Mumbai Raja Festival / ମୁମ୍ବାଇରେ ସ୍ୱାଭିମାନୀ ଓଡ଼ିଆ ୱିମେନ୍ସ ୱାର୍ଲ୍ଡ କରିଛି ରଜ ପାଳନ, ଜଗନ୍ନାଥ ଭଜନ, ରଜ ଗୀତ, ଓଡ଼ିଶୀ ନୃତ୍ୟରେ ପାଳନ ହେଲା ରଜ
·2 months ago·2 min read

Key Points
ମୁମ୍ବାଇରେ ସ୍ୱାଭିମାନୀ ଓଡ଼ିଆ ୱିମେନ୍ସ ୱାର୍ଲ୍ଡ ର ରଜ ପାଳନ
ପରିବେଷଣ ହୋଇଥିଲା ଜଗନ୍ନାଥ ଭଜନ, ରଜ ଗୀତ,ଓ ଓଡ଼ିଶୀ ନୃତ୍ୟ
ରଜ କୁଇନ୍ ୨୦୨୬ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା

ମୁମ୍ବାଇ,୧୯/୦୬: ସ୍ୱାଭିମାନୀ ଓଡ଼ିଆ ୱିମେନ୍ସ ୱାର୍ଲ୍ଡ ପକ୍ଷରୁ ମୁମ୍ବାଇରେ ଆୟୋଜିତ ହୋଇଛି ରଜ ଉତ୍ସବ ୨୦୨୬। ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଏକତାର ଏକ ଭବ୍ୟ ଉତ୍ସବ ଥିଲା ଏହି ଉତ୍ସବ। ଏଥିରେ ଜଗନ୍ନାଥ ଭଜନ, ରଜ ଗୀତ, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଓ ଓଲିଉଡ୍ ନୃତ୍ୟ, ଶିଶୁମାନଙ୍କ ପ୍ରଦର୍ଶନ ଏବଂ ପ୍ରସିଦ୍ଧ ଗାୟକ ବଙ୍କିମ ପଟେଲଙ୍କ ସଙ୍ଗୀତ ପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ଡ଼. ନାରାୟଣ ସାହୁଙ୍କ ଲାଇଭ୍ ସ୍ୟାଣ୍ଡ ଆର୍ଟ ପ୍ରଦର୍ଶନୀ ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା, ଯାହା ମୁମ୍ବାଇରେ ପୁରୀର ବାଲୁକା କଳାର ଅନୁଭୂତି ସୃଷ୍ଟି କରିଥିଲେ। ପ୍ରଣୁଷୀ ଫାଉଣ୍ଡେସନ୍ର ଶିଶୁମାନଙ୍କ ହୃଦୟସ୍ପର୍ଶୀ ପ୍ରଦର୍ଶନ ସମାବେଶୀକରଣର ବାର୍ତ୍ତାକୁ ସୁଦୃଢ କରିଥିଲା। ସ୍ୱାଭିମାନୀ ଓଡ଼ିଆ ୱିମେନ୍ସ ୱାର୍ଲ୍ଡ ପରିବାରର ସଦସ୍ୟମାନଙ୍କ ପ୍ରତିଭାକୁ ଉଜାଗର କରିବା ସହ ରଜ କୁଇନ୍ ୨୦୨୬ ପ୍ରତିଯୋଗିତା ଉତ୍ସବର ଅନ୍ୟତମ ଆକର୍ଷଣ ରହିଥିଲା।
ଏହି ରଜ ଉତ୍ସବ ୨୦୨୬ ଓଡ଼ିଆ ସଂସ୍କୃତି, ମହିଳା ସଶକ୍ତିକରଣ ଓ ଏକତାର ଏକ ସଫଳ ଉଦାହରଣ ହୋଇ ମୁମ୍ବାଇରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ଏକ ସୂତ୍ରରେ ବାନ୍ଧିବାରେ ସକ୍ଷମ ହୋଇଥିଲା।
ପଢନ୍ତୁ ଏହି ଖବର: କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁ ଠୁ ସହର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରଜ ଏକ କୃଷିଭିତ୍ତିକ ପର୍ବ । ବିଭିନ୍ନ ଅଂଚଳରେ ରଜପର୍ବ ଚାରିଦିନ ଓ କେଉଁଠି କେଉଁଠି ପାଂଚଦିନ ଧରି ପାଳିତ ହେବାର ପରମ୍ପରା ରହିଛି । ଏହି ପର୍ବ ମାଧ୍ୟମରେ ପ୍ରକୃତିକୁ ସମ୍ମାନ ଦେବା ସହିତ ନାରୀକୁ ସମ୍ମାନ ଦେବାର ଏକ ସୂକ୍ଷ୍ମ ପରମ୍ପରା ପ୍ରଚଳିତ । ତେଣୁ ଏହାକୁ କେବଳ ଏକ କୃଷିଭିତ୍ତିକ ପର୍ବ ଭାବେ ବିଚାର ନକରି ନାରୀ ଜାତି ପ୍ରତି ସମ୍ମାନବୋଦର ଏକ ପର୍ବ ଭାବେ ମଧ୍ୟ ବିଚାର କରାଯାଇଥାଏ ।
ଏହି ପର୍ବରେ ପିଠା-ପଣା, ଦୋଳିଖେଳ, ଘର ଘର ମଧ୍ୟରେ ପଡ଼ୋଶୀଙ୍କ ପିଠା ଦିଆନିଆ ଓ ଆନନ୍ଦ ବିତରଣର ମାହୋଲକୁ ଦେଖିଲେ ମନେହୁଏ ରଜ ଆମ ଜୀବନର ଏକ ଅନନ୍ୟ ଉତ୍ସବ ବୋଲି ପ୍ରତୀୟ ହୋଇଥାଏ । ଓଡ଼ିଆ ଘରେ ପର୍ବପର୍ବାଣୀର ଅର୍ଥ ବିଭିନ୍ନ ପ୍ରକାର ପିଠାର ଆସର । କିନ୍ତୁ ଅନ୍ୟ ପର୍ବ ଅପେକ୍ଷା ରଜପର୍ବରେ ତିଆରି ପିଠା ସଭିଙ୍କର ପ୍ରିୟ । ଏହିଦିନ ଚକୁଳି, କାକରା ଓ ପୋଡ଼ ପିଠାର ମହକ ଘରେ ଘରେ ମହକିଥାଏ । ନଡ଼ିଆ ପୁର ଦିଆ ପୋଡ଼ ପିଠା ରଜରେ ମୁଖ୍ୟ ସ୍ଥାନ ଗ୍ରହଣ କରିଥାଏ । କାରଣ ଜଗନ୍ନାଥଙ୍କ ଛପନ ଭୋଗରେ ଏହା ସ୍ଥାନ ପାଇଥାଏ । ତେଣୁ ପୋଡ଼ ପିଠାକୁ ତିନିଦିନ ଧରି ଖିଆଯାଏଁ ।

Related Topics
Explore more stories