Modi Ganesh Chaturthi wish / ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
·2 hours ago·3 min read

Key Points
ଆଜି ପବିତ୍ର ଗଣେଶ ଚତୁର୍ଥୀ।
ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ନିଜ ସୋସିଆଲ ମିଡିଆ Xରେଅଭିନ୍ଦନ ଜଣାଇଛନ୍ତି

ନୂଆଦିଲ୍ଲୀ, ୧୪/୦୯: ଆଜି ପବିତ୍ର ଗଣେଶ ଚତୁର୍ଥୀ। ଏହି ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ସୋସିଆଲ ମିଡିଆ Xରେ ସେ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି। ଦେଶବାସୀଙ୍କ ଗଣେଶ ଚତୁର୍ଥୀର ଅନେକ ଅନେକ ଶୁଭେଚ୍ଛା। ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ ଓ ପୂଜାର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଓ ନୂତନ ଉତ୍ସାହ ଭରିଦେଉ। ପ୍ରଭୁଙ୍କ ଦିବ୍ୟ ଆଶୀର୍ବାଦରେ ସମସ୍ତଙ୍କର ସମସ୍ତ ପ୍ରୟାସ ସଫଳ ହେଉ ଏବଂ ଆମ ଦେଶ ନିରନ୍ତର ପ୍ରଗତିର ପଥରେ ଆଗକୁ ବଢ଼ିଚାଲୁ ଏହା ହିଁ ମୋର ପ୍ରାର୍ଥନା ବୋଲି ସେ କହିଛନ୍ତି।
ଆଜି ପବିତ୍ର ଗଣେଶ ଚତୁର୍ଥୀ। ବିଘ୍ନବିନାଶକ, ବିଦ୍ୟା, ବୁଦ୍ଧି ଓ ସିଦ୍ଧିର ଦେବତା ପ୍ରଭୁ ଶ୍ରୀଗଣେଶଙ୍କ ଆରାଧନାରେ ଉତ୍ସବମୁଖର ହୋଇଉଠିଛି ସାରା ଦେଶ। ଘରଠାରୁ ଆରମ୍ଭ କରି ବିଭିନ୍ନ ପୂଜାମଣ୍ଡପ, ଶିକ୍ଷାନୁଷ୍ଠାନ, କ୍ଲବ୍ ଓ ସାହିବସ୍ତି ପର୍ଯ୍ୟନ୍ତ ସବୁଠି ଗଣେଶ ପୂଜାକୁ ନେଇ ଉତ୍ସାହ ଓ ଭକ୍ତିର ପରିବେଶ ସୃଷ୍ଟି ହୋଇଛି। ‘ଗଣପତି ବାପ୍ପା ମୋରିୟା’ ଧ୍ୱନିରେ ମୁଖରିତ ହେଉଛି ପୂଜାମଣ୍ଡପ।ହିନ୍ଦୁ ଧର୍ମୀୟ ପରମ୍ପରାରେ ପ୍ରଭୁ ଗଣେଶଙ୍କୁ ‘ପ୍ରଥମ ପୂଜ୍ୟ’ ବୋଲି ମାନ୍ୟତା ଦିଆଯାଇଛି। କୌଣସି ଶୁଭ କାର୍ଯ୍ୟ ଆରମ୍ଭ ପୂର୍ବରୁ ଗଣେଶଙ୍କୁ ସ୍ମରଣ କରାଯାଏ। ତାଙ୍କୁ ବିଘ୍ନହର୍ତ୍ତା ଅର୍ଥାତ୍ ସମସ୍ତ ବାଧାବିଘ୍ନ ଦୂର କରୁଥିବା ଦେବତା ଭାବେ ପୂଜା କରାଯାଏ। ଗଣେଶ ଚତୁର୍ଥୀ ଦିନ ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହ ପ୍ରଭୁଙ୍କ ମୂର୍ତ୍ତି ସ୍ଥାପନ କରି ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରନ୍ତି।
ପୂଜା ପାଇଁ ବିଭିନ୍ନ ମଣ୍ଡପକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ରଙ୍ଗବେରଙ୍ଗ ଆଲୋକମାଳା, ଫୁଲ, ତୋରଣ ଓ ବିଭିନ୍ନ ଥିମ୍ରେ ମଣ୍ଡପଗୁଡ଼ିକୁ ସଜାଇଛନ୍ତି ଆୟୋଜକ। ଅନେକ ସ୍ଥାନରେ ଗଣେଶଙ୍କ ବିଶାଳ ମୂର୍ତ୍ତି ଓ ସ୍ୱତନ୍ତ୍ର ସାଜସଜ୍ଜା ଭକ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ସକାଳୁ ଭକ୍ତମାନେ ମଣ୍ଡପରେ ପହଞ୍ଚି ପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାରେ ସାମିଲ ହେଉଛନ୍ତି।
ଗଣେଶ ପୂଜାରେ ମୋଦକ, ଲଡୁ, ଦୁବ, ଫୁଲ, ଫଳ ଓ ବିଭିନ୍ନ ପ୍ରକାର ନୈବେଦ୍ୟ ପ୍ରଭୁଙ୍କୁ ଅର୍ପଣ କରାଯାଏ। ବିଶେଷକରି ମୋଦକକୁ ପ୍ରଭୁ ଗଣେଶଙ୍କ ପ୍ରିୟ ଭୋଗ ଭାବେ ବିବେଚନା କରାଯାଏ। ପୂଜା ସମୟରେ ଗଣେଶଙ୍କ ମନ୍ତ୍ର ଜପ, ଆଳତି ଓ ଭଜନ-କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ।
ପଢନ୍ତୁ ଏହି ଖବର: ଆଜି ପବିତ୍ର ଗଣେଶ ଚତୁର୍ଥୀ; ଅଗ୍ରପୂଜ୍ୟଙ୍କ ଆବାହନ ଲାଗି ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ
ଓଡ଼ିଶାରେ ମଧ୍ୟ ଗଣେଶ ପୂଜାର ରହିଛି ସ୍ୱତନ୍ତ୍ର ଆକର୍ଷଣ। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ସମେତ ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଧୁମ୍ଧାମରେ ପୂଜା ପାଳନ କରାଯାଉଛି। ବିଶେଷକରି ଶିକ୍ଷାନୁଷ୍ଠାନଗୁଡ଼ିକରେ ଗଣେଶ ପୂଜାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ପୂଜା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା ଓ ଭଜନ ସନ୍ଧ୍ୟାର ମଧ୍ୟ ଆୟୋଜନ କରାଯାଉଛି।
ପୂଜାମଣ୍ଡପରେ ଭିଡ଼କୁ ଦୃଷ୍ଟିରେ ରଖି ଆୟୋଜକଙ୍କ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଅନେକ ସ୍ଥାନରେ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ପରିବେଶ ଅନୁକୂଳ ମୂର୍ତ୍ତି ଓ ସାଜସଜ୍ଜାକୁ ପ୍ରାଥମିକତା ଦିଆଯାଉଛି। ପୂଜା ପରେ ମୂର୍ତ୍ତି ବିସର୍ଜନ ସମୟରେ ମଧ୍ୟ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ବଜାୟ ରଖିବାକୁ ଆୟୋଜକମାନେ ଗୁରୁତ୍ୱ ଦେଉଛନ୍ତି।
ପ୍ରଭୁ ଶ୍ରୀଗଣେଶ ଜ୍ଞାନ, ବୁଦ୍ଧି ଓ ସଫଳତାର ପ୍ରତୀକ। ତେଣୁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ, ଚାକିରିଜୀବୀ ଓ ସାଧାରଣ ଲୋକେ ନିଜ ଜୀବନର ସଫଳତା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଜୀବନର ସମସ୍ତ ବାଧା ଦୂର ହେଉ, ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ମିଳୁ—ଏହି କାମନାରେ ଆଜି ଭକ୍ତମାନେ ବିଘ୍ନବିନାଶକଙ୍କ ଶରଣାପନ୍ନ ହୋଇଛନ୍ତି।
देशवासियों को गणेश चतुर्थी की अनंत शुभकामनाएं। विघ्नहर्ता के दर्शन और पूजन का यह पावन पर्व सबके जीवन में नई ऊर्जा और नए उत्साह का संचार करे। उनके दिव्य आशीर्वाद से सभी के प्रयास सफल हों और राष्ट्र निरंतर प्रगति के पथ पर आगे बढ़ता रहे, यही कामना है। गणपति बाप्पा मोरया!… pic.twitter.com/5biHnkWHJ4
— Narendra Modi (@narendramodi) September 14, 2026
ଆଜି ପବିତ୍ର ଗଣେଶ ଚତୁର୍ଥୀ। ବିଘ୍ନବିନାଶକ, ବିଦ୍ୟା, ବୁଦ୍ଧି ଓ ସିଦ୍ଧିର ଦେବତା ପ୍ରଭୁ ଶ୍ରୀଗଣେଶଙ୍କ ଆରାଧନାରେ ଉତ୍ସବମୁଖର ହୋଇଉଠିଛି ସାରା ଦେଶ। ଘରଠାରୁ ଆରମ୍ଭ କରି ବିଭିନ୍ନ ପୂଜାମଣ୍ଡପ, ଶିକ୍ଷାନୁଷ୍ଠାନ, କ୍ଲବ୍ ଓ ସାହିବସ୍ତି ପର୍ଯ୍ୟନ୍ତ ସବୁଠି ଗଣେଶ ପୂଜାକୁ ନେଇ ଉତ୍ସାହ ଓ ଭକ୍ତିର ପରିବେଶ ସୃଷ୍ଟି ହୋଇଛି। ‘ଗଣପତି ବାପ୍ପା ମୋରିୟା’ ଧ୍ୱନିରେ ମୁଖରିତ ହେଉଛି ପୂଜାମଣ୍ଡପ।ହିନ୍ଦୁ ଧର୍ମୀୟ ପରମ୍ପରାରେ ପ୍ରଭୁ ଗଣେଶଙ୍କୁ ‘ପ୍ରଥମ ପୂଜ୍ୟ’ ବୋଲି ମାନ୍ୟତା ଦିଆଯାଇଛି। କୌଣସି ଶୁଭ କାର୍ଯ୍ୟ ଆରମ୍ଭ ପୂର୍ବରୁ ଗଣେଶଙ୍କୁ ସ୍ମରଣ କରାଯାଏ। ତାଙ୍କୁ ବିଘ୍ନହର୍ତ୍ତା ଅର୍ଥାତ୍ ସମସ୍ତ ବାଧାବିଘ୍ନ ଦୂର କରୁଥିବା ଦେବତା ଭାବେ ପୂଜା କରାଯାଏ। ଗଣେଶ ଚତୁର୍ଥୀ ଦିନ ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହ ପ୍ରଭୁଙ୍କ ମୂର୍ତ୍ତି ସ୍ଥାପନ କରି ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରନ୍ତି।
ପୂଜା ପାଇଁ ବିଭିନ୍ନ ମଣ୍ଡପକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ରଙ୍ଗବେରଙ୍ଗ ଆଲୋକମାଳା, ଫୁଲ, ତୋରଣ ଓ ବିଭିନ୍ନ ଥିମ୍ରେ ମଣ୍ଡପଗୁଡ଼ିକୁ ସଜାଇଛନ୍ତି ଆୟୋଜକ। ଅନେକ ସ୍ଥାନରେ ଗଣେଶଙ୍କ ବିଶାଳ ମୂର୍ତ୍ତି ଓ ସ୍ୱତନ୍ତ୍ର ସାଜସଜ୍ଜା ଭକ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ସକାଳୁ ଭକ୍ତମାନେ ମଣ୍ଡପରେ ପହଞ୍ଚି ପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାରେ ସାମିଲ ହେଉଛନ୍ତି।
ଗଣେଶ ପୂଜାରେ ମୋଦକ, ଲଡୁ, ଦୁବ, ଫୁଲ, ଫଳ ଓ ବିଭିନ୍ନ ପ୍ରକାର ନୈବେଦ୍ୟ ପ୍ରଭୁଙ୍କୁ ଅର୍ପଣ କରାଯାଏ। ବିଶେଷକରି ମୋଦକକୁ ପ୍ରଭୁ ଗଣେଶଙ୍କ ପ୍ରିୟ ଭୋଗ ଭାବେ ବିବେଚନା କରାଯାଏ। ପୂଜା ସମୟରେ ଗଣେଶଙ୍କ ମନ୍ତ୍ର ଜପ, ଆଳତି ଓ ଭଜନ-କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ।
ପଢନ୍ତୁ ଏହି ଖବର: ଆଜି ପବିତ୍ର ଗଣେଶ ଚତୁର୍ଥୀ; ଅଗ୍ରପୂଜ୍ୟଙ୍କ ଆବାହନ ଲାଗି ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ
ଓଡ଼ିଶାରେ ମଧ୍ୟ ଗଣେଶ ପୂଜାର ରହିଛି ସ୍ୱତନ୍ତ୍ର ଆକର୍ଷଣ। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ସମେତ ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଧୁମ୍ଧାମରେ ପୂଜା ପାଳନ କରାଯାଉଛି। ବିଶେଷକରି ଶିକ୍ଷାନୁଷ୍ଠାନଗୁଡ଼ିକରେ ଗଣେଶ ପୂଜାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ପୂଜା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା ଓ ଭଜନ ସନ୍ଧ୍ୟାର ମଧ୍ୟ ଆୟୋଜନ କରାଯାଉଛି।
ପୂଜାମଣ୍ଡପରେ ଭିଡ଼କୁ ଦୃଷ୍ଟିରେ ରଖି ଆୟୋଜକଙ୍କ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଅନେକ ସ୍ଥାନରେ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ପରିବେଶ ଅନୁକୂଳ ମୂର୍ତ୍ତି ଓ ସାଜସଜ୍ଜାକୁ ପ୍ରାଥମିକତା ଦିଆଯାଉଛି। ପୂଜା ପରେ ମୂର୍ତ୍ତି ବିସର୍ଜନ ସମୟରେ ମଧ୍ୟ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ବଜାୟ ରଖିବାକୁ ଆୟୋଜକମାନେ ଗୁରୁତ୍ୱ ଦେଉଛନ୍ତି।
ପ୍ରଭୁ ଶ୍ରୀଗଣେଶ ଜ୍ଞାନ, ବୁଦ୍ଧି ଓ ସଫଳତାର ପ୍ରତୀକ। ତେଣୁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ, ଚାକିରିଜୀବୀ ଓ ସାଧାରଣ ଲୋକେ ନିଜ ଜୀବନର ସଫଳତା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଜୀବନର ସମସ୍ତ ବାଧା ଦୂର ହେଉ, ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ମିଳୁ—ଏହି କାମନାରେ ଆଜି ଭକ୍ତମାନେ ବିଘ୍ନବିନାଶକଙ୍କ ଶରଣାପନ୍ନ ହୋଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories