Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Modi 6 Guarantees / TMC ସରକାର ବିରୋଧରେ ରଣହୁଙ୍କାର, ବଙ୍ଗଳାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ '୬ ଗ୍ୟାରେଣ୍ଟି'

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
TMC ସରକାର ବିରୋଧରେ ରଣହୁଙ୍କାର, ବଙ୍ଗଳାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ '୬ ଗ୍ୟାରେଣ୍ଟି'
Narendra Modi

Key Points

ବେଙ୍ଗଲରେ କାନୁନରାଜ ସ୍ଥାପନ ହେବାକୁ କେହି ରୋକି ପାରିବେନି
ପଶ୍ଚିମବଂଗରେ ଟିଏମସିର ଭୟ ନୁହେଁ, ଚାଲିବ ବିଜେପିର ଭରସା
ମୋଦିଙ୍କ ଗ୍ୟାରେଣ୍ଟି ବଙ୍ଗଳା ରାଜନୀତିରେ ଆଣିବ ବଡ଼ ପରିବର୍ତ୍ତନ
ପଶ୍ଚିମବଙ୍ଗର ତିନୋଟି ସ୍ଥାନରେ ନରେନ୍ଦ୍ର ମୋଦିଙ୍କ ମାରାଥନ ପ୍ରଚାର । ଟିଏମସି ସରକାର ବିରୋଧରେ ରଣହୁଙ୍କାର । ବଙ୍ଗଳାବାସୀଙ୍କୁ ୬ ଗ୍ୟାରେଣ୍ଟି ସହ ପରିବର୍ତ୍ତନର ଆହ୍ବାନ ଦେଲେ ମୋଦି । କହିଲେ, ମେ ୪ରୁ ଟିଏମସିର ଭୟ ନୁହେଁ, ଚାଲିବ ବିଜେପିର ଭରସା । ସେପଟେ କେରଳମ, ଆସାମ ଏବଂ ପୁଡୁଚେରୀରେ ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଆସାମରେ ୮୪.୪୨ ପ୍ରତିଶତ, କେରଳମ୍‌ରେ ୭୫.୦୧ ପ୍ରତିଶତ ଓ ପୁଡୁଚେରୀରେ ୮୬.୯୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।

ପଶ୍ଚିମବଙ୍ଗରେ ଟିଏମସି ସରକାର ବିରୋଧରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରଣହୁଙ୍କାର । ଗୋଟିଏ ଦିନରେ ତିନିଟି ସ୍ଥାନରେ ମାରାଥନ ପ୍ରଚାର । ହଳଦିଆ, ଆସାନସୋଲ ଓ ସୁରୀରେ ବିଶାଳ ଜନସଭାକୁ ସମ୍ବୋଧନ କରି ଟିଏମସି ମୁକ୍ତ ବଙ୍ଗଳା ପାଇଁ ଆହ୍ବାନ ଦେଇଛନ୍ତି । ମେ' ୪ରେ କାନୁନରାଜ ସ୍ଥାପନ ସହ ପ୍ରତି ଗୁଣ୍ଡାଗର୍ଦ୍ଦିର ହିସାବ କରାଯିବ । ଆଗାମୀ ଦିନରେ ଟିଏମସିର ଭୟ ନୁହେଁ, ବିଜେପିର ଭରସା ଚାଲିବ ବୋଲି ଦୃଢୋକ୍ତି କରିଛନ୍ତି ମୋଦି ।

ଏଥିସହ ବଙ୍ଗଳାବାସୀଙ୍କୁ '୬ଟି ଗ୍ୟାରେଣ୍ଟି' ଦେଇ ରାଜ୍ୟରେ ପରିବର୍ତ୍ତନର ଆହ୍ୱାନ ଦେଇଛନ୍ତି । ଭୟ ମୁକ୍ତ ବଙ୍ଗଳା ଓ ବିଶ୍ୱାସର ଶାସନ । ଜନତାଙ୍କ ନିକଟରେ ଉତ୍ତରଦାୟୀ ରହିବ ସରକାରୀ ପ୍ରଶାସନ । ପ୍ରତିଟି ଦୁର୍ନୀତି ଓ ମହିଳାଙ୍କ ଉପରେ ହୋଇଥିବା ଅନ୍ୟାୟର ଫାଇଲ୍ ପୁଣି ଖୋଲିବ । ଦୁର୍ନୀତିଖୋରଙ୍କ ପାଇଁ ଜେଲ୍ ହେବ ସ୍ଥାୟୀ ଠିକଣା, କେହି ବର୍ତ୍ତିବେନି । ସେହିପରି ଶରଣାର୍ଥୀଙ୍କୁ ଅଧିକାର, ଅନୁପ୍ରବେଶକାରୀଙ୍କୁ ବାହାର କରିବ ବିଜେପି । ସରକାର ଗଠନ ହେବା ମାତ୍ରେ ୭ମ ବେତନ କମିଶନ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଗତ ୧୫ ବର୍ଷ ଧରି ଟିଏମସି ସରକାର ପଶ୍ଚିମବଙ୍ଗରେ ଆତଙ୍କରାଜ ସୃଷ୍ଟି କରିଛି । ନିକଟରେ ମାଲଦାରେ ହୋଇଥିବା ହିଂସା ପରେ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କୁ ହଟାଇବାକୁ ଟିଏମସି ସରକାର ଦାବି ଉଠାଉଛନ୍ତି । ଆଗାମୀ ଦିନରେ ପଶ୍ଚିମବଙ୍ଗର ଦେଶପ୍ରେମୀ ଜନତା ଏହାର ଉଚିତ ଜବାବ ରଖିବେ ବୋଲି କହିଛନ୍ତି ମୋଦି ।

ସେପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କେରଳମ, ଆସାମ ଏବଂ ପୁଡୁଚେରୀରେ ଶେଷ ହୋଇଛି ନିର୍ବାଚନ । ଆସାମରେ ୧୨୬, କେରଳର ୧୪୦ ଓ ପୁଡୁଚେରୀରେ ୩୦ ବିଧାନସଭା ଆସନରେ ଭୋଟିଂ ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଏଥିସହ ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ତୃତୀୟ ଥର ଜିତି ଆସାମରେ ହାଟ୍ରିକ୍ କରିବା ଲକ୍ଷ୍ୟରେ ରହିଛି ବିଜେପି । ଅନ୍ୟପକ୍ଷରେ କେରଳମରେ ବି CPM ନେତୃତ୍ବାଧୀନ LDF ମେଣ୍ଟର ହାଟ୍ରିକ ଲକ୍ଷ୍ୟ ରଖିଛି । ପୁଡୁଚେରୀରେ ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗାସାମୀଙ୍କ ନେତୃତ୍ବରେ ଏନଡିଏ ପୁଣିଥରେ ଏନଡିଏ ଶାସନ କ୍ଷମତାକୁ ଫେରିପାରେ । ଆସନ୍ତା ମେ' ୪ରେ ଗଣତି ପରେ ସ୍ପଷ୍ଟ ହେବ କିଏ ମାରିବ ବାଜି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Narendra Modi Targets Trinamool Congress, Announces 6 Guarantees for Bengal | Argus News