Videos
|
National

ଚାପୁଡ଼ା ମାରି ଫସିଲେ ନାନା ପାଟେକର, କହିଲେ ଭୁଲରେ ହୋଇଯାଇଛି

Jitendra Dash
Browse all articles by Jitendra Dash
·2 years ago·1 min read
ଚାପୁଡ଼ା ମାରି ଫସିଲେ ନାନା ପାଟେକର, କହିଲେ ଭୁଲରେ ହୋଇଯାଇଛି

ଅର୍ଗସ ବ୍ୟୁରୋ : ଅଡ଼ୁଆରେ ନାନା ପାଟେକର । ନିଜ ଫ୍ୟାନ୍ସକୁ ମାରିଲେ ଚାପୁଡ଼ା । ସୂଚନା ଅନୁସାରେ, ବାରାଣାସୀରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଜର୍ଣ୍ଣିର ସୁଟିଂ ଚାଲିଥିଲା । ଏହି ଫିଲ୍ମର ସୁଟିଂ ସମୟରେ ଜଣେ ପ୍ରଶଂସକ ତାଙ୍କ ସହ ସେଲ୍‌ଫି ନେବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କୁ ନାନା ପାଟେକର ଚାପୁଡ଼ା ମାରିଥିଲେ । 

 

ଯାହାର ଭିଡ଼ିଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ଲୋକେ ଅଭିନେତାଙ୍କ ଏପରି ଆଚରଣକୁ ବ୍ୟବହାରକୁ ନିନ୍ଦା କରିଥିଲେ । ତେବେ ବର୍ତ୍ତମାନ ଘଟଣା ନେଇ ମୁହଁ ଖୋଲିଛନ୍ତି ଅଭିନେତା । ଘଟଣା ଉପରେ ପ୍ରତିକ୍ରିୟା ଦେଇ ନାନା ପାଟେକର କହିଛନ୍ତି ଯେ, ଭୁଲ୍‌ରେ ହୋଇଯାଇଛି କ୍ଷମା କରିଦିଅ ।'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭିଡିଓରେ ନାନା ଆହୁରି ମଧ୍ୟ କହିଛନ୍ତି ଯେ ସେ ଫଟୋ ପାଇଁ କେବେ କାହାକୁ ନା କହି ନାହାନ୍ତି । ସେ ଜାଣନ୍ତି ନାହିଁ, ସେହି ବାଳକ କେଉଁଠାରୁ ଆସିଲା । ଯଦି ଭୁଲ ବୁଝାମଣା ହୋଇଛି, ତେବେ ସେ କ୍ଷମା ଚାହୁଁଛନ୍ତି । ଲୋକମାନେ ତାଙ୍କୁ ଭଲ ପାଉଛନ୍ତି, ସେ ଏପରି କାର୍ଯ୍ୟ କେବେ କରିବେ ନାହିଁ । ଆଗକୁ ଆସିଲେ, ସେ ସାମ୍ନାରେ ମଧ୍ୟ କ୍ଷମା ମାଗିବେ ବୋଲି କହିଛନ୍ତି ନାନା । 
 

Nana Patekar breaks silence on viral video of him slapping fan | Argus News