Ganesh Idol Collapse / ମୁମ୍ବାଇରେ ବଡ଼ ଅଘଟଣ; ୨୨ ଫୁଟ୍ର ଗଣେଶ ମୂର୍ତ୍ତି ଭାଙ୍ଗି ଯାଇ ୨ ଜଣଙ୍କ ମୃତ୍ୟୁ
·41 mins ago·2 min read

Key Points
ଗଣେଶ ମୂର୍ତ୍ତି ନେଇ ଯିବାବେଳେ ଚାଲିଗଲା ୨ ଜଣଙ୍କ ଜୀବନ । ମୁମ୍ବାଇରେ ଭଗବାନ ଗଣେଶଙ୍କ ୨୨ ଫୁଟ୍ର ଉଚ୍ଚ ପ୍ରତିମା ହଠାତ୍ ଭାଙ୍ଗିଯିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ।
ମୁମ୍ବାଇ: ଗଣେଶ ପୂଜା ପୂର୍ବରୁ ଅଘଟଣ । ଗଣେଶ ମୂର୍ତ୍ତି ନେଇ ଯିବାବେଳେ ଚାଲିଗଲା ୨ ଜଣଙ୍କ ଜୀବନ । ମୁମ୍ବାଇରେ ଭଗବାନ ଗଣେଶଙ୍କ ୨୨ ଫୁଟ୍ର ଉଚ୍ଚ ପ୍ରତିମା ହଠାତ୍ ଭାଙ୍ଗିଯିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୨ ନାବାଳକଙ୍କ ସହ ୫ ଜଣ ଗୁରୁତର ଆହତ ହୋଛନ୍ତି ।
ସୂଚନା ଅନୁସାରେ, ଦକ୍ଷିଣ ମୁମ୍ବାଇରେ ପ୍ରତିଥର ଭଳି ଚଳିତ ଥର ମଧ୍ୟ ଗଣେଶ ମୂର୍ତ୍ତି ସ୍ଥାପନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କିନ୍ତୁ ଗଣେଶଙ୍କ ପ୍ରତିମା ସ୍ଥାପନ ବେଳେ ୱେଲ୍ଡିଂ ସପୋର୍ଟ ଭାଙ୍ଗିଯିବାର ମୂର୍ତ୍ତି ତଳେ ଖସି ପଡ଼ିଥିଲା । ଫଳରେ ଗଣେଶ ମୂର୍ତ୍ତିରେ ଚାପି ହୋଇଯାଇ ୨ ଜଣଙ୍କ ମୃତ୍ୟୁ ହୋଇଛି ।
ପୋଲିସ ସୂଚନା ଅନୁସାରେ, ୨ ମୃତକଙ୍କ ମଧ୍ୟରେ ଭୁଲେଶ୍ଵର ରାଜା ଗଣେଶ ମଣ୍ଡଳର ଅଧ୍ୟକ୍ଷ ଅଛନ୍ତି । ଏହି ଅଘଟଣ ଶନିବାର ରାତି ପରାୟ ୧୦ଟା ସମୟରେ ଘଟିଛି । ଭୁଲେଶ୍ଵର ଜୟ ଅମ୍ବେ ଛକ ନିକଟରେ ଗଣେଶ ମୂର୍ତ୍ତି ଭାଙ୍ଗି ଯାଇଛି ।
ଏଥିସହ ପଢ଼ନ୍ତୁ: POP ନିର୍ମିତ ଗଣେଶ ମୂର୍ତ୍ତି କିପରି ଏବଂ କେଉଁଠି ହେବ ବିସର୍ଜିତ? ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ବମ୍ବେ ହାଇକୋର୍ଟ
ଭଗବାନ ଗଣଶଙ୍କ ପ୍ରତିମାକୁ ଭାୟଖଲାରୁ ଭୁଲେଶ୍ଵର ନିଆ ଯାଉଥିଲା । ରାସ୍ତାରେ ମୂର୍ତ୍ତିକୁ ସପୋର୍ଟ ଦେଉଥିବା ୱେଲ୍ଡିଂ ଭାଙ୍ଗି ଯାଇଥିଲା । ଫଳରେ ମୂର୍ତ୍ତି ଆଗକୁ ଢଳି ଯାଇ ତଳେ ପଡ଼ିଥିଲା । ଏହି ଅଘଟଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।
ଅଘଟଣ ପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲେ । ମେଡିକାଲ୍ରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । ମୃତକ ଭୁଲେଶ୍ଵର ରାଜା ଗଣେଶ ମଣ୍ଡଳର ଅଧ୍ୟକ୍ଷ ସଂକେତ ନେୱଶ ଓ ବୃଜେଶ ହେମନ୍ତ ଜୋଶୀ ବୋଲି ଜଣାପଡ଼ିଛି ।
ଏହି ଅଘଟଣରେ ଗଣେଶଙ୍କ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି । ପ୍ରତିମା ଖଣ୍ଡ ବିଖଣ୍ଡିତ ହେବା ରେ ତାହାକୁ ଦକ୍ଷିଣ ମୁମ୍ବାଇ ନିକଟ ସମୁଦ୍ରର ବିସର୍ଜନ କରାଯାଇଛି । ତେବେ କେଉଁଭଳି ସ୍ଥିତିରେ ଏତେବଡ଼ ଅଘଟଣ ଘଟିଲା ତାର ତଦନ୍ତ କରୁଛି ପୋଲିସ ।
ସୂଚନାଯୋଗ୍ୟ, ମୁମ୍ବାଇର ୧୦ ଦିବସୀୟ ଗଣେଶ ଉତ୍ସବ ଚଳିତବର୍ଷ ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେବ । ମୁମ୍ବାଇ ସହ ମହାରାଷ୍ଟ୍ରର ଅନ୍ୟ ଅଞ୍ଚଳରେ ଏହାକୁ ବଡ଼ ଜାକଜମକରେ ପାଳନ କରାଯାଇଥାଏ । ମୁମ୍ବାଇରେ ପ୍ରତିବର୍ଷ ଭବ୍ୟ ଶୋଭାଯାତ୍ରାର ଆୟୋଜନ କରାଯାଇଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories