Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

PM Modi Birthday: ଆଜି PM ମୋଦିଙ୍କ ୭୫ ତମ ଜନ୍ମଦିନ, ଅହମ୍ମଦାବାଦରେ ଆୟୋଜିତ ହେବ ବିଶ୍ବର ସର୍ବ ବୃହତ ରକ୍ତଦାନ ଶିବିର

Santosh Kumar Sahoo
Browse all articles by Santosh Kumar Sahoo
·10 months ago·3 min read
PM Modi Birthday: ଆଜି PM ମୋଦିଙ୍କ ୭୫ ତମ ଜନ୍ମଦିନ, ଅହମ୍ମଦାବାଦରେ ଆୟୋଜିତ ହେବ ବିଶ୍ବର ସର୍ବ ବୃହତ ରକ୍ତଦାନ ଶିବିର

Key Points

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ୭୫ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୧୯୫୦, ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋଦି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୫ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋଦି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ। ୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ ସେ କାର୍ଯ୍ୟ କରିଛନ୍ତି। ୫ ଦଶନ୍ଧିର ରାଜନୈତିକ ଜୀବନ ମଧ୍ୟରେ ଅନେକ ଉତ୍‌ଥାନ ପତନ ଦେଖିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଦିଲ୍ଲୀ ବିଜେପି ପକ୍ଷରୁ ୧୭ଟି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହା ଭିତରେ ରହିଛି ସ୍ବଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ଖେଳକୂଦ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ । ବୃକ୍ଷରୋପଣ , ସ୍ବାସ୍ଥ୍ୟ ଯାଞ୍ଚ ଶିବିର, ପ୍ରଧାନମନ୍ତ୍ରୀଙ୍କ ଜୀବନ ଉପରେ ଡକ୍ୟୁମେଣ୍ଟାରୀ, ଦିବ୍ୟାଙ୍ଗ ଜନ ସମ୍ମାନ, ଭୋକାଲ ଫର ଲୋକାଲ ପ୍ରଚାର, ସାଂସଦ ଖେଳକୁଦ ପ୍ରତିଯୋଗିତା, ବିକଶିତ ଭାରତ ଚିତ୍ରକଳା ପ୍ରତିଯୋଗିତା, ମୋଦି ବିକାଶ ମାରାଥନ, ଜୀବନ ଉପରେ ଆଧାରିତ ପ୍ରଦର୍ଶନୀ, ପଣ୍ଡିତ ଦୀନଦୟାଲ ଜୟନ୍ତୀ, ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ସମାରୋହ, ନମୋ ଆପ ଏବଂ ସୋସିଆଲ ମିଡିଆ ଚର୍ଚ୍ଚା, ଜିଏସଟି ରିଫର୍ମ ନେଇ ଜନ ଚର୍ଚ୍ଚା ଆୟୋଜିତ ହେବ । ସମାଜର ପ୍ରତି ବର୍ଗର ଲୋକ ଯେପରି ଏହି କାର୍ଯ୍ୟକ୍ରମଗୁଡିକରେ ସାମିଲ ହୋଇପାରିବେ ସେନେଇ ଉଦ୍ୟମ କରାଯାଇଛି ।


ସେହିପରି ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ଅନୁଷ୍ଠିତ ହେବ ବିଶ୍ବର ସର୍ବବୃହତ ରକ୍ତଦାନ ଶିବିର । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୫ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରାଯିବ । ଖାଲି ଭାରତ ନୁହେଁ ୭୫ରୁ ଅଧିକ ଦେଶରେ ହେବ ରକ୍ତଦାନ ଶିବିର । ୭୫୦୦ ଗ୍ଲୋବାଲ କ୍ୟାମ୍ପ ଏହି ରକ୍ତଦାନ ଶିବିରରେ ଭାଗ ନେବେ । ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ବା ABTYP ଏହି ରକ୍ତଦାନ ଶିବିରର ଆୟୋଜନ କରୁଛି । ୫୦ଟି ଅନ୍ୟାନ୍ୟ ସଂସ୍ଥା ମଧ୍ୟ ଏହି ରକ୍ତଦାନ ଶିବିରରେ ସାମିଲ ହେବେ । 'Blood Donation Amrit Mahotsav 2.0' ଅଧିନରେ ଏହି ବିଶାଳ ରକ୍ତଦାନ ଶିବିରର ଆୟୋଜନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲ ମୋଡରେ ଏହି ରକ୍ତଦାନ ଶିବିରର ଉଦଘାଟନ କରିବେ । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା, ୧୨ ଘଣ୍ଟା ଧରି ଚାଲିବ ରକ୍ତଦାନ ଶିବିର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସଂଗୃହିତ ରକ୍ତ ଗୁଜରାଟର ସମସ୍ତ ବ୍ଲଡ ବ୍ୟାଙ୍କକୁ ଯିବ । ୭୫ ହଜାର ଯୁବକ ଯୁବତୀ, ୪ ହଜାର ବ୍ଲଡ ବ୍ୟାଙ୍କ, ୫ ହଜାର ଡାକ୍ତର, ୨୫ ହଜାର ଟେକନିସିଆନ ଏବଂ ପାଖାପାଖି ୧ ଲକ୍ଷ ଭଲ୍ୟୁଣ୍ଟର ଭାଗ ନେବେ । ଏପରି ଶିବିର ଆୟୋଜନ କରିବା ପଛର ଉଦ୍ଦେଶ୍ୟ ହେଲା, ଦରକାର ସମୟରେ ସମସ୍ତେ ଯେପରି ରକ୍ତ ପାଇପାରିବେ ।


ସେପଟେ ନିଲାମ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ପୁରସ୍କାର । PMMomentos ଇ-ନିଲାମ ୨୦୨୫ ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ପ୍ରାୟ ୧୩୦୧ ଉପହାରର ହେବ ନିଲାମ । ନୂଆଦିଲ୍ଲୀ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ନ ଆର୍ଟ ରେ ଉପହାର କିଣି ପାରିବେ ସାଧାରଣ ଲୋକେ । ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ନିଲାମୀ ଅର୍ଥ ପ୍ରତିବର୍ଷ ନମାମି ଗଙ୍ଗେ ପ୍ରକଳ୍ପରେ ଲାଗିଥାଏ । ଚଳିତଥର ନିଲାମୀ ହେବାକୁ ଥିବା ଉପହାର ମଧ୍ୟରେ ସମ୍ବଲପୁରର ମା' ସମଲେଇଙ୍କ ପେଣ୍ଟିଂ, ପ୍ରଧାନମନ୍ତ୍ରୀଙ୍କୁ ଉପହାର ମିଳିଥିବା ଓଡ଼ିଶାର ପଟ୍ଟଚିତ୍ର ମଧ୍ୟ ସାମିଲ ରହିଛି । ଏହା ଶହ ରାମ ଦରବାର, ଦୁର୍ଗା ମାତାଙ୍କ ପ୍ରତିମୂର୍ତ୍ତି, ମେକ ଇନ ଇଣ୍ଡିଆ ପ୍ରମୁଖ ଉପହାର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।


ସେହିପରି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଅବସରରେ ରାଜ୍ୟରେ ଆବାସ ଦିବସ ପାଳନ କରିବେ ସରକାର । ପ୍ରତି ଜିଲ୍ଲା ଏବଂ ପୌର ସଂସ୍ଥାରେ ଆୟୋଜନ ହେବ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ମେଳା । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ଆରମ୍ଭ ହୋଇ ଦୁଇଟି ପର୍ଯାୟରେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ମୋଦୀଙ୍କ ଜନ୍ମଦିନରେ ରାଜ୍ୟରେ ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ । ୪୫ ହଜାର ସ୍ଥାନରେ ଗଛ ଲଗାଇବ ଜଙ୍ଗଲ ବିଭାଗ । ୩୦ ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ମନ୍ତ୍ରୀ ଓ ଜିଲ୍ଲାପାଳ ।

Sponsored
Narendra Modi's 75th Birthday: Grand Celebrations Across India | Argus News