Mystery Well / ଦେଖନ୍ତୁ Video: କୂଅରେ ଅଜବ ହଲଚଲ, ଲଗାତାର ଉପର-ତଳ ହେଉଛି ପାଣି...
·2 hours ago·2 min read

Key Points
ଚାଷ ଜମିରେ ପ୍ରାୟ ୧୮ ଫୁଟ୍ ଚଉଡ଼ାର କୂଅ ଖୋଳା ଯାଇଥିବା ବେଳେ ପାଣି ଲଗାତାର ଉପର-ତଳ ହେଉଛି । ଯେତେବେଳେ କି ନିକଟରେ ଥିବା ଅନ୍ୟ କୂଅର ପାଣି ଧିର, ଶାନ୍ତ ରହିଛି ।
ନୂଆଦିଲ୍ଲୀ: କ୍ଷେତରେ ପାଣି ମଡ଼ାଇବା ପାଇଁ ନୂଆ କୂଅ ଖୋଳା ହେଲା । ଆଉ କୂଅ ଖୋଳିବା ମାତ୍ରେ ସମସ୍ତଙ୍କ ମଧ୍ୟରେ ଏବେ ଉତ୍ସୁକତା ସହ ଚିନ୍ତା ବଢ଼ିଛି । କାରଣ ଏହି କୂଅର ପାଣି ଅନବରତ ଉପର-ତଳ ହେଉଛି । ଲାଗୁଛି କୂଅ ପାଣି ଯେମିତି ଲହଡ଼ି ଭାଙ୍ଗୁଛି ।
ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ମୋରବୀ ଜିଲ୍ଲାର ବିପରଦା ଗାଁରେ । ଯେଉଁଠି ଏବେ କୂଅକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଚାଷ ଜମିରେ ପ୍ରାୟ ୧୮ ଫୁଟ୍ ଚଉଡ଼ାର କୂଅ ଖୋଳା ଯାଇଥିବା ବେଳେ ପାଣି ଲଗାତାର ଉପର-ତଳ ହେଉଛି । ଯେତେବେଳେ କି ନିକଟରେ ଥିବା ଅନ୍ୟ କୂଅର ପାଣି ଧିର, ଶାନ୍ତ ରହିଛି ।
ଏଥିସହ ପଢ଼ନ୍ତୁ: ଆକାଶରେ ୩୫୦୦ କିମିର ବିଶାଳ ମେଘମାଳା, ଆସୁଛି ବିପଦ!
ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । କାହିଁକି କୂଅର ପାଣି ଅସ୍ଥିର ହୋଇ ଉଠିଛି ? ଏହା ପଛର କାରଣ ଭୂକମ୍ପ ନା ଅନ୍ୟ କିଛି ? ଏସବୁର କାରଣ ଖୋଜିବା ପାଇଁ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶେଷଜ୍ଞ କୌଣସି ଠୋସ୍ କାରଣ ପାଇନଥିବା ବେଳେ ସରକାରୀ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ବିପରଦା ଗାଁରେ ନିକଟରେ ଏହି କୂଅଟି ଖୋଳା ଯାଇଥିଲା । ଏବେ ଉକ୍ତ କୂଅରେ ପାଣି ଲହଡ଼ି ଭାଙ୍ଗୁଛି । ପ୍ରଥମେ ଏହା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଥିଲା, ଏବେ ଡର ପଶିଲାଣି । ତେବେ ନିକଟରେ ଥିବା ଅନ୍ୟ କୂଅର ପାଣି ସ୍ଥିର ଥିବାରୁ ଏହା ରହସ୍ୟମୟୀ ଲାଗୁଛି ।
ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଛି । ଜିଲ୍ଲାପାଳ, ସମ୍ବନ୍ଧୀୟ ବିଭାଗକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ, କାହିଁକି କୂଅର ପାଣି ଏତେ ଅସ୍ଥିର ତାର କାରଣ ଖୋଜୁଛନ୍ତି ବିଶେଷଜ୍ଞ । ତରବରିଆ ହୋଇ କୌଣସି ନିଷ୍ପତ୍ତି ନ ନେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
କ'ଣ କହିଲେ ଭୂ-ବିଜ୍ଞାନୀ ?
ଭୂ-ବିଜ୍ଞାନୀ ନୀତୀଶ ପ୍ରିୟଦର୍ଶୀ କୂଅରେ ଏହି ଆଶ୍ଚର୍ଯ୍ୟକର ଘଟଣାକୁ ନେଇ ସମ୍ଭାବିତ କାରଣ ଦର୍ଶାଇଛନ୍ତି । ସେ କହିଛନ୍ତି, "ହୁଏତ ସେଠାରେ କୌଣସି କ୍ଷୁଦ୍ର ଭୂମିକମ୍ପ ଆସିଥିବ କିମ୍ବା ଟୋକ୍ଟୋନିକ ପ୍ଲେଟ୍ ହଲଚଲ ହୋଇଛି । ତେବେ ସରକାରୀ ଭାବେ ସେଭଳି କିଛି ରିପୋର୍ଟ ହୋଇନାହିଁ ।"
ଦ୍ଵିତୀୟରେ, ବର୍ଷା ପାଇଁ ପାଣିପାଗ ବଦଳିଛି । ଯେତେବେଳେ କୌଣସି କୂଅର ସଂଯୋଗ ମାଟି ତଳେ ପାଣିର ସଂରକ୍ଷଣ ସହ ହୋଇଥାଏ ସେତେବେଳେ ଆକ୍ଵିଫର ଚାପରେ କୂଅର ପାଣିରେ ହଲଚଲ ଦେଖା ଯାଇପାରେ । ଆଉ ଏକ କାରଣ ହେଉଛି ଆଗାମୀ ଦିନରେ ଭୂକମ୍ପ ଆସିପାରେ ।
ଏଥିସହ ପଢ଼ନ୍ତୁ: ଅକ୍ଟୋବରରେ ଆୟୋଜିତ ହେବ ଆନ୍ତର୍ଜାତୀୟ ଚାଉଳ ସମ୍ମିଳନୀ; ସ୍ୱାକ୍ଷରିତ ହେବ କୋଟି କୋଟି ଟଙ୍କାର ବ୍ୟବସାୟିକ ଚୁକ୍ତି
ଯାଞ୍ଚ କାହିଁକି ଜରୁରୀ ?
ଏଭଳି ଘଟଣାକୁ ଅଣଦେଖା କରାଯାଇ ପାରିବ ନାହିଁ । କାରଣ ଗୁଜରାଟ ଭୂକମ୍ପ ଦୃଷ୍ଟିରୁ ସମ୍ବେଦନଶୀଳ । ୨୦୦୧ରେ ଭୂଜ ଭୂକମ୍ପ ଅବେବି ଲୋକଙ୍କ ମନରୁ ଲିଭି ନାହିଁ । ତେଣୁ ପ୍ରଶାସନ ସତର୍କ ହୋଇ ଯାଞ୍ଚ ଆରମ୍ଭ କରିଛି । ଯେଉଁଥିରେ ପାଣିର ରାସାୟନିକ ଗୁଣ ସହ ମାଟିର ଗଠନ ଓ ଭୂକମ୍ପ ଗତିବିଧିର ଅଧ୍ୟୟନ କରାଯାଉଛି ।

ALERT: 🚨 Strange phenominom occurring in the Indian town of Morbi, a water well KEEPS MOVING without any explanation.
— TRENDING ➞ 911 (@911NewsBreaks) August 7, 2026
Government sending in investigators. pic.twitter.com/vmdw1Bs2TT
ବିପରଦା ଗାଁରେ ନିକଟରେ ଏହି କୂଅଟି ଖୋଳା ଯାଇଥିଲା । ଏବେ ଉକ୍ତ କୂଅରେ ପାଣି ଲହଡ଼ି ଭାଙ୍ଗୁଛି । ପ୍ରଥମେ ଏହା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଥିଲା, ଏବେ ଡର ପଶିଲାଣି । ତେବେ ନିକଟରେ ଥିବା ଅନ୍ୟ କୂଅର ପାଣି ସ୍ଥିର ଥିବାରୁ ଏହା ରହସ୍ୟମୟୀ ଲାଗୁଛି ।
ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଛି । ଜିଲ୍ଲାପାଳ, ସମ୍ବନ୍ଧୀୟ ବିଭାଗକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ, କାହିଁକି କୂଅର ପାଣି ଏତେ ଅସ୍ଥିର ତାର କାରଣ ଖୋଜୁଛନ୍ତି ବିଶେଷଜ୍ଞ । ତରବରିଆ ହୋଇ କୌଣସି ନିଷ୍ପତ୍ତି ନ ନେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
କ'ଣ କହିଲେ ଭୂ-ବିଜ୍ଞାନୀ ?
ଭୂ-ବିଜ୍ଞାନୀ ନୀତୀଶ ପ୍ରିୟଦର୍ଶୀ କୂଅରେ ଏହି ଆଶ୍ଚର୍ଯ୍ୟକର ଘଟଣାକୁ ନେଇ ସମ୍ଭାବିତ କାରଣ ଦର୍ଶାଇଛନ୍ତି । ସେ କହିଛନ୍ତି, "ହୁଏତ ସେଠାରେ କୌଣସି କ୍ଷୁଦ୍ର ଭୂମିକମ୍ପ ଆସିଥିବ କିମ୍ବା ଟୋକ୍ଟୋନିକ ପ୍ଲେଟ୍ ହଲଚଲ ହୋଇଛି । ତେବେ ସରକାରୀ ଭାବେ ସେଭଳି କିଛି ରିପୋର୍ଟ ହୋଇନାହିଁ ।"
ଦ୍ଵିତୀୟରେ, ବର୍ଷା ପାଇଁ ପାଣିପାଗ ବଦଳିଛି । ଯେତେବେଳେ କୌଣସି କୂଅର ସଂଯୋଗ ମାଟି ତଳେ ପାଣିର ସଂରକ୍ଷଣ ସହ ହୋଇଥାଏ ସେତେବେଳେ ଆକ୍ଵିଫର ଚାପରେ କୂଅର ପାଣିରେ ହଲଚଲ ଦେଖା ଯାଇପାରେ । ଆଉ ଏକ କାରଣ ହେଉଛି ଆଗାମୀ ଦିନରେ ଭୂକମ୍ପ ଆସିପାରେ ।
ଏଥିସହ ପଢ଼ନ୍ତୁ: ଅକ୍ଟୋବରରେ ଆୟୋଜିତ ହେବ ଆନ୍ତର୍ଜାତୀୟ ଚାଉଳ ସମ୍ମିଳନୀ; ସ୍ୱାକ୍ଷରିତ ହେବ କୋଟି କୋଟି ଟଙ୍କାର ବ୍ୟବସାୟିକ ଚୁକ୍ତି
ଯାଞ୍ଚ କାହିଁକି ଜରୁରୀ ?
ଏଭଳି ଘଟଣାକୁ ଅଣଦେଖା କରାଯାଇ ପାରିବ ନାହିଁ । କାରଣ ଗୁଜରାଟ ଭୂକମ୍ପ ଦୃଷ୍ଟିରୁ ସମ୍ବେଦନଶୀଳ । ୨୦୦୧ରେ ଭୂଜ ଭୂକମ୍ପ ଅବେବି ଲୋକଙ୍କ ମନରୁ ଲିଭି ନାହିଁ । ତେଣୁ ପ୍ରଶାସନ ସତର୍କ ହୋଇ ଯାଞ୍ଚ ଆରମ୍ଭ କରିଛି । ଯେଉଁଥିରେ ପାଣିର ରାସାୟନିକ ଗୁଣ ସହ ମାଟିର ଗଠନ ଓ ଭୂକମ୍ପ ଗତିବିଧିର ଅଧ୍ୟୟନ କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories