Videos
|
National

BIRC 2026 2nd Edition India / ଅକ୍ଟୋବରରେ ଆୟୋଜିତ ହେବ ଆନ୍ତର୍ଜାତୀୟ ଚାଉଳ ସମ୍ମିଳନୀ; ସ୍ୱାକ୍ଷରିତ ହେବ କୋଟି କୋଟି ଟଙ୍କାର ବ୍ୟବସାୟିକ ଚୁକ୍ତି

Subhramjit Ray
Browse all articles by Subhramjit Ray
·2 hours ago·2 min read
ଅକ୍ଟୋବରରେ ଆୟୋଜିତ ହେବ ଆନ୍ତର୍ଜାତୀୟ ଚାଉଳ ସମ୍ମିଳନୀ; ସ୍ୱାକ୍ଷରିତ ହେବ କୋଟି କୋଟି ଟଙ୍କାର ବ୍ୟବସାୟିକ ଚୁକ୍ତି
BIRC 2026 2nd Edition India

Key Points

ଗତ ବର୍ଷ ଅନୁଷ୍ଠିତ BIRC ର ପ୍ରଥମ ସଂସ୍କରଣକୁ EY ଦ୍ୱାରା ଏକ ସ୍ୱାଧିନ ମୂଲ୍ୟାଙ୍କନରେ ସ୍କେଲ ଏବଂ ଅଂଶଗ୍ରହଣ ଦୃଷ୍ଟିରୁ ବିଶ୍ୱର ସର୍ବବୃହତ ସମର୍ପିତ ଚାଉଳ ସମ୍ମିଳନୀ ଭାବରେ ସ୍ୱୀକୃତି ଦିଆଯାଇଥିଲା।
IREF Second Global Summit BIRC 2026: ଆସନ୍ତା ଅକ୍ଟୋବର ମାସରେ ଆୟୋଜିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ଚାଉଳ ସମ୍ମିଳନୀର (BIRC 2026) ଦ୍ୱିତୀୟ ସଂସ୍କରଣ। ଭାରତୀୟ ଚାଉଳ ରପ୍ତାନିକାରୀ ମହାସଂଘ (IREF) ଦ୍ୱାରା ଆୟୋଜିତ ହେଉଛି ଏହି ବୈଶ୍ୱିକ ସମ୍ମିଳନୀ। ଏହାର ଦ୍ୱିତୀୟ ସଂସ୍କରଣକୁ ନେଇ ବିଶ୍ୱ ଚାଉଳ ଶିଳ୍ପ ଅତ୍ୟନ୍ତ ଉତ୍ସାହିତ ହୋଇଉଠିଛି। ଏହି ସମ୍ମିଳନୀ ପାଇଁ ୧୯ ହଜାରରୁ ଅଧିକ ପଞ୍ଜୀକରଣ ପୂର୍ବରୁ ଗ୍ରହଣ କରାଯାଇଛି। ଏହି ସମ୍ମିଳନୀ ଆୟୋଜିତ ହେବାର ପ୍ରାୟ ୩ ମାସ ପୂର୍ବରୁ ଏପର୍ୟ୍ୟନ୍ତ ପ୍ରାୟ ୧୯,୧୯୩ ପଞ୍ଜୀକରଣ ହୋଇସାରିଛି।

ଆସନ୍ତା ​​ଅକ୍ଟୋବର ୨୩-୨୫ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ଚାଉଳ ସମ୍ମିଳନୀ। ଏଥିରେ ୧୨୦ ରୁ ଅଧିକ ଦେଶର ୨୧୩୫ ଜଣ ଅନ୍ତର୍ଜାତୀୟ କ୍ରେତା ସାମିଲ ହେଉଛନ୍ତି। ଆୟୋଜକଙ୍କ କହିବା ଅନୁଯାୟୀ, ଏହି ୩ ଦିନିଆ ମେଗା ସମ୍ମିଳନୀରେ ବିଶ୍ୱର ୩୦ ହଜାରରୁ ଅଧିକ ପ୍ରତିନିଧି ଯୋଗଦେବାର ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମ ବୈଶ୍ୱିକ ଚାଉଳ ବ୍ୟବସାୟ କ୍ଷେତ୍ରର ସବୁଠାରୁ ବଡ଼ ସମାବେଶ ମଧ୍ୟରୁ ଗୋଟିଏ ହେବାକୁ ଯାଉଛି।

ଏହା ସହ ପଢନ୍ତୁ:  ଏବେ ସମଗ୍ର ବିଶ୍ୱ ଖାଇବ ଭାରତୀୟ ଚାଉଳ; ଉତ୍ପାଦନରେ ପଛରେ ପଡିଗଲା ଚୀନ୍

ଗତ ବର୍ଷର ଐତିହାସିକ ରେକର୍ଡ଼
ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ଚାଉଳ ସମ୍ମିଳନୀର ଉଦଘାଟନୀ ସଂସ୍କରଣକୁ EY ଦ୍ୱାରା ସ୍କେଲ୍ ଏବଂ ସ୍ୱାଧିନ ମୂଲ୍ୟାଙ୍କନରେ ଅଂଶଗ୍ରହଣ ଦୃଷ୍ଟିରୁ ବିଶ୍ୱର ସର୍ବବୃହତ ସମର୍ପିତ ଚାଉଳ ସମ୍ମିଳନୀ ଭାବରେ ସ୍ୱୀକୃତି ଦିଆଯାଇଥିଲା। ପୂର୍ବ ସଂସ୍କରଣରେ ୯୦ ରୁ ଅଧିକ ଦେଶରୁ ୧୦୮୩ ଜଣ ଆନ୍ତର୍ଜାତୀୟ କ୍ରେତାଙ୍କ ସମେତ ମୋଟ ୧୦,୮୫୪ ଜଣ ଅଂଶଗ୍ରହଣକାରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଏହି ସମ୍ମିଳନୀରେ ପ୍ରାୟ ୩୩,୪୫୩ କୋଟି ଟଙ୍କାର ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଯାହା ଦ୍ୱାରା ୮୬.୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କାରବାର ହେଉଥିଲା।

ଚଳିତ ବର୍ଷ ନୂତନ ପଦକ୍ଷେପ ଏବଂ ନବସୃଜନ ଉପରେ ରହିଛି ଗୁରୁତ୍ୱ
ପାରମ୍ପରିକ ବାଣିଜ୍ୟ ପ୍ରଦର୍ଶନୀ ଠାରୁ ଭିନ୍ନ, BIRC ୨୦୨୬ ବ୍ୟବସାୟିକ ନେଟୱାର୍କିଂ, ମାର୍କେଟ ଇଣ୍ଟେଲିଜେନ୍ସ,, ନୀତି ଆଲୋଚନା ଏବଂ ଜ୍ଞାନ-ଆଦାନ ପ୍ରଦାନକୁ ଏକତ୍ରିତ କରିବା, ତଳିତ ବର୍ଷ ଆୟୋଜିତ ହେବାକୁ ଯାଉଥିବା ଦ୍ୱିତୀୟ ସଂସ୍କରଣର ମୁଖ୍ୟ ଆକର୍ଷଣ।

ବୈଶ୍ୱିକ ଫସଲ ସର୍ବେକ୍ଷଣ: ଧାନ ଫସଲର ଏକ ଆନ୍ତର୍ଜାତୀୟ ସ୍ତରରେ ସମନ୍ୱିତ ସର୍ବେକ୍ଷଣ
ମୂଲ୍ୟ ପୂର୍ବାନୁମାନ: ବିଶ୍ୱ ଚାହିଦା ଏବଂ ଯୋଗାଣ ଉପରେ ଆଧାର କରି ଭବିଷ୍ୟତର ମୂଲ୍ୟର ସଠିକ୍ ପୂର୍ବାନୁମାନ
ଡିଜିଟାଲ୍ B2B ନେଟୱାର୍କିଂ: ଆପ୍-ଆଧାରିତ B2B ବୈଠକ, ଜ୍ଞାନ ଅଧିବେଶନ ଏବଂ ଚାଉଳ ଶିଳ୍ପ ନବସୃଜନ ପ୍ରଦର୍ଶନ କରୁଥିବା ଏକ ସ୍ୱତନ୍ତ୍ର ଅଭିଜ୍ଞତା କ୍ଷେତ୍ର

ଏହା ସହ ପଢନ୍ତୁ: ଭବିଷ୍ୟତରେ ଭାରତରେ ମହଙ୍ଗା ହୋଇଯିବ ଭାତ! ଚିନ୍ତା ବଢାଇଲା ବୈଜ୍ଞାନିକଙ୍କ ଚେତାବନୀ

ବୈଶ୍ୱିକ ଚାଉଳ କାରବାରରେ ଭାରତର ସ୍ଥିତି
ଏହି ସମ୍ମିଳନୀ ବିଶ୍ୱର ସର୍ବବୃହତ ଚାଉଳ ଉତ୍ପାଦକ ଏବଂ ରପ୍ତାନିକାରୀ ଦେଶ ଭାବରେ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ ​​କରୁଛି। "ଆମର ଲକ୍ଷ୍ୟ ହେଉଛି ଏକ ସାଧାରଣ ପ୍ଲାଟଫର୍ମ ସୃଷ୍ଟି କରିବା ଯେଉଁଠାରେ ବିଶ୍ୱ ଚାଉଳ ଶିଳ୍ପ ଦୀର୍ଘକାଳୀନ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବା। ଏକଥା IREF ଉପାଧ୍ୟକ୍ଷ ଦେବ ଗର୍ଗ କହିଛନ୍ତି। ଚଳିତ ବର୍ଷ ଅକ୍ଟୋବର ମାସରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ପାଇଁ ଏହି ଉତ୍ସାହ ଦର୍ଶାଉଛି ଯେ ଶିଳ୍ପ ଏହି ମଞ୍ଚର ଗୁରୁତ୍ୱକୁ ସ୍ୱୀକାର କରୁଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: