Videos
|
National

Nana Patekar Cricket Love / ନାନା ପାଟେକରଙ୍କ କ୍ରିକେଟ ପ୍ରେମ…ବିରାଟ ଆଉଟ ହେଲେ ଆଉ ଖାଉ ନଥିଲେ ଖାଦ୍ୟ

Ritu Das
Browse all articles by Ritu Das
·1 hour ago·2 min read
ନାନା ପାଟେକରଙ୍କ କ୍ରିକେଟ ପ୍ରେମ…ବିରାଟ ଆଉଟ ହେଲେ ଆଉ ଖାଉ ନଥିଲେ ଖାଦ୍ୟ
India

Key Points

ନାନା କ୍ରିକେଟ ମ୍ୟାଚ ବେଳେ ଟିଭି ଛାଡ଼ି କୁଆଡେ ଯାଉ ନଥିଲେ
ସେ ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲିଙ୍କର ଜଣେ ବଡ଼ ଫ୍ୟାନ ଥିଲେ
ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଛି। ୭୫ବର୍ଷ ବୟସରେ ଗୋଆସ୍ଥିତ ବାସଭବନରେ ହୃଦଘାତରେ ଆଖି ବୁଜିଲେ। ସକାଳେ ଏକ ମେଡିକାଲ ଟିମକୁ ତାଙ୍କ ଘରକୁ ଡକାଯାଇଥିଲା କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତାଙ୍କୁ ୪୫ ମିନିଟ ପର୍ଯ୍ୟନ୍ତ ସିପିଆର ଦିଆଯାଇଥିଲା। କିନ୍ତୁ ତାଙ୍କ ଶରୀର କୌଣସି ରେସପନ୍ସ କରି ନଥିଲା। ସକାଳ ୫.୨୦ ସମୟରେ ମେଡିକାଲ ଟିମ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାସହ ପଢ଼ନ୍ତୁ: ୩୫ ଟଙ୍କାରୁ ୮୦ କୋଟିର ଯାତ୍ରା କଷ୍ଟ ଥିଲା…କିନ୍ତୁ ନିଜେ ଚାଷ କରି ମା’ଙ୍କ ସହ ରହୁଥିଲେ…

ନାନା ପାଟେକର କେବଳ ଜଣେ ଭଲ ଅଭିନେତା ନୁହେଁ ତାଙ୍କର କ୍ରିକେଟ ପ୍ରତି ଥିଲା ଅହେତୁକ ଭଲ ପାଇବା। ୨୦୧୫ ମସିହାରେ ଏକ ଇଣ୍ଟରଭ୍ୟୁରେ କ୍ରିକେଟକୁ ନେଇ ଛୋଟବେଳର ଏକ କଥାର ଖୁଲାସା କରିଥିଲେ। ସେ କହିଥିଲେ ଯେ, ଛୋଟବେଳେ ସେ ଜଣେ ଭଲ କ୍ରିକେଟର ଥିଲେ ଆଉ ସେତେବେଳେ ସେ ଅଫ୍-ସ୍ପିନ୍ ବୋଲିଂ କରୁଥିଲେ। ନାନା ସେ ଇଣ୍ଟରଭ୍ୟୁରେ ଆଉ ଏକ କଥା ମଧ୍ୟ କହିଥିଲେ, “୧୦ ମିନିଟି ଅଭ୍ୟାସ କରିଦେଲେ ସେ ଏବେବି ଭଲ ବୋଲିଂ କରିପାରିବେ”। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେଲେ ଟିଭି ଆଗରେ ଲାଗି ରହୁଥିଲେ। ଟିଭି ଛାଡ଼ି କୁଆଡେ ଯାଉ ନଥିଲେ। ସେ ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲିଙ୍କର ଜଣେ ବଡ଼ ଫ୍ୟାନ ଥିଲେ। 

କ୍ରିକେଟକୁ ନେଇ ଏମିତି ଦିଓ୍ବାନା ଥିଲେ ଯେ, ବୟସ ସିନା ବଢ଼ୁଥିଲା ହେଲେ କ୍ରିକେଟ ପ୍ରତି ତାଙ୍କର ଭଲ ପାଇବା କେବେ କମିଲା ନାହିଁ। ବିରାଟ କୋହଲିଙ୍କ ଜଣେ ବଡ଼ ଫ୍ୟାନ ଥିଲେ। ଏମିତିକି ଯଦି ବିରାଟ ଶୀଘ୍ର ଆଉଟ ହୋଇଯାଉଥିଲେ ତେବେ ତାଙ୍କୁ ଆଉ ଖାଇବାକୁ ଇଚ୍ଛା ହେଉ ନଥିଲା। ନାନାଙ୍କର ଏହି ବୟାନକୁ ନେଇ ୨୦୨୫ ମସିହା ଜାନୁୟାରୀରେ ଏହି କଥାକୁ ନେଇ ଖୁବ ଚର୍ଚ୍ଚାରେ ଥିଲେ। ଆଉ ଏହି କଥାକୁ ନେଇ ବହୁ ଲୋକ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଷ୍ଟୋରୀ ଶେୟାର କରିଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ପରିବାରକୁ ଲାଇମଲାଇଟଠୁ ଦୂରରେ ରଖୁଥିଲେ…ଛାଡ଼ପତ୍ର ନନେଇ ପତ୍ନୀଙ୍କଠୁ ଅଲଗା ରହୁଥିଲେ…ଜଣେ ପୁଅର ମୃତ୍ୟୁ ହୋଇସାରିଛି

ନାନା ପାଟେକରଙ୍କ ବିୟୋଗ ଖବର ଶୁଣି ପୁରା ବଲିଉଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ସେ ଦମଦାର ଅଭିନୟ ପାଇଁ ପରିଚିତ ନୂହେଁ କ୍ରିକେଟ ପ୍ରତି ତାଙ୍କର ଭଲପାଇବା ବି ଆଜି ଚର୍ଚ୍ଚା ହେଉଛି। ନାନାଙ୍କୁ ଦିନିକିଆ ଫର୍ମାଟ ବେଶ ପସନ୍ଦ ଥିଲା।