Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଟଳିଳା ବଡ଼ ଅଘଟଣ; ମୁମ୍ବାଇ ବିମାନବନ୍ଦରରେ ଗୋଟିଏ ରନ୍‌ୱେରେ ଥିଲେ ୨ ବିମାନ

National

Airport Runway Scare / ଟଳିଳା ବଡ଼ ଅଘଟଣ; ମୁମ୍ବାଇ ବିମାନବନ୍ଦରରେ ଗୋଟିଏ ରନ୍‌ୱେରେ ଥିଲେ ୨ ବିମାନ

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ଟଳିଳା ବଡ଼ ଅଘଟଣ; ମୁମ୍ବାଇ ବିମାନବନ୍ଦରରେ ଗୋଟିଏ ରନ୍‌ୱେରେ ଥିଲେ ୨ ବିମାନ
Two Aircraft on Same Runway at Mumbai Airport

Key Points

ଗୋଟିଏ ରନ୍‌ୱେ । ଅବତରଣ କରୁଥିଲା ଗୋଟିଏ ବିମାନ । ସେହି ରନ୍‌ୱେରେ ଉଡ଼ାଣ ଭରିବାକୁ ଯାଉଥିଲା ଆଉ ଏକ ବିମାନ । ମୁମ୍ବାଇ ବିମାନବନ୍ଦରରେ ATCର ତ୍ଵରିତ ପଦକ୍ଷେପ ପାଇଁ ୨ ବିମାନ ମୁହାଁମୁହିଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ମୁମ୍ବାଇ: ରନ୍‌ୱେରେ ଗୋଟିଏ ବିମାନ ଲ୍ୟାଣ୍ଡ କରୁଥିଲା । ସେହି ସମୟରେ ସମାନ ରନ୍‌ୱେରେ ଆଉ ଏକ ବିମାନ ଉଡ଼ାଣ ଭରିବାକୁ ଯାଉଥିଲା । ମାତ୍ର କେଇ ସେକେଣ୍ଡ... ATC (ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍)ର ତ୍ଵରିତ ପଦକ୍ଷେପ ପାଇଁ ମୁମ୍ବାଇ ବିମାନବନ୍ଦରରେ ଟଳି ଯାଇଛି ବଡ଼ ଅଘଟଣ ।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ମୁମ୍ବାଇ ବିମାନବନ୍ଦରରେ ଗୋଟିଏ ସମୟରେ ଗୋଟିଏ ରନୱେରେ ୨ଟି ବିମାନ ଥିଲେ । ATC ତୁରନ୍ତ ତତ୍ପରତା ଦେଖାଇ ଉଡ଼ାଣ ଭରିବାକୁ ଯାଉଥିବା ବିମାନକୁ ତୁରନ୍ତ ଅଟକାଇବା ସହ ବେକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲା ।

ଏଥିସହ ପଢ଼ନ୍ତୁ: CRPF ପକ୍ଷରୁ ଆରମ୍ଭ ହେଲା 'May I Help You' ଅଭିଯାନ ଆରମ୍ଭ 

ଉଡ଼ାଣ ପୂର୍ବରୁ ଏୟାର୍ ଇଣ୍ଡିଆ ବିମାନକୁ ଅଟକାଇ ଦିଆଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ମୁମ୍ବାଇ ବିମାନବନ୍ଦରରେ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଅବତଣ କରିଥିଲା । ବିମାନଟି ପଶ୍ଚିମବଙ୍ଗର ସିଲିଗୁଡ଼ିରୁ ଆସି ରନ୍‌ୱେରେ ଅବତରଣ କରିବା ପରେ ବେକୁ ଯାଇ ନଥିଲା ।


ସେହି ସମୟରେ ସମାନ ରନୱେରେ ଉଡ଼ାଣ ପାଇଁ ପ୍ରସ୍ତୁତ ହୋଇ ସାରିଥିଲା ଏୟାର ଇଣ୍ଡିଆର ବିମାନ । ଦୁଇଟି ଯାକ ବିମାନ ଗୋଟିଏ ରନ୍‌ୱେରେ ଆସି ଯାଇଥିଲେ । ଯାହା ଦେଖି ATC ତୁରନ୍ତ ଏୟାର୍ ଇଣ୍ଡିଆ ପାଇଲଟ୍‌ଙ୍କୁ ଉଡ଼ାଣ ରୋକିବାକୁ ନିର୍ଦ୍ଦେଶ ଦେଇଥିଲା ।

ସୂଚନା ଅନୁସାରେ, ଏୟାର ଇଣ୍ଡିଆର ବିମାନ AI816 ବୋଇଂ ୭୭୭-୩୦୦ ଆକାରରେ ବଡ଼ । ଯାହାକି ଉଡ଼ାଣ ଭରିବାର ଥିଲା । ସେପଟେ ସିଲିଗୁଡ଼ିରୁ ଆସିଥିବା ବିମାନ AIX1547 ବୋଇଂ AIX1547 ଆକାରରେ ଛୋଟ । ମୁମ୍ବାଇ ବିମାନବନ୍ଦରରେ ଅଘଟଣ ଟଳି ଯାଇଥିବା ବେଳେ ଏୟାର୍ ଇଣ୍ଡିଆ ପକ୍ଷରୁ ବୟାନ ଜାରି କରାଯାଇଛି ।

ଏଥିସହ ପଢ଼ନ୍ତୁ: ଇଣ୍ଡୋନେସିଆରେ ଶୁଭାରମ୍ଭ ହେଲା IIM ବେଙ୍ଗାଲୁରୁର କ୍ୟାମ୍ପସ୍ 

ଏୟାର୍ ଇଣ୍ଡିଆ କହିଛି ଯେ, "ATC ପକ୍ଷରୁ ଆମ କ୍ରିଉଙ୍କୁ ନର୍ଦ୍ଦେଶ ମିଳିବା ପରେ ଉଡ଼ାଣ ପ୍ରକ୍ରିାକୁ ତୁରନ୍ତ ରୋକି ଦିଆ ଯାଇଥିଲା ଏବଂ ବିମାନକୁ ପୁଣି ଥରେ ବେକୁ ନିଆ ଯାଇଥିଲା । ଏସଓପି ଅନୁସାରେ, ବିମାନର ବୈଷୟିକ ଯାଞ୍ଚ କରାଯିବ । ପ୍ରଭାବିତ ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored