Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରଜ ସଂକ୍ରାନ୍ତିରେ ଅଘଟଣ; ପୁରୀ ବେଳାଭୂମିରେ ବୁଡ଼ିଗଲେ ୪ ପର୍ଯ୍ୟଟକ

Odisha

Scare at Puri Beach / ରଜ ସଂକ୍ରାନ୍ତିରେ ଅଘଟଣ; ପୁରୀ ବେଳାଭୂମିରେ ବୁଡ଼ିଗଲେ ୪ ପର୍ଯ୍ୟଟକ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ରଜ ସଂକ୍ରାନ୍ତିରେ ଅଘଟଣ; ପୁରୀ ବେଳାଭୂମିରେ ବୁଡ଼ିଗଲେ ୪ ପର୍ଯ୍ୟଟକ
6 Lifeguards Save 4 Tourists

Key Points

ପୁରୀ ବୁଲି ଆସିଥିବା ବେଳେ ସମୁଦ୍ରରେ ଭାସି ଯାଇଛନ୍ତି ୪ ଜଣ ପର୍ଯ୍ୟଟକ । ସେକ୍ଟର-୪ ବେଳାଭୂମି ହୋଟେଲ୍ ପାର୍କ ବିଚ୍ ରିସର୍ଟ ସମ୍ମୁଖରେ ଏହି ଅଘଟଣ ଘଟିଛି ।
ପୁରୀ: ରଜ ସଂକ୍ରାନ୍ତି ପାଇଁ ଚାରିଆଡ଼ ଉତ୍ସବ ମୁଖର ରହିଛି । ଲୋକେ ବୁଲାବୁଲି କରିବାକୁ ପସନ୍ଦ କରୁଛନ୍ତି । ସେହିଭଳି ପୁରୀ ବୁଲି ଆସିଥିବା ବେଳେ ସମୁଦ୍ରରେ ଭାସି ଯାଇଛନ୍ତି ୪ ଜଣ ପର୍ଯ୍ୟଟକ । ସେକ୍ଟର-୪ ବେଳାଭୂମି ହୋଟେଲ୍ ପାର୍କ ବିଚ୍ ରିସର୍ଟ ସମ୍ମୁଖରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁସାରେ, ହୋଟେଲ୍ ପାର୍କ ବିଚ୍ ରିସର୍ଟ ସମ୍ମୁଖରେ ରଜ ସଂକ୍ରାନ୍ତିରେ ଅନେକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସମୁଦ୍ର ସ୍ନାନ କରୁଥିଲେ । ମଧ୍ୟପ୍ରଦେଶ ଭୋପାଳରୁ ଆସିଥିବା ୪ ଜଣ ପର୍ଯ୍ୟଟକ ମଧ୍ୟ ସମୁଦ୍ରରେ ଗାଧୋଉଥିଲେ ।

ଏଥିସହ ପଢ଼ନ୍ତୁ: ପୁଣି ଚର୍ଚ୍ଚାରେ ଅନୁଭବ-ବର୍ଷା; ଓଡ଼ିଶା ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ 

ହେଲେ ହଠାତ୍ ସମୁଦ୍ରର ରିପ୍ କରେଣ୍ଟ (Rip Current) ୪ ଜଣଙ୍କୁ ସମୁଦ୍ର ଗଭୀରକୁ ଟାଣି ନେଇଥିଲା । ୪ ଜଣ ପର୍ଯ୍ୟଟକ ସମୁଦ୍ର ଢେଉରେ ଭିତରକୁ ଭାସି ଯାଉଥିବା ଦେଖି ତତ୍ପରତା ପ୍ରକାଶ କରିଥିଲେ ମୁତୟନ ଥିବା ଲାଇଫ୍ ଗାର୍ଡ ।

ଟାଣି ଆଣିଲେ ୬ ଲାଇଫ୍ ଗାର୍ଡ

୪ ଜଣ ପର୍ଯ୍ୟଟକ ଭାସି ଯାଉଥିବା ବେଳେ କାଳବିଳମ୍ବ କରି ନଥିଲେ ଲାଇଫ୍ ଗାର୍ଡ । ବେଳାଭୂମିରେ ଥିବା ୬ ଜଣ ଲାଇଫ୍ ଗାର୍ଡ ତୁରନ୍ତ ଟ୍ୟୁବ୍ ସହ ଗଭୀର ସମୁଦ୍ରରେ ସଂଘର୍ଷ କରି ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।

କାର୍ଯ୍ୟରତ ଲାଇଫ ଗାର୍ଡ ଓଡ଼ି ରାମଚନ୍ଦ୍ର, ଏଲ ଗୋବିନ୍ଦ ବେହେରା, ପି ଗୋବିନ୍ଦ, ଗଙ୍ଗାଧର ବେହେରା, ଏସ୍ ବିଜୟ କୁମାର, ଏ ଶ୍ୟାମ ସୁନ୍ଦର ଦୀର୍ଘ ସମୟ ସଂଘର୍ଷ କରି ୪ ପର୍ଯ୍ୟଟକଙ୍କୁ ନୂଆ ଜୀବନ ଦାନ ଦେଇଛନ୍ତି । ଲାଇଫ୍ ଗାର୍ଡଙ୍କ ପାଇଁ ସମସ୍ତଙ୍କ ଜୀବନ ବଞ୍ଚି ଯାଇଛି ।

ଏଥିସହ ପଢ଼ନ୍ତୁ: ସରିଲା ଖରା ଛୁଟି; ଖୁବଶୀଘ୍ର ଖୋଲିବ ସ୍କୁଲ

ନୂଆ ଜୀବନ ପାଇଛନ୍ତି ୨୨ ବର୍ଷୀୟ ଅଙ୍କିତ ନାୟକ, ୨୭ ବର୍ଷୀୟ ସୁନିତ୍ ମହନ୍ତ, ୨୪ ବର୍ଷୀୟ ଅମର ମହନ୍ତ ଓ ୨୧ ବର୍ଷୀୟ ସଚିନ ମହନ୍ । ଏମାନେ ସମସ୍ତେ ମଧ୍ୟପ୍ରଦେଶ ଭୋପାଳର ବାସିନ୍ଦା । ରଜରେ ପୁରୀ ବୁଲିବାକୁ ଆସିଥିଲେ ।

ରିପ୍ କରେଣ୍ଟ କ'ଣ ?

ସମୁଦ୍ରରେ ଜୁଆର ବା ଢେଉ ଆସିଥାଏ । ରିପ୍ କରେଣ୍ଟ ହେଉଛି ସମୁଦ୍ର ଜୁଆରର ଏକ ତୀବ୍ର ପ୍ରବାହ । ଯାହା ସଂକୀର୍ଣ୍ଣ ଭାବେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଧାର ହୋଇ ଆସିଥାଏ । ସମୁଦ୍ର ଲହଡ଼ିକୁ ଚିରି କୂଳରୁ ବହୁ ଜୋର୍‌ରେ ସମୁଦ୍ର ଗଭୀରକୁ ପ୍ରବାହିତ ହୋଇଥାଏ । ଏହା ବେଳାଭୂମିରେ ଏକ ବଡ଼ ବିପଦ ଅଟେ । ଯାହାକୁ ପହଁରୁଥିବା ଲୋକ ଜାଣିବା ମୁସ୍କିଲ୍ ଅଟେ । ଯାହା ଗଭୀର ପାଣିକୁ ଟାଣି ନେଇଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored