Videos
|
National

Mumbai Local Train Service Disruption / ଅଟକି ଗଲା ମାୟାନଗରୀର ଜୀବନ ରେଖା; ହନ୍ତସନ୍ତ ହୋଇଗଲେ ଲୋକେ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଅଟକି ଗଲା ମାୟାନଗରୀର ଜୀବନ ରେଖା; ହନ୍ତସନ୍ତ ହୋଇଗଲେ ଲୋକେ
Mumbai Local Train Service Disruption

Key Points

ମୁମ୍ବାଇର ଏକ ଲୋକାଲ୍ ଟ୍ରେନରେ ଅଗ୍ନିକାଣ୍ଡ ଏବଂ ସିଷ୍ଟମ୍ ଫେଲ୍ ହେବା ପରେ କେନ୍ଦ୍ରୀୟ ରେଳବାଇର କାର୍ଯ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି।
ମାୟାନଗରୀ ମୁମ୍ବାଇର ଜୀବନ ରେଖା କୁହାଯାଉଥିବା ଲୋକାଲ୍ ଟ୍ରେନ୍ ସେବା ସୋମବାର (ଅକ୍ଟୋବର ୨୬) ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଥିଲା। ସପ୍ତାହର ପ୍ରାରମ୍ଭରେ କାମ ଏବଂ ବ୍ୟବସାୟ ପାଇଁ ଘରୁ ବାହାରିଥିବା ହଜାର ହଜାର ଯାତ୍ରୀ ଦୀର୍ଘ ସମୟ ଅଟକି ରହିଥିଲେ। କେନ୍ଦ୍ରୀୟ ରେଳବାଇ ଦ୍ୱାରା ପରିଚାଳିତ ଅନେକ ଲୋକାଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ ଘଣ୍ଟା ଘଣ୍ଟା ଧରି ଟ୍ରାକ୍ ଉପରେ ଫସି ରହିଥିଲେ। ଯାହା ସମଗ୍ର ନେଟୱାର୍କକୁ ପ୍ରଭାବିତ କରିଥିଲା।

ସୋମବାର ସକାଳ ପ୍ରାୟ ଦଶଟା ସମୟରେ କାଞ୍ଜୁରମାର୍ଗ ଷ୍ଟେସନ୍ ନିକଟରେ ସିଗନାଲ କ୍ୟାବିନ୍‌ ରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁଁ ଥାନେ ଏବଂ ଭିକ୍ରୋଲି ମଧ୍ୟରେ ସିଗନାଲ ନେଟୱାର୍କ ବିଚ୍ଛିନ୍ନ ହୋଇଥିଲା। ଯାହାର ଫଳସ୍ୱରୂପ ଟ୍ରେନ୍ ଚଳାଚଳକୁ ନିୟନ୍ତ୍ରଣ କରୁଥିବା ସିଷ୍ଟମ୍ କାମ କରିବା ବନ୍ଦ କରିଦେଇଥିଲା। ଏପରିକି ଅନେକ ରୁଟ୍‌ ରେ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା।

ଓଭରହେଡ୍ ତାର ତ୍ରୁଟି ବଢାଇଲା ଅସୁବିଧା
ସକାଳେ ମୁଲୁଣ୍ଡ ଏବଂ ଥାନେ ମଧ୍ୟରେ ଓଭରହେଡ୍ ତାରରେ ଏକ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହୋଇଥିବାରୁ ରେଳ ଅଧିକାରୀଙ୍କ ପାଇଁ ପରିସ୍ଥିତି ଆହୁରି ଚ୍ୟାଲେଞ୍ଜିଂ ହୋଇଗଲା। ଏହି ଦ୍ୱିତୀୟ ସମସ୍ୟା ପୂର୍ବରୁ ବାଧାପ୍ରାପ୍ତ ସିଷ୍ଟମ୍ ରେ ଅତିରିକ୍ତ ଚାପ ସୃଷ୍ଟି କରି ଟ୍ରେନ୍ ପରିଚାଳନାକୁ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ କରିଥିଲା।

ଯାତ୍ରୀଙ୍କୁ ଟ୍ରାକ୍ ଉପରକୁ ଯିବାକୁ ବାଧ୍ୟ କରାଯାଇଥିଲା

ଦୀର୍ଘ ସମୟ ଧରି ଟ୍ରେନ୍ ଚଳାଚଳ ବନ୍ଦ ରହିବା ଯାତ୍ରୀ ସେମାନଙ୍କ ଧୈର୍ଯ୍ୟ ହରାଇଥିଲା। ଅନେକ ଲୋକ ଘଣ୍ଟା ଘଣ୍ଟା ଧରି କୋଚ୍ ମଧ୍ୟରେ ଫସି ରହିଥିଲେ। ସ୍ପଷ୍ଟ ସୂଚନା ମିଳିବାରେ ଅସୁବିଦା ହେବାରୁ କିଛି ଯାତ୍ରୀ ନିଜ ଜୀବନକୁ ବାଜି ଲଗାଇ ନିକଟସ୍ଥ ଷ୍ଟେସନ ଚାଲିଯିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଗୁରୁତର ସୁରକ୍ଷା ଜନିତ ଚିନ୍ତା ସୃଷ୍ଟି କରିଥିଲା।

ରାତି ପର୍ଯ୍ୟନ୍ତ ପୁନର୍ବାର ଆରମ୍ଭ ନହୋଇପାରେ ସେବା
ରେଳବାଇ ବୈଷୟିକ ଦଳ ମରାମତି ଏବଂ କେବୁଲ ବଦଳାଇବା ଜାରି ରଖିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ପୂନର୍ବାର କାର୍ଯ୍ୟକ୍ଷମ କରିବାକୁ ଆହୁରି କିଛି ଘଣ୍ଟା ଲାଗିପାରେ। ଯାହାର ଫଳସ୍ୱରୂପ ବିଳମ୍ବିତ ରାତି ପର୍ଯ୍ୟନ୍ତ କେନ୍ଦ୍ରୀୟ ରେଳ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମେଗା ବ୍ଲକ ପରେ ଉଠିଲା ପ୍ରଶ୍ନ
କେନ୍ଦ୍ରୀୟ ରେଳବାଇ ରବିବାର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଏକ ମେଗା ବ୍ଲକ ଲାଗୁ କରିଥିଲା। ଏହାର ପର ଦିନ ଏପରି ଏକ ବଡ଼ ବୈଷୟିକ ସମସ୍ୟା ଦେଖାଦେବା ଯାତ୍ରୀଙ୍କ କ୍ରୋଧକୁ ଆହୁରି ବଢାଇଛି। ନିୟମିତ ରକ୍ଷଣାବେକ୍ଷଣ ସତ୍ତ୍ୱେ ରେଳବାଇ ଏପରି ପରିସ୍ଥିତିକୁ କାହିଁକି ରୋକିବାରେ ବିଫଳ ହେଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।

ସନ୍ଧ୍ୟା ପିକ୍ ଘଣ୍ଟା ସମୟରେ ଭିଡ଼ ହେବାର ଭୟ
ସାରା ଦିନ ଟ୍ରେନ ବାଧାପ୍ରାପ୍ତ ହେବାର ପ୍ରଭାବ ସନ୍ଧ୍ୟା ପିକ୍ ଘଣ୍ଟା ସମୟରେ ମଧ୍ୟ ଅନୁଭୂତ ହୋଇପାରେ। ଅନେକ ଷ୍ଟେସନ ଠାରେ ପ୍ରବଳ ଯାତ୍ରୀ ଭିଡ଼ ଆଶା କରାଯାଉଛି। ରେଳବାଇ ଯାତ୍ରୀଙ୍କୁ ନିୟମିତ ଭାବରେ ଅପଡେଟ୍ ଯାଞ୍ଚ କରିବାକୁ ଏବଂ ଅନାବଶ୍ୟକ ଯାତ୍ରା ଏଡାଇବାକୁ ପରାମର୍ଶ ଦେଉଛି। ମୁମ୍ବାଇ ସହରର ଜୀବନରେଖା କେବେ ସମ୍ପୂର୍ଣ୍ଣ ଭାବରେ ପୂର୍ଣ୍ଣର୍ବାର କାର୍ଯ୍ୟକ୍ଷମ ହେବ ତାହା ଉପରେ ଏବେ ରହିଛି ସମସ୍ତଙ୍କ ନଜର।