Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୟଙ୍କର ଅଗ୍ନିକାଣ୍ଡ…ବାରରେ ଜୀବନ୍ତ ଜଳିଗଲେ ୨ଜଣ, ୭ ଗୁରୁତର ଆହତ

National

Fire Mishap / ଭୟଙ୍କର ଅଗ୍ନିକାଣ୍ଡ…ବାରରେ ଜୀବନ୍ତ ଜଳିଗଲେ ୨ଜଣ, ୭ ଗୁରୁତର ଆହତ

Ritu Das
Browse all articles by Ritu Das
·1 hour ago·1 min read
ଭୟଙ୍କର ଅଗ୍ନିକାଣ୍ଡ…ବାରରେ ଜୀବନ୍ତ ଜଳିଗଲେ ୨ଜଣ, ୭ ଗୁରୁତର ଆହତ
India

Key Points

କର୍ଣ୍ଣାଟକ ମୈସୁରର ଏକ ବାରରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି
କର୍ଣ୍ଣାଟକ ମୈସୁରର ଏକ ବାରରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ବାରରେ ନିଆଁ ଲାଗିବା ଯୋଗୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଆରଟି ନଗର ଅଞ୍ଚଳର ଦତ୍ତ ଗଳିସ୍ଥିତ ‘ଫକ୍ସଡେନ ଲିକର ଗ୍ୟାରେଜ ବାର ଆଣ୍ଡ ରେଷ୍ଟୁରାଣ୍ଟ’ରେ ଏହି ଅଗ୍ନିକାଣ୍ଡ ଘଟିଛି। ପ୍ରାରମ୍ଭିକ ସୂଚନାରୁ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି। ନିଆଁ ଏତେ ଦ୍ରୁତ ବ୍ୟାପିଥିଲା ଯେ ଲୋକେ କିଛି ବୁଝିବା ଆଗରୁ ଜଳିବାକୁ ଲାଗିଥିଲା।

ଏହାସହ ପଢ଼ନ୍ତୁ: ପନିରରେ ଲୁଣକୁ ନେଇ ଝଗଡ଼ା ବନ୍ଧୁକ ଦେଖାଇ ମାରପିଟ୍


ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଜଣେ ନେପାଳ ନାଗରିକ ଥିବା କୁହାଯାଉଛି। ମୃତକ ହେଲେ ଶାହିନ(୨୬) ଓ ପ୍ରକାଶ (୨୪)। ସାହିନ ଦାର୍ଜିଲିଂର ବାସିନ୍ଦା ହୋଇଥିବା ବେଳେ ପ୍ରକାଶ ନେପାଳ ନାଗରିକ ଭାବେ ଚିହ୍ନଟ ହୋଇଛି। ଉଭୟ ରେଷ୍ଟୁରାଣ୍ଟର କର୍ମଚାରୀ ବୋଲି କୁହାଯାଉଛି। ଅଗ୍ନିକାଣ୍ଡ ବେଳେ ଉଭୟ ଭିତରେ ଥିଲେ ଓ ଘଟଣାସ୍ଥଳରେ ପୋଡି ହୋଇ ସେମାନେ ପ୍ରାଣ ହରାଇଛନ୍ତି।

ଏହାସହ ପଢ଼ନ୍ତୁ: ରଜ ସଂକ୍ରାନ୍ତିରେ ଅଘଟଣ; ପୁରୀ ବେଳାଭୂମିରେ ବୁଡ଼ିଗଲେ ୪ ପର୍ଯ୍ୟଟକ

ଏହି ଅଗ୍ନିକାଣ୍ଡରେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀଙ୍କ ଅନୁସାରେ କିଛି ଲୋକ ଗୁରୁତର ପୋଡି ଯାଇଛନ୍ତି। ଅନ୍ୟମାନେ ଧୂଆଁ ଭରିଯିବାରୁ ନିଶ୍ୱାସପ୍ରଶ୍ୱାସ ନେଇ ନପାରି ଅସୁସ୍ଥ ହୋଇପଡିଛନ୍ତି। ରିପୋର୍ଟ ଅନୁସାରେ ନିଆଁ ଲାଗିବା ବେଳେ ରେଷ୍ଟୁରାଣ୍ଟରେ ୨୫ ଜଣ ଲୋକ ଥିଲେ। ଅଚାନକ ଧୂଆଁ ଭରିଯିବାରୁ ଲୋକେ ବାହାରକୁ ବାହାରି ପାରିନଥିଲେ। ଦମକଳ ବିଭାଗ କର୍ମଚାରୀ ପହଞ୍ଚି ନିଆଁ ଲାଗିଥିବା ବିଲ୍ଡିଂରୁ ଲୋକଙ୍କୁ ଉଦ୍ଧାର କରିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Raja Festival
Sponsored