120 Days Without Weekly Off / ବିନା ଛୁଟିରେ ୧୨୦ ଦିନ କାମ; ବରିଷ୍ଠଙ୍କ ନିର୍ଯାତନା, ଶେଷରେ...
·1 hour ago·2 min read

Key Points
ବିନା ସପ୍ତାହନ୍ତ ଛୁଟିରେ କାର୍ଯ୍ୟ କରିବା ସମୟରେ ବରିଷ୍ଠଙ୍କ ନିର୍ଯାତନା ସରିବାକୁ ପଡ଼ିଲା । ତାହା ବି କୌଣସି ଭୁଲ୍ ନ କରି, ସମସ୍ତଙ୍କ ସାମ୍ନାରେ ଅପମାନିତ କରି । କାର୍ଯ୍ୟକ୍ଷେତ୍ରରେ ଏଭଳି ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ମହିଳା ନିଜ ଜୀବନ ହାରି ଦେଇଛନ୍ତି ।
ବେଙ୍ଗାଲୁରୁ: କାର୍ଯ୍ୟରେ ବିରତି ମାନସିକ ଶାନ୍ତି ଦିଏ, ଶରୀରକୁ ସୁସ୍ଥ ରଖେ । ସେଥିପାଇଁ ସମସ୍ତେ ସପ୍ତାହକୁ ୫ କିମ୍ବା ୬ ଦିନ କାର୍ଯ୍ୟ କରିବା ପରେ ଅତି ଉତ୍ସାହର ସହ ଛୁଟିକୁ ଅପେକ୍ଷା କରି ରହିଥାନ୍ତି । କାରଣ ୫, ୬ ଦିନର ପରିଶ୍ରମ ପର କ୍ଳାନ୍ତି ମେଣ୍ଟାଇ ପାରିବେ ।
କିନ୍ତୁ ଥରେ ଭାବନ୍ତୁ, ସାପ୍ତାହିକ ଛୁଟି ବିନା କେହି କେତେଦିନ କାମ କରିପାରିବ ? ଲଗାତାର ଦୁଇରୁ ତିନି ସପ୍ତାହ କାର୍ଯ୍ୟ କଲା ପରେ ନିହାତି ବିଶ୍ରାମ ଦରକାର । କିନ୍ତୁ ମହିଳା ଲଗାତାର ୧୨୦ ଦିନ ଅର୍ଥାତ୍ ୪ ମାସ ପର୍ଯ୍ୟନ୍ତ ବିନା ଛୁଟିରେ କାମ କଲେ ।
ଏଥିସହ ପଢ଼ନ୍ତୁ: କାଉଡିଆଙ୍କ ଉପରେ ମୃତ୍ୟୁର ତାଣ୍ଡବ: ଚାଲିଗଲା ୩ଜଣଙ୍କ ଜୀବନ, ଜଣେ ଗୁରୁତର
ଆଉ ବିନା ସପ୍ତାହନ୍ତ ଛୁଟିରେ କାର୍ଯ୍ୟ କରିବା ସମୟରେ ବରିଷ୍ଠଙ୍କ ନିର୍ଯାତନା ସରିବାକୁ ପଡ଼ିଲା । ତାହା ବି କୌଣସି ଭୁଲ୍ ନ କରି, ସମସ୍ତଙ୍କ ସାମ୍ନାରେ ଅପମାନିତ କରି । କାର୍ଯ୍ୟକ୍ଷେତ୍ରରେ ଏଭଳି ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ମହିଳା ନିଜ ଜୀବନ ହାରି ଦେଇଛନ୍ତି ।
ବିଷ ପିଇଦେଲେ ମହିଳା
ଏଭଳି ଦୁଃଖଦ ଘଟଣା ଘଟିଛି କର୍ଣ୍ଣାଟକର ମୈସୁରରେ । ଯେଉଁଠି ନାଗେଶ୍ଵରୀ ନାମକ ମହିଳା ବିଷ ପିଇ ଜୀବନ ହାରି ଦେଇଛନ୍ତି । ତାଙ୍କ ଘରୁ ମିଳିଥିବା ସୁଇସାଇଡ୍ ନୋଟରେ ଅଫିସ୍ରେ ନିର୍ଯାତନା କଥା ଉଲ୍ଲେଖ ରହିଛି । ହିନାକଲର ଏକ ମାର୍ଟରେ ପ୍ରଡୋକ୍ଟ ପ୍ରମୋଟର ଭାବେ ନାଗେଶ୍ଵରୀ କାମ କରୁଥିଲେ । ଏକ PPMS ଏଜେନ୍ସି ଜରିଆରେ ତାଙ୍କୁ ମିଳିଥିଲା ଚାକିରି ।
ମିଳିଥିବା ସୁଇସାଇଡ୍ ନୋଟ୍ରେ ନାଗେଶ୍ଵରୀ ତାଙ୍କ ସିନିୟର୍ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଲେଖିଛନ୍ତି, "ମୋର କୌଣସି ଭୁଲ୍ ନଥାଇ ମଧ୍ୟ ବରିଷ୍ ହଇରାଣ କରୁଥିଲେ । ମୋତେ ୪ ମାସ ଧରି ସାପ୍ତାହିକ ଛୁଟି ସହ ଜରୁରୀ ସ୍ଥିତିରେ ଛୁଟି ଦିଆ ଯାଇନଥିଲା ।"
ଏଥିସହ ପଢ଼ନ୍ତୁ: ଏବେ ଛାତ୍ରଙ୍କୁ IAS-IPS ଦେବେ କ୍ୟାରିୟର ଟିପ୍ସ! Gen-Z ପାଇଁ ଯୋଗୀ ସରକାରଙ୍କ ନୂଆ ପଦକ୍ଷେପ
ନାଗେଶ୍ଵରୀଙ୍କ ଅନୁସାରେ, ତାଙ୍କ ସହ ହେଉଥିବା ଅନ୍ୟାୟର ପ୍ରତିବାଦ କରିବାକୁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା । ଡଲି ନାମକ ସୁପରଭାଜର ନିର୍ଯାତନା ପଛରେ ଥିଲେ । ନିର୍ଯାତନ ଅସହ୍ୟ ହେବାରୁ ଜୀବନ ହାରିଥିଲେ ଲେଖିଛନ୍ତି ନାଗେଶ୍ଵରୀ । ଏବେ ନାଗେଶ୍ଵରୀଙ୍କ ମାଆ ଓ ପୁଅ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories