Fake Notes / ଘରଭଡ଼ା ଦେବାକୁ ଟଙ୍କା ନଥିଲା, ଛାପିଦେଲେ ୩୭ ଲକ୍ଷର ନକଲି ନୋଟ୍ !
·1 hour ago·2 min read

Key Points
ଭଡ଼ା ଘରୁ ମିଳିଲା ୩୭ ଲକ୍ଷ ଟଙ୍କାର ନକଲି ନୋଟ୍
ଭଡ଼ା ଟଙ୍କାକୁ ନେଇ ଘର ମାଲିକଙ୍କ ସହ ହୋଇଥିଲା ବିବାଦ
ରୁମ୍ରୁ ପ୍ରିଣ୍ଟର, ନୋଟ୍ ଗଣିବା ମେସିନ୍ ଓ ଅଧାଛପା କାଗଜ ଜବତ

ମୁମ୍ବାଇ: ଭଡ଼ାଘରେ ରହୁଥିଲେ, ହେଲେ ଘର ଭଡ଼ା ଦେବାକୁ ପାଖରେ ଟଙ୍କା ନଥିଲା । ଆଉ ଯାହାପରେ ଘର ମାଲିକ ତାଲା ଭାଙ୍ଗି ଘରେ ପଶିବା ପରେ ଚକିତ ହୋଇ ଯାଇଥିଲେ । ଉକ୍ତ ବନ୍ଦ ଘର ଭିତରେ ଚାଲିଥିଲା ନକଲି ନୋଟ୍ କାରଖାନା । ମହାରାଷ୍ଟ୍ରର ନାଗପୁରରୁ ଆସିଛି ଏଭଳି ଚମକାଇ ଦେବା ଭଳି ଖବର ।
ସୂଚନା ଅନୁସାରେ, ଘର ଭଡ଼ା ଦେଇ ନପାରିବାକୁ ନେଇ ବିବାଦ ହୋଇଥିଲା । ଯାହାପରେ ଘର ଖାଲି କରିବାକୁ ତାଲା ଭାଙ୍ଗିଥିଲେ ଘର ମାଲିକ । ତା'ପରେ ଭଡ଼ାଟିଆଙ୍କ ରୁମ୍ରୁ ୫୦୦ ଟଙ୍କିଆ ନୋଟ୍ ଭଳି ଦେଖାଯାଉଥିବା କାଗଜ ଓ ଛପା ମେସିନ୍ ମିଳିଛି ।
ପୋଲିସର ପ୍ରାଥମିକ ଆକଳନ ଅନୁସାରେ, ପ୍ରାୟ ୩୭ ଲକ୍ଷ ଟଙ୍କାର ନୋଟ୍ ଛପା ଯାଇଥିବା ବେଳେ ଅନ୍ୟ ଅଧାଛପା ନୋଟ୍ ଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଭଡ଼ା ଘରୁ ପ୍ରିଣ୍ଟର୍, ନୋଟ୍ ଗଣିବା ମେସିନ୍ ଓ ଅଧାଛପା କାଗଜ ଜବତ କରାଯାଇଛି ।
ଦେଢ଼ ବର୍ଷ ହେଲା ଭଡ଼ାରେ ରହୁଥିଲେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟ ଅନୁସାରେ, ଅଭିଯୁକ୍ତଙ୍କ ନାମ ପୁଷ୍ପକ କୃଷ୍ଣା ଭଣ୍ଡାରକର ଓରଫ ବେନ୍ଦାନେ । ସେ ନାଗପୁରର ତ୍ରିମୂର୍ତ୍ତି ନଗର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ପ୍ରାୟ ଦେଢ଼ ବର୍ଷ ପୂର୍ବେ ସେ ଖାରବି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କଠାରୁ ରୁମ୍ ଭଡ଼ା ନେଇଥିଲେ ।
ଚଳିତ ବର୍ଷ ଜାନୁଆରୀରେ ତାଙ୍କ ଭଡ଼ା ଚୁକ୍ତିର ଅବଧି ଶେଷ ହୋଇଥିଲା । ଏହା ପରେ ସେ ଅନେକ ମାସ ଧରି ଭଡ଼ା ଦେଇନଥିବା ଅଭିଯୋଗ କରିଛନ୍ତି ଘର ମାଲିକ । ଯାହା ପରେ ଘର ମାଲିକ ରମେଶ ରୁମ୍ ଖାଲି କରିବାକୁ କହିଥିଲେ । ସେତେବେଳେ ଅଭିଯୁକ୍ତ ଛୁରି ଦେଖାଇ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଘର ମାଲିକ ୱାଠୋଡ଼ା ଥାନାରେ ଅଭିଯୋଗ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଅସୁସ୍ଥତା ପାଇଁ ଛୁଟି ନେବା ପଡ଼ିଲା ମହଙ୍ଗା, ହଠାତ୍ ଚାକିରି ହରାଇଲେ କର୍ମଚାରୀ
ତାଲା ଖୋଲିବା ପରେ ମିଳିଲା ନକଲି ନୋଟ୍
ଭଡ଼ାଟିଆ ଅନେକ ଦିନ ଧରି ରୁମ୍କୁ ଆସିନଥିଲେ । ଏହା ପରେ ଘର ମାଲିକ ରୁମ୍ର ତାଲା ଭାଙ୍ଗି ଭିତରକୁ ଯାଇଥିଲେ । ସେଠାରେ ଏକ ବାଲଟିରେ ୫୦୦ ଟଙ୍କିଆ ନୋଟ୍ର ବଣ୍ଡଲ୍ ଭଳି ଦେଖାଯାଉଥିବା କାଗଜ ଥିଲା । ରୁମ୍ରେ ଅନେକ କାଗଜ, ପ୍ରିଣ୍ଟର ଓ ନୋଟ୍ ଗଣିବା ମେସିନ୍ ମଧ୍ୟ ମିଳିଥିଲା । ଏହା ଦେଖି ଘର ମାଲିକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଯାଞ୍ଚ କରିବା ପରେ ନୋଟ୍ ଭଳି ଛପା ଯାଇଥିବା କାଗଜ ଓ ଅନ୍ୟ ସାମଗ୍ରୀ ଜବତ କରିଥିଲା ।
ଜବତ ସାମଗ୍ରୀର ମୂଲ୍ୟକୁ ନେଇ ତଦନ୍ତ

ପ୍ରାଥମିକ ତଦନ୍ତରେ ପ୍ରାୟ ୩୭ ଲକ୍ଷ ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନକଲି ନୋଟ୍ ଥିବା ଆକଳନ କରାଯାଇଛି । ଏହା ସହ ଅଧାଛପା କାଗଜ ଓ ଛପା ସାମଗ୍ରୀ ମଧ୍ୟ ମିଳିଛି । ତେବେ ଅନ୍ୟ ଏକ ରିପୋର୍ଟରେ ଜବତ ସାମଗ୍ରୀର ମୋଟ ମୂଲ୍ୟ ପ୍ରାୟ ୮୫ ଲକ୍ଷ ଟଙ୍କା ବୋଲି କୁହାଯାଇଛି । ଏହି ରାଶିରେ ୩୭ ଲକ୍ଷ ଟଙ୍କାର ପୂରା ଛପା ନୋଟ୍ ସହ ପ୍ରାୟ ୪୮ ଲକ୍ଷ ଟଙ୍କାର ଅଧାଛପା ନୋଟ୍ ରହିଛି ।
ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
ଘଟଣା ପରେ ପୋଲିସ ସମସ୍ତ ସାମଗ୍ରୀ ଜବତ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମୁମ୍ବାଇରେ ଥିବା ସୂଚନା ମିଳିବା ପରେ ତାଙ୍କୁ ଖୋଜିବା ପାଇଁ ପୋଲିସ ଉଦ୍ୟମ କରୁଛି । ଏହି ନୋଟ୍ଗୁଡ଼ିକୁ ବଜାରରେ ଚଳାଇବାକୁ ଉଦ୍ୟମ ହୋଇଥିଲା କି ନାହିଁ ଏବଂ ଏହି ଘଟଣାରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ, ତାହାର ମଧ୍ୟ ତଦନ୍ତ ଚାଲିଛି ।