Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ: ଦିନକରେ ୩୦୦ ମିମି ବର୍ଷା, ରେଡ୍ ଆଲର୍ଟ, ୬ ମୃତ

Ritu Das
Browse all articles by Ritu Das
·10 months ago·2 min read
ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ: ଦିନକରେ ୩୦୦ ମିମି ବର୍ଷା, ରେଡ୍ ଆଲର୍ଟ, ୬ ମୃତ

Key Points

ମଙ୍ଗଳବାର ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକାଲ ଟ୍ରେନ୍ ବିଳମ୍ବିତ ହେବା ଓ ସଡ଼କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେବାରୁ ସହର ପ୍ରାୟ ଠପ୍ ହୋଇଯାଇଛି।

ମଙ୍ଗଳବାର ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକାଲ ଟ୍ରେନ୍ ବିଳମ୍ବିତ ହେବା ଓ ସଡ଼କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେବାରୁ ସହର ପ୍ରାୟ ଠପ୍ ହୋଇଯାଇଛି। ବର୍ଷାଜନିତ କାରଣ ପାଇଁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଣିଘେରରେ ଥିବା ବିପଦଗ୍ରସ୍ତ ଅଂଚଳରୁ ପ୍ରାୟ ୩ ଶହ ଲୋକଙ୍କୁ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରି ନାଗରିକମାନଙ୍କୁ ଘର ଭିତରେ ରହିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା ପରେ କହିଛନ୍ତି ଯେ ଆଗାମୀ ୪୮ ଘଣ୍ଟା ମୁମ୍ବାଇପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଜାରି ରେଡ୍ ଆଲର୍ଟ ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଏମ୍‌ସି ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଓ ଅର୍ଦ୍ଧସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛି।


ଘରୋଇ ପ୍ରତିଷ୍ଠାନଗୁଡ଼ିକୁ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦେବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଅଞ୍ଚଳରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ପୂର୍ବ ଉପକଣ୍ଠର ଭିକ୍ରୋଲିରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଏହା ପଛକୁ ବାଇକୁଲା, ଜୁହୁ, ଓ ବାନ୍ଦ୍ରାରେ ମଧ୍ୟ ପ୍ରାୟ ୩ ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମହାଲକ୍ଷ୍ମୀରେ ସର୍ବନିମ୍ନ ୭୨.୫ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ବିମାନବନ୍ଦରରେ ଅତି କମ୍‌ରେ ୮ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା ଏବଂ ପ୍ରାୟ ୪୦୦ ବିମାନ ବିଳମ୍ବିତ ହୋଇଥିଲା। ଅନେକ ବିମାନର ଉଡ଼ାଣ ମଧ୍ୟ ରଦ୍ଧ କରାଯାଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରାଫ୍ରିକ୍‌ ସତର୍କତା ଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ଧେରୀ, ବୋରିଭାଲି, ଚେମ୍ବୁର, ସିଓନ, ଦାଦର ଓ ମାଟୁଙ୍ଗା ସମେତ ସମଗ୍ର ସହରରେ ଅନେକ ଅଞ୍ଚଳ ଜଳବନ୍ଦୀ ହେବା ଫଳରେ ଯାତାୟତ ଓ ସାଧାରଣ ପରିବହନ ବାଧାପ୍ରାପ୍ତ ହୋଇଛି। ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇୱେ, ଇଷ୍ଟର୍ଣ୍ଣ ଫ୍ରି-ୱେ ଓ ମୁମ୍ବାଇ-ଗୁଜରାଟ ରାଜପଥ ଭଳି ପ୍ରମୁଖ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଦିନ ତମାମ ବର୍ଷା ଲାଗି ରହିଥିବା ବେଳେ ଆସନ୍ତାକାଲି ମଧ୍ୟ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।


ଅଧିକ ପଢ଼ନ୍ତୁ ଭାରତ ଖବର...

Sponsored
mumbai-lashed-by-heavy-rains-300-mm-of-rain-in-a-day-red-alert-6-dead | Argus News