ଚିସ୍ତିଙ୍କ ସମ୍ମାନାର୍ଥେ ଗହଳ ଚହଳ ହୋଇ ଉଠିଥିବା ଆଗ୍ରା ଠାରୁ ଦୂରରେ ଏକ ସମ୍ପୂର୍ଣ୍ଣ ନୂତନ ସହର ନିର୍ମାଣ କରିବାକୁ ଯୋଜନା କରିଥିଲେ। ଯାହା ବର୍ତ୍ତମାନ ଫତେପୁର ସିକ୍ରି ନାମରେ ଜଣାଶୁଣା। ଏହି ସହର ଏହାର ସ୍ଥାପତ୍ୟ ଉତ୍କର୍ଷତାର ଏକ ଅନନ୍ୟ ଉଦାହରଣ ଥିଲା। ହେଲେ ଫତେପୁର ସିକ୍ରି ଅଧିକ ଦିନ ପାଇଁ ମୋଗଲ ସାମ୍ରାଜ୍ୟର ରାଜଧାନୀ ହୋଇ ରହିପାରିଲା ନାହିଁ। ଗୁରୁତର ଜଳ ସଂକଟ ଏବଂ ରଣନୈତିକ କାରଣରୁ ଆକବର ଏହି ମହାନ ସହରକୁ ପରିତ୍ୟାଗ କରିବା ପାଇଁ ବାଧ୍ୟ ହୋଇଥିଲେ୍। ଯାହା ଆଜି ମଧ୍ୟ ମୋଗଲ ଶାସକଙ୍କ ଅପୂର୍ଣ୍ଣ ହୋଇଥିବା ଇଚ୍ଛାର ସାକ୍ଷୀ ହୋଇ ରହିଛି।
ଯେବେ ସୀମା ସୁରକ୍ଷା ପାଇଁ ଲାହୋର ହୋଇଥିଲା ରାଜଧାନୀ
ଆକବରଙ୍କ ରାଜତ୍ୱ ସମୟରେ ଉତ୍ତର-ପଶ୍ଚିମ ସୀମା ବିଶେଷକରି ଆଫଗାନିସ୍ତାନରୁ ବିଦ୍ରୋହ ହେବାର ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଥିଲା। ଏହି ବିଦ୍ରୋହକୁ ଦମନ କରିବା ଏବଂ ସାମ୍ରାଜ୍ୟର ସୀମାକୁ ସୁରକ୍ଷିତ କରିବା ପାଇଁ, ଆକବର ୧୫୮୦ ମସିହାରେ ତାଙ୍କର ରାଜଧାନୀ ଲାହୋରକୁ ସ୍ଥାନାନ୍ତର କରିଥିଲେ। ଏହା ଦର୍ଶାଉଛି ଯେ ମୋଗଲଙ୍କ ପାଇଁ ରାଜଧାନୀ କେବଳ ବିଳାସପୂର୍ଣ୍ଣ ସ୍ଥାନ ନଥିଲା ବରଂ ଯୁଦ୍ଧ ଜିତିବା ପାଇଁ ଏକ ପ୍ରମୁଖ ରଣନୈତିକ କେନ୍ଦ୍ର ମଧ୍ୟ ରହିଥିଲା। ବହୁ ବର୍ଷ ଧରି ମୋଗଲ ସାମ୍ରାଜ୍ୟ ଲାହୋରରୁ ଶାସିତ ହେଉଥିଲା।
ଶାହଜାହାନାବାଦ ସହରର ଉତ୍ଥାନ ଏବଂ ରାଜଧାନୀ ଦିଲ୍ଲୀର ସ୍ଥାପନା
ମୋଗଲ ଇତିହାସରେ ରାଜଧାନୀ ସ୍ଥାନାନ୍ତରର ସବୁଠାରୁ ବଡ଼ ଏବଂ ଭବ୍ୟ ଉଦାହରଣ ଶାହଜାହାନଙ୍କ ରାଜତ୍ୱ ସମୟରେ ଦେଖାଯାଏ। ୧୬୩୮ ମସିହାରେ ଶାହଜାହାନ ତାଙ୍କର ରାଜଧାନୀ ଆଗ୍ରାରୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଯମୁନା ନଦୀ କୂଳରେ ଏକ ସୁନିୟୋଜିତ ସହର ଯୋଜନାବଦ୍ଧ ସହର ପ୍ରତିଷ୍ଠା କରିଥିଲେ। ଯାହାକୁ ସେତେବେଳେ ଶାହଜାହାନାବାଦ (ପୁରୁଣା ଦିଲ୍ଲୀ) ନାମ ଦିଆଯାଇଥିଲା। ଲାଲକିଲ୍ଲା ଏବଂ ଜାମା ମସଜିଦ ସେତେବେଳ ସମୟର ପ୍ରମୁଖ ଅବଦାନ। ଆଗ୍ରାରେ ବର୍ଦ୍ଧିତ ଜନସଂଖ୍ୟା ଏବଂ ଗରମରୁ ରକ୍ଷା ପାଇବା ପାଇଁ ଶାହଜାହାନ ଦିଲ୍ଲୀକୁ ତାଙ୍କ ସାମ୍ରାଜ୍ୟର ପ୍ରାଣକେନ୍ଦ୍ର ଭାବରେ ପ୍ରତିଷ୍ଠା କରିଥିଲେ। ଯାହା ଆଜି ଭାରତର ରାଷ୍ଟ୍ରୀୟ ରାଜଧାନୀ ହୋଇରହିଛି।
କିପରି ହେଉଥିଲା ରାଜଧାନୀ ସ୍ଥାନାନ୍ତର?
ମୋଗଲ ଶାସନ ସମୟରେ ରାଜଧାନୀ ସ୍ଥାନାନ୍ତର ରାତାରାତି ଘଟୁଥିବା କୌଣସି ଘଟଣା ନଥିଲା। ଯେତେବେଳେ ଶାହଜାହାନ ତାଙ୍କର ରାଜଧାନୀ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ,ସେତେବେଳେ ପ୍ରଥମେ ସହରର ଏକ ନକ୍ସା ପ୍ରସ୍ତୁତ କରାଯାଇଥିଲା ଏବଂ ପରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯେତେବେଳେ ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା, କେବଳ ସମ୍ରାଟ ନିଜେ ସ୍ଥାନାନ୍ତରିତ ହୋଇନଥିଲେ, ବରଂ ସମଗ୍ର ରାଜକୋଷ, ସରକାରୀ ଦଲିଲ, ସାମରିକ ୟୁନିଟ୍ ଏବଂ ହଜାର ହଜାର ପାରିଷଦ ମଧ୍ୟ ସ୍ଥାନାନ୍ତରିତ ହୋଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Mughal Empire CapitalsMughal Empire Capitals HistoryWhy did Mughals change their capitalCapital of Mughal Empire Agra to DelhiFatehpur Sikri history and abandonmentMughal Imperial FarmansShah Jahan shifting capital to Delhi 1638Mughal notification system FarmanAkbar capital Fatehpur Sikri to LahoreMughal administration and capital citiesWhy was Agra abandoned by MughalsShahjahanabad foundation history