Videos
|
National

Liquor Death / ବିଷାକ୍ତ ମଦ ପିଇ ୯ ମୃତ, ଅନେକ ଗୁରୁତର

Bikash Mohanty
Browse all articles by Bikash Mohanty
·2 hours ago·2 min read
ବିଷାକ୍ତ ମଦ ପିଇ ୯ ମୃତ, ଅନେକ ଗୁରୁତର
Liquor Deaths

Key Points

ନାଗାଲାଣ୍ଡରେ ମଦମୃତ୍ୟୁ 
ବିଷାକ୍ତ ମଦ୍ୟପାନରେ  କରି ୯ ମୃତ
ନାଗାଲାଣ୍ଡର ତୁଏନସାଙ୍ଗ୍  ଗାଁର ଘଟଣା
ନାଗାଲାଣ୍ଡ,୧୪/୦୯: ନାଗାଲାଣ୍ଡରେ ମଦମୃତ୍ୟୁ । ବିଷାକ୍ତ ମଦ୍ୟପାନ କରି ଜଣ ପ୍ରାଣ ହରାଇଛନ୍ତି ୯ ଜଣ। ନାଗାଲାଣ୍ଡର ତୁଏନସାଙ୍ଗ୍ ସହର ଏବଂ ଚେଡେଙ୍ଗ୍ ସ୍ୟାଡଲ ଗାଁରେ ଏହି ଘଟଣା ଘଟିଛି । ପୋଲିସର କହିବାନୁସାରେ, ବିଷାକ୍ତ ମଦ୍ୟପାନ କରି ଅନେକ ବ୍ୟକ୍ତି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ତେବେ ଏନେଇ ଠୋସ୍ ପ୍ରମାଣ ମିଳିନି । ଘଟଣାର ତଦନ୍ତ ଜାରି ରହିଛି । ନମୂନା ସଂଗ୍ରହ କରାଯାଇ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ମୃତକଙ୍କ ପୋଷ୍ଟ୍ ମର୍ଟମ କରାଯାଇଛି । ରିପୋର୍ଟ ଆସିଲା ପରେ ଅନେକ କିଛି ସୁରାକ ମିଳିବ ।

ନାଗାଲାଣ୍ଡ ଲିକର୍ ପ୍ରୋହିବିସନ ଆକ୍ଟ ଅନୁସାରେ ରାଜ୍ୟରେ ମଦ୍ୟପାନ, ଘରେ ରଖିବା ଏବଂ ତିଆରି କରିବା ଉପରେ ରୋକ୍ ଲାଗିଛି । ପୋଲିସକୁ ଶନିବାର ତୁଏନସାଙ୍ଗ୍ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମୃତକ ଏବଂ ଗୁରୁତରଙ୍କ ବାବଦରେ ସୂଚନା ମିଳିଥିଲା` ମୃତକମାନେ କିଛି ଘଣ୍ଟା ପୂର୍ବରୁ ମଦ୍ୟପାନ କରିଥିଲେ । ଏହାପରେ ସେମାନଙ୍କୁ ଧୂଆଁଳିଆ ଦେଖାଯାଇଥିଲା । ପରେ ମୁଣ୍ଡବିନ୍ଧା ହୋଇଥିଲା । ଏହାସହ ବାନ୍ତିମଧ୍ୟ ହୋଇଥିଲା । ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହାକୁ ଆତ୍ମହତ୍ୟା ଭାବେ ତଦନ୍ତ କରାଯାଉଛି । ଏତତ୍ ବ୍ୟତୀତ ଗୋଟିଏ ପରିବାରର ତିନି ଜଣ ପ୍ରାଣ ହରାଇଛନ୍ତି । ଏହାମଧ୍ୟ ବିଷାକ୍ତ ମଦ ପାଇଁ ହୋଇଥିବା ଅନୁମାନ କରାଯାଉଛି । ମୃତକଙ୍କ ମଧ୍ୟରୁ ଜଣେ ମଦ କିଣିଥିଲେ । ଏହାପରେ ସମସ୍ତେ ମିଶି ପିଇଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି ।

ପଢନ୍ତୁ ଏହି ଖବର: ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମଦ ବିକ୍ରୟ କରୁଥିବା ପରିବାରର ଜଣେ ଫାଶୀ ଲଗାଇ ଆତ୍ମହତ୍ୟା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୦ ଏବଂ ୧୧ ତାରିଖରେ ତୁଏନସାଙ୍ଗ ସହର ଏବଂ ଚେଣ୍ଡାଙ୍ଗ ସାଡଲ୍ ଗାଁରେ ମୃତ୍ୟୁ ଘଟିଥିଲା। ଶନିବାର ତୁଏନସାଙ୍ଗ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମୃତ୍ୟୁରେ ଏକ ପ୍ୟାଟର୍ନ ଜଣାପଡ଼ିବା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ବିବୃତ୍ତିରେ କୁହାଯାଇଛି ଯେ ପ୍ରାଥମିକ ତଦନ୍ତ ଆଧାରରେ, ସମସ୍ତ ମୃତ୍ୟୁ ସିଧାସଳଖ ମଦ୍ୟପାନ ସହିତ ଜଡିତ ଏବଂ ସେହି ଅନୁଯାୟୀ ତଦନ୍ତ କରାଯାଉଛି। ଏହା ବ୍ୟତୀତ, ଏହି ଘଟଣା ପରେ, ମଦ୍ୟପାନ ବିକ୍ରୟ କରୁଥିବା ପରିବାରର ଜଣେ ସଦସ୍ୟ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁର କାରଣ ପୃଥକ ଭାବରେ ତଦନ୍ତ କରାଯାଉଛି।

ଗତ କିଛିଦିନ ତଳେ ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ୧୦୯ ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।