Mumbai Viral Video / ପାର୍କରେ ଦମ୍ପତିଙ୍କୁ ଘେରିଲେ, ନିର୍ଧୁମ ଛେଚିଲେ, ଭିଡିଓ ହେଲା ଭାଇରାଲ୍
·40 mins ago·2 min read

Key Points
ମୁମ୍ବାଇ ପାର୍କରେ ଦମ୍ପତିଙ୍କୁ ଘେରିଲେ ନାବାଳକ!
ଅଶ୍ଳୀଳ ମନ୍ତବ୍ୟରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ
ଦମ୍ପତ୍ତିଙ୍କୁ ଚପଲ ଓ ବାଡ଼ିରେ ନିର୍ଧୁମ ମାରିଲେ
ଭିଡିଓ ହେଲା ଭାଇରାଲ୍, ଥାନାରେ ମାମଲା
ଅଶ୍ଳୀଳ ମନ୍ତବ୍ୟରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ
ଦମ୍ପତ୍ତିଙ୍କୁ ଚପଲ ଓ ବାଡ଼ିରେ ନିର୍ଧୁମ ମାରିଲେ
ଭିଡିଓ ହେଲା ଭାଇରାଲ୍, ଥାନାରେ ମାମଲା
ମୁମ୍ବାଇ: ପାର୍କରେ ଫଟୋ ଉଠାଉଥିଲେ ଦମ୍ପତି। ହେଲେ ହଠାତ୍ ସେମାନଙ୍କୁ ଘେରିଗଲେ କିଛି ବାଳକ। ପ୍ରଥମେ ଅଶ୍ଳୀଳ ମନ୍ତବ୍ୟ, ପରେ ବିରୋଧ କରିବାରୁ ଆରମ୍ଭ ହେଲା ଆକ୍ରମଣ। ଚପଲ ଓ ବାଡ଼ିରେ ଦମ୍ପତିଙ୍କୁ ମାଡ଼ ମରାଯାଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍। ଏହି ଘଟଣାକୁ ନେଇ ମୁମ୍ବାଇରେ ଚର୍ଚ୍ଚା ଜୋର୍ ଧରିଛି।
ରିପୋର୍ଟ ଅନୁସାରେ, ମୁମ୍ବାଇର ଏକ ପାର୍କରେ ଦମ୍ପତି ଫଟୋ ଉଠାଉଥିବା ସମୟରେ ୭ରୁ ୧୦ ଜଣ ନାବାଳକ ସେଠାରେ ପହଞ୍ଚିଥିଲେ। ସେମାନେ ଦମ୍ପତିଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେବା ସହ ହଇରାଣ କରିବା ଆରମ୍ଭ କରିଥିଲେ। ଦମ୍ପତି ଏହାର ପ୍ରତିବାଦ କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ନାବାଳକମାନେ ଉଭୟଙ୍କୁ ଘେରିଯାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଭିଡିଓରେ କଏଦ ଆକ୍ରମଣର ଦୃଶ୍ୟ
ଭାଇରାଲ୍ ଭିଡିଓରେ ଦମ୍ପତିଙ୍କ ସହ ବାଳକମାନଙ୍କ ଯୁକ୍ତିତର୍କ ଦେଖିବାକୁ ମିଳୁଛି। ଏପରିକି ଜଣେ ବାଳକ ଯୁବକଙ୍କୁ ଚପଲରେ ଆଘାତ କରୁଥିବା ବେଳେ ଅନ୍ୟ ଜଣେ ଯୁବତୀଙ୍କ ମୁଣ୍ଡକୁ ବାଡ଼ିରେ ଆଘାତ କରୁଥିବା ଦୃଶ୍ୟ ରହିଛି। ଘଟଣାସ୍ଥଳରେ ଥିବା କିଛି ଲୋକ ଏହି ଘଟଣାର ଭିଡିଓ ରେକର୍ଡ କରିଥିଲେ। ପରେ ଏହା ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା।
ପଢନ୍ତୁ ଏହି ଖବର: ୯ ବର୍ଷ ସାନ ବିଜନେସମ୍ୟାନଙ୍କ ପ୍ରେମରେ କୃତି ! ବିବାହକୁ ନେଇ ବଢ଼ିଲା ଚର୍ଚ୍ଚା
୮ ଜଣଙ୍କ ବିରୋଧରେ ମାମଲା
ଘଟଣାକୁ ନେଇ ପୀଡ଼ିତ ଦମ୍ପତିଙ୍କ ଅଭିଯୋଗ ପରେ ଘାଟକୋପର ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ୮ ଜଣଙ୍କୁ ଅଟକ ରଖାଯାଇଥିବା ରିପୋର୍ଟ ହୋଇଛି। ଡେପୁଟି ପୋଲିସ କମିଶନର ଗଣେଶ ସିନ୍ଦେଙ୍କ ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ବିରୋଧରେ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ସମସ୍ତଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ସମ୍ମୁଖରେ ହାଜର କରାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ, ଏହି ଘଟଣାକୁ ନେଇ ବିଜେପି ନେତା କିରିଟ ସୋମୈୟା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅଭିଭାବକଙ୍କୁ ନୋଟିସ୍ ଜାରି ହୋଇଥିବା ସେ କହିଛନ୍ତି।
ପୂର୍ବରୁ ବିହାରର ଜାମୁଇରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଜଣେ ନାବାଳକ ଓ ଜଣେ ନାବାଳିକାଙ୍କୁ କିଛି ଯୁବକ ଅଟକାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସେହି ଘଟଣାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା।
ଲଗାତାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣ ସ୍ଥାନରେ ମହିଳା ଓ ଦମ୍ପତିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦୋଷୀଙ୍କ ବିରୋଧରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର ରହିଛି।
ଲଗାତାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣ ସ୍ଥାନରେ ମହିଳା ଓ ଦମ୍ପତିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦୋଷୀଙ୍କ ବିରୋଧରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର ରହିଛି।
Related Topics
Explore more stories