Videos
|
National

Narendra Modi Instagram Video / ପୁଣି ଭିଡିଓ କରି ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ, କହିଲେ...

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ପୁଣି ଭିଡିଓ କରି ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ, କହିଲେ...
Narendra Modi

Key Points

ଭିଡିଓକୁ ବିପୁଳ ଲାଇକ୍ ଓ ସେୟାର କରିଥିବାରୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
ପୁଣି ଏକ ଭିଡିଓ କରି ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି
ଗୁରୁବାର ରାତିରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସେଲ୍‌ଫି ଭିଡିଓ ବାର୍ତ୍ତା ଜାରି କରିଥିଲେ
ଗୁରୁବାର ପ୍ରଧାନମନ୍ତ୍ରୀ କରିଥିବା ଇନଷ୍ଟାଗ୍ରାମ ଭିଡିଓକୁ ବିପୁଳ ଲାଇକ୍ ଓ ସେୟାର ମିଳିବା ପରେ ପୁଣି ଏକ ଭିଡିଓ କରି ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଅଗଣିତ ଯୁବପିଢ଼ିଙ୍କ ନିକଟରେ ନିଜର ବାର୍ତ୍ତା ପହଞ୍ଚାଇବା ପାଇଁ ସେହି Gen Zଙ୍କ ଶୈଳୀରେ ଭିଡିଓ ବାର୍ତ୍ତା ଦେଇଛନ୍ତି PM ମୋଦି । ଏପରିକି ବାରମ୍ବାର ଏଭଳି ସମ୍ବାଦ ଜାରି ରହିବ ବୋଲି ମୋଦି ପ୍ରତିଶ୍ରୁତି ବି ଦେଇଛନ୍ତି ।

ଗୁରୁବାର ରାତିରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସେଲ୍‌ଫି ଭିଡିଓ ବାର୍ତ୍ତା ଜାରି କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଯୁବପିଢ଼ି ବିଶେଷ କରି Gen Z ବର୍ଗଙ୍କ ପାଖରେ ସିଧାସଳଖ ତାଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ସେହିମାନେ ବ୍ୟବହାର କରୁଥିବା ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବାଛିଛନ୍ତି । କୁହାଯାଉଛି ଯୁବବର୍ଗ ରାତି ସମୟରେ ଅଧିକାଂଶ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ଗୁରୁବାର ରାତି ପ୍ରାୟ ୧୧ଟା ୫୨ରେ ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ଅପଲୋଡ କରିଥିଲେ ।



ସେହିପରି ଭିଡିଓର ଡ୍ୟୁରେସନକୁ ୨.୫୫ ମିନିଟରେ ସୀମିତ ରଖିଥିଲେ । କାରଣ ୩ ମିନିଟରୁ କମ୍ ସମୟର ଭିଡିଓ ଇନଷ୍ଟାଗ୍ରାମରେ ଅଧିକ ଭ୍ୟୁ ହୋଇଥାଏ । ଏହାବାଦ୍ ଚିରାଚରିତ ଭାବେ ପ୍ରଧାନମନ୍ତ୍ରୀ ମିତ୍ରୋଁ ବୋଲି ସମ୍ବୋଧନ କରୁଥିବାବେଳେ ଭିଡିଓରେ ଫ୍ରେଣ୍ଡସ୍ ବୋଲି ସମ୍ବୋଧନ କରିଥିଲେ ।

କାରଣ ଅଧିକାଂଶ ଯୁବବର୍ଗ ଗାଇଜ୍ କିମ୍ବା ଫ୍ରେଣ୍ଡସ୍ କହି ପରସ୍ପରକୁ ସମ୍ବୋଧନ କରନ୍ତି । ଏସବୁର ମୂଳ ଉଦ୍ଦେଶ୍ୟ ଥିଲା ଦେଶର ଯୁବପିଢ଼ିଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ଓ ସେମାନଙ୍କ ପାଖରେ ନିଜ କଥାକୁ ପହଞ୍ଚାଇବା । ଯେଉଁଥିରେ ପ୍ରଧାନମନ୍ତ୍ରୀ ସଫଳ ହୋଇଛନ୍ତି । ତାଙ୍କ ଭିଡିଓ ଏବଂ ଏଥିରେ ଦିଆଯାଇଥିବା ବାର୍ତ୍ତାକୁ ଜୋରଦାର ପସନ୍ଦ କରିଛନ୍ତି ଦେଶର ଯୁବବର୍ଗ ।

ସେପଟେ ଗୁରୁବାର ରାତିରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସେଲ୍‌ଫି ଭିଡିଓ ବାର୍ତ୍ତା ଜାରି କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଭିଡିଓଟି ପୋଷ୍ଟ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଭାଇରାଲ ହୋଇଥିଲା । ଯାହା ଏବେ ବିଶ୍ବ ରେକର୍ଡ କରିଛି। ୨୪ ଘଣ୍ଟାରେ ୩୦୩ ମିଲିୟନରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି । ଫଳରେ ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟରେ ରାତାରାତି ୧ ମିଲିୟନ ଅର୍ଥାତ ୧୦ ଲକ୍ଷରୁ ଅଧିକ ନୂଆ ଇନ୍‌ଷ୍ଟାଗ୍ରାମ୍ ଫଲୋଅର୍ସ ବୃଦ୍ଧି ପାଇଛନ୍ତି । ଏହାସହିତ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୋଟ ଫଲୋଅର୍ସ ସଂଖ୍ୟା ୧୦୨ ମିଲିୟନରେ ପହଞ୍ଚିଛି । ୨୪ ଘଣ୍ଟାରେ କୌଣସି ଭିଡିଓକୁ ଏତେ ଲୋକ ଦେଖିବା ଏବଂ କୌଣସି ଆକାଉଣ୍ଟକୁ ଏତେ ଲୋକ ଫଲୋ କରିବା ସଂପୂର୍ଣ୍ଣ ବିରଳ। ତେଣୁ ଏହି କ୍ଷେତ୍ରରେ ମଧ୍ୟ ବିଶ୍ବ ରେକର୍ଡ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored