Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହୋର୍ଡିଂ ପଡି ୧୪ ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ହୋର୍ଡିଂ ପଡି ୧୪ ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ମୁମ୍ବାଇର ଧୂଳିଝଡରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତକାଲି ମୁମ୍ବାଇର ଘଟକପୋରା ଅଞ୍ଚଳରେ ପ୍ରବଳ ଧୂଳିଝଡ ହୋଇଥିଲା  । ଏଥିରେ ପେଟ୍ରୋଲ ପମ୍ପ ନିକଟରେ ଥିବା ହୋର୍ଡିଂ ଖସି ପଡିଥିଲା । ଧୂଳିଝଡ ପାଇଁ ହୋର୍ଡିଂ ତଳେ ଆଶ୍ରୟ ନେଇଥିବା ଅନେକ ଲୋକ ତା ତଳେ ରହି ଯାଇଥିଲେ । ଅନେକ କାର ମଧ୍ୟ ତା ତଳେ ଚାପି  ହୋଇ ଯାଇଥିଲା । 

ଖବର ପାଇଁ ଅଗ୍ନିଶମ ବିଭାଗ,  ପୋଲିସ ଟିମ୍ ଓ ଏନଡିଆରଏଫ୍ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଏବେ ବି କିଛି ଲୋକ ହୋର୍ଡିଂ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତକାଲି ମୁମ୍ବାଇରେ ଜୋରରେ ପବନ ବହିବା ସହ ଭୟଙ୍କର ଧୂଳିଝଡ ହୋଇଥିଲା । ଏଥିଯୋଗୁଁ ବ୍ୟସ୍ତବହୁଳ ମୁମ୍ବାଇର ଜୀବନଯାତ୍ରା ଠପ୍ ହୋଇଯାଇଥିଲା । ଅନେକ ସ୍ଥାନରେ ଗଛ ଉପୁଡିବା ଯୋଗୁଁ ଯାନବାହାନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଥିଲା । ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ବିମାନ ଚଳାଚଳ ବନ୍ଦ ରହିଥିଲା ।

Sponsored
Mumbai hoarding collapse: 14 dead, 74 injured in Ghatkopar; FIR registered | Latest updates | Argus News