Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଉସ୍ତାଦ ରଶିଦ ଖାନଙ୍କ ପରଲୋକ, ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା

National

ଉସ୍ତାଦ ରଶିଦ ଖାନଙ୍କ ପରଲୋକ, ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା

Jitendra Dash
Browse all articles by Jitendra Dash
·2 years ago·1 min read
ଉସ୍ତାଦ ରଶିଦ ଖାନଙ୍କ ପରଲୋକ, ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା

ଅର୍ଗସ ବ୍ୟୁରୋ : ସଙ୍ଗୀତ ସମ୍ରାଟ ଉସ୍ତାଦ ରଶିଦ ଖାନଙ୍କର ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ସେ କ୍ୟାନସରରେ ପୀଡ଼ିତ ଥିଲେ । କୋଲକାତାର ପିଅରଲେସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ତାଙ୍କ ମୃତଦେହକୁ କୋଲକାତାର ପିସହିବେନକୁ ପଠାଯିବ । ରାତିରେ ସେଠାରେ ତାଙ୍କର ମୃତଦେହ ରହିବ । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । 

ଅଧିକ ପଢନ୍ତୁ ଭାରତ ଖବର

ତାଙ୍କ ମୃତଦେହକୁ ଶେଷ ଦର୍ଶନ ପାଇଁ ରବୀନ୍ଦ୍ର ସଦନରେ ରଖାଯିବ । ରଶିଦ ଖାନଙ୍କ ପରଲୋକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି । ୨୦୨୨ ମସିହାରେ ଉସ୍ତାଦ ରଶିଦ ଖାନଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାସହ ବଙ୍ଗ ଭୂଷଣ, ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ, ଗ୍ଲୋବାଲ ଇଣ୍ଡିଆନ ମ୍ୟୁଜିକ୍ ଏକାଡେମୀ ଆୱାର୍ଡ, ମହା ସଙ୍ଗୀତ ସମ୍ମାନ ଆୱାର୍ଡ, ମିର୍ଚ୍ଚି ମ୍ୟୁଜିକ୍ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Music maestro Ustad Rashid Khan dies at 55 | Argus News