Videos
|
National

Viral Train Video / ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ଅଜବ ସେଲିବ୍ରେସନ୍… ଭାଇରାଲ୍ ଭିଡିଓ ପରେ ରେଲଓ୍ବେର ଆକ୍ସନ

Ritu Das
Browse all articles by Ritu Das
·2 hours ago·2 min read
ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ଅଜବ ସେଲିବ୍ରେସନ୍… ଭାଇରାଲ୍ ଭିଡିଓ ପରେ ରେଲଓ୍ବେର ଆକ୍ସନ
India

Key Points

କିଛି ମହିଳା ନିଜ ବନ୍ଧୁଙ୍କ ବିବାହକୁ ସ୍ପେଶାଲ କରିବାକୁ ଟ୍ରେନରେ ହିଁ ପ୍ରି ୱେଡିଂ ସେଲିବ୍ରେଶନ ମୋଡ ଆରମ୍ଭ କରିଦେଲେ
ମୁମ୍ବାଇର ଲୋକାଲ ଟ୍ରେନରେ ଆପଣ ସବୁବେଳେ ଲୋକଙ୍କ ଭିଡ଼ ଦେଖିଥିବେ। ଅଫିସ ଯିବାପାଇଁ ଲୋକେ ପ୍ରାୟତଃ ଟ୍ରେନ ଉପରେ ନିର୍ଭର କରନ୍ତି। କିନ୍ତୁ ମୁମ୍ବାଇ ଲୋକାଲ ଟ୍ରେନରେ ଏମିତି କିଛି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆକର୍ଷଣ କରିଛି। କିଛି ମହିଳା ନିଜ ବନ୍ଧୁଙ୍କ ବିବାହକୁ ସ୍ପେଶାଲ କରିବାକୁ ଟ୍ରେନରେ ହିଁ ପ୍ରି ୱେଡିଂ ସେଲିବ୍ରେଶନ ମୋଡ ଆରମ୍ଭ କରିଦେଲେ। ସେମାନେ ପୁରା ଟ୍ରେନକୁ ଫୁଲରେ ସଜାଇଦେଲେ ଆଉ ହେବାକୁ ଯାଉଥିବା ଦୁଲହନକୁ ଖାସ ଅନ୍ଦାଜରେ ସ୍ବାଗତ କରିଥିଲେ। ଏହି ସେଲିବ୍ରେଶନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।



କିନ୍ତୁ ଏହି ଉତ୍ସବକୁ ଦେଖି କେହି ଖୁସି ନାହାନ୍ତି। କିଛି ଲୋକ ଏହି ବନ୍ଧୁତାକୁ ଏକ ସୁନ୍ଦର ଉଦାହରଣ କହିଛନ୍ତି। ଆଉ କିଛି ୟୁଜର୍ସ କହିଛନ୍ତି ଟ୍ରେନ ନିଜ ସମ୍ପତ୍ତି ନୁହେଁ ସାର୍ବଜନିକ ସ୍ଥାନରେ ଏଭଳି ନିଜ କାର୍ଯ୍ୟକ୍ରମ କରିବା କେତେଦୂର ଯୁକ୍ତିଯୁକ୍ତ।

ଏଥି ସହ ପଢନ୍ତୁ:  ଟ୍ରେନ୍ ଖାଦ୍ୟରେ ଏ କ'ଣ ? ବନ୍ଦେ ଭାରତରେ ନଟ୍‌ବୋଲ୍ଟ ଦେଖି ହଙ୍ଗାମା


  • ଫୁଲ ଏବଂ ସାଜସଜ୍ଜା ସାମଗ୍ରୀରେ ସଜ୍ଜିତ ଏକ ଲୋକାଲ୍ ଟ୍ରେନ୍ ବଗି

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ହେରିଟେଜ ନାମକ ଆକାଉଣ୍ଟରୁ ଶେୟାର କରାଯାଇଛି। ମୁମ୍ବାଇ ଲୋକାଲ ଟ୍ରେନର ଗୋଟି, ବଗିକୁ ମହିଳାମାନେ ଫୁଲରେ ସଜେଇବା ସହ, ଲଟକନ ଏବଂ ଦୀପ ରଖିକି କନ୍ୟାର ଏଣ୍ଟ୍ରିରେ ତାଙ୍କୁ ବନ୍ଦେଇ ସ୍ବାଗତ କରିଛନ୍ତି। ସାଙ୍ଗକୁ ସରପ୍ରାଇଜ ଦେବାକୁ ଏତେବଡ଼ ପଦକ୍ଷେପ ନେଇଛନ୍ତି। ବହୁପ୍ରକାର ରଶମ ମଧ୍ୟ କରିଛନ୍ତି। ଆଶୀର୍ବାଦ ଦେବା ସହ ହଗ କରି ସାରା ଜୀବନ ଖୁସିରେ ରହିବାକୁ ଶୁଭକାମନା ଜଣାଇଛନ୍ତି।

  • ମହାରାଷ୍ଟ୍ରର କେଲଭନ ରଶମ କଣ?

ସୋସିଆଲ ମିଡିଆରେ ଶେୟାର କରବିାସହ ଏହା ମହାରାଷ୍ଟ୍ରର “କେଲଭନ” ରଶମ ବୋଲି କୁହାଯାଇଛି। ଏହା ବିବାହ ପୂର୍ବରୁ ପାଳନ କରାଯାଇଥାଏ। ଯେଉଁଥିରେ ପରିବାର ଲୋକ ଏବଂ ନିକଟତର ସମ୍ପର୍କୀୟ ବର କିମ୍ବା କନ୍ୟାଙ୍କୁ ବିବାହ ପୂର୍ବରୁ ନିଜ ଘରକୁ ନିମନ୍ତ୍ରଣ କରିଥାଆନ୍ତି। ଏହି ଅବସରରେ ସେମାନଙ୍କ ପାଇଁ ଖାସ ଭୋଜନର ଆୟୋଜନ କରାଯାଇଥାଏ। ପରିବାର ଲୋକେ ଏହି ବର/କନ୍ୟା ନିମନ୍ତ୍ରଣରେ ଢେରସାରା ଭଲ ପାଇବା ସହ ଯିବାବେଳେ ଏକ ସୁନ୍ଦର ଉପହାର ଦେଇଥାଆନ୍ତି। ଏହା ଘରେ କିମ୍ବା ଏକ ଖାସ ଜାଗାରେ ହୋଇଥାଏ। କିନ୍ତୁ ପ୍ରଥମ ଥର ଏହି ଉତ୍ସବ ଲୋକାଲ ଟ୍ରେନରେ ଦେଖିବାକୁ ମିଳିଛି। ସେଥିପାଇଁ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। କିଛି ଲୋକଙ୍କୁ ମହିଳାମାନଙ୍କ ଏହି ସରପ୍ରାଇଜ ଭଲ ଲାଗିଲା। ଜଣେ ୟୁଜର୍ସ କହିଛନ୍ତି ମୁମ୍ବାଇ ଭଳି ସହରରେ ଲୋକେ ବହୁତ ସମୟ ଲୋକାଲ ଟ୍ରେନରେ ବିତାଇଥାଆନ୍ତି। କିଛି ଦିନ ମଧ୍ୟରେ ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତା ମଧ୍ୟ ହୋଇଯାଇଥାଏ। ସାଙ୍ଗର ବିବାହ ପୂର୍ବରୁ ଏକ ସ୍ପେଶାଲ ମୋମେଣ୍ଟ କରିବାକୁ ଭଲ ଆୟୋଜନ କରିଛନ୍ତି। କିନ୍ତୁ ଆଉ କିଛି ଜଣ ଏହି ଭିଡିଓ ଦେଖିକି ଭଡକିଛନ୍ତି। କହିଛନ୍ତି ଟ୍ରେନ କାହାର ନିଜସ୍ମ ସମ୍ପତ୍ତି ନୁହେଁ। ଏଥିରେ ହଜାର ହଜାର ଲୋକ ଯାତ୍ରା କରୁଛନ୍ତି। ଏମିତିରେ ନିଜର ବ୍ୟକ୍ତିଗତ କାର୍ଯ୍ୟକ୍ରମ କରିବା ଆଦୌ ଠିକ ନୁହେଁ। ଏହି ଭିଡିଓକୁ ଦେଖିବାପରେ ରେଳ ବିଭାଗ କଡ଼ା ଆକ୍ସନ ନେଇଛନ୍ତି। ଯେଉଁମାନେ ଏପରି କରିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: