Videos
|
National

Modi Boat Ride / ହୁଗୁଳି ନଦୀରେ ପ୍ରଧାନମନ୍ତ୍ରୀ, ହାତରେ ଧରିଛନ୍ତି DSLR କ୍ୟାମେରା ଉଠୋଉଛନ୍ତି ଫଟୋ

Banajyotshna Ray
Browse all articles by Banajyotshna Ray
·4 months ago·2 min read
ହୁଗୁଳି ନଦୀରେ ପ୍ରଧାନମନ୍ତ୍ରୀ, ହାତରେ ଧରିଛନ୍ତି DSLR କ୍ୟାମେରା ଉଠୋଉଛନ୍ତି ଫଟୋ
Modi Boat Ride

Key Points

ହାତରେ DSLR କ୍ୟାମେରା
ନୌକାରେ ବସି ହୁଗୁଳି ନଦୀରେ ଫଟୋସୁଟ କଲେ ପିଏମ ମୋଦୀ
ନୌକାରେ ବସି ବୁଲୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ହୁଗୁଳି ନଦୀରେ ଫଟୋସୁଟ ହାତରେ DSLR କ୍ୟାମେରା ଧରି ବୁଲୁଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଏହାକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ପହଞ୍ଚିଛନ୍ତି ଏବଂ ସେଠାରେ ହୁଗୁଳି ନଦୀ କୂଳରେ କିଛି ସମୟ ବିତାଇଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଏଥର କିଛି ଏଭଳି ଘଟିଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ୧୫୨ଟି ଆସନରେ ପ୍ରାୟ ୯୨.୬ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି, ଯାହାକୁ ଏବେ ସୁଦ୍ଧା ସର୍ବାଧିକ ବୋଲି କୁହାଯାଉଛି। ଏତେ ବଡ଼ ସଂଖ୍ୟାରେ ଲୋକେ ଭୋଟ୍ ଦେବା ପାଇଁ ବାହାରିବା ନିଜେ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ବୋଲି ବିବେଚନା କରାଯାଉଛି। ଏହି ସ୍ଥିତିକୁ ପୂର୍ବ ନିର୍ବାଚନ ସହ ତୁଳନା କରାଯାଉଛି। ୨୦୧୧ ମସିହାରେ ମଧ୍ୟ ପଶ୍ଚିମବଙ୍ଗରେ ରେକର୍ଡ ୮୫.୫୫ ପ୍ରତିଶତ ମତଦାନ ହୋଇଥିଲା। ସେହି ସମୟରେ ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା। ୩୪ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ସରକାରଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ଅନୁଭୂତି ସାଝା କରି ଲେଖିଛନ୍ତି ଯେ, ପ୍ରତ୍ୟେକ ବଙ୍ଗାଳୀଙ୍କ ପାଇଁ ଗଙ୍ଗାର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ସେ କହିଛନ୍ତି ଯେ ଗଙ୍ଗା କେବଳ ଏକ ନଦୀ ନୁହେଁ, ବରଂ ଏହା ବଙ୍ଗଳାର ଆତ୍ମାରେ ବସବାସ କରେ। ଏହାର ପବିତ୍ର ଜଳ ଏକ ଏପରି ସଭ୍ୟତାର ଭାବନାକୁ ନିଜ ଭିତରେ ସାଇତି ରଖିଛି, ଯାହା ସବୁବେଳେ ଜୀବନ୍ତ ରହିଆସିଛି।

ଏଥିସହ ପଢ଼ନ୍ତୁ: TMCର ଗୁଣ୍ଡାରାଜ ! ବିଜେପି ପ୍ରାର୍ଥୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଧାନମନ୍ତ୍ରୀ ଏହି ଅବସରରେ ପଶ୍ଚିମବଙ୍ଗର ବିକାଶ ଏବଂ ସେଠାକାର ଲୋକଙ୍କ ସମୃଦ୍ଧି ପାଇଁ କାମ କରିବାକୁ ନିଜର ସଂକଳ୍ପ ଦୋହରାଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାର କ୍ରମାଗତ ଭାବେ ପ୍ରୟାସ ଜାରି ରଖିବେ। ଏହି ଗସ୍ତ ଏପରି ଏକ ସମୟରେ ହୋଇଛି ଯେତେବେଳେ ରାଜ୍ୟରେ ନିର୍ବାଚନୀ ପରିବେଶ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଲୋକଙ୍କ ସହ ଯୋଡ଼ି ହେବା ଏବଂ ନିଜ କଥା ପହଞ୍ଚାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ବିବେଚନା କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣାଇଛନ୍ତି ଯେ, ସକାଳ ସମୟରେ ସେ ହୁଗୁଳି ନଦୀ କୂଳରେ ସମୟ ବିତାଇଥିଲେ, ଯାହା ତାଙ୍କ ପାଇଁ ମା’ ଗଙ୍ଗାଙ୍କୁ କୃତଜ୍ଞତା ଜଣାଇବାର ଏକ ବିଶେଷ ସୁଯୋଗ ଥିଲା। ଏହି ସମୟରେ ତାଙ୍କୁ ନାଉରିଆମାନଙ୍କୁ ଭେଟିବାର ସୁଯୋଗ ମିଳିଥିଲା, ଯାହାଙ୍କର ପରିଶ୍ରମ ଓ ନିଷ୍ଠାକୁ ସେ ପ୍ରଶଂସା କରିଥିଲେ। ଏହାସହ ସେ ସକାଳୁ ଭ୍ରମଣ କରୁଥିବା ଲୋକଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କ ଜୀବନ ବିଷୟରେ ଜାଣିବାକୁ ପାଇଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:



Related Topics

Explore more stories

Modi Boat Ride | PM Modi Takes Boat Ride On Hooghly River In Kolkata, Says Committed To Prosperity Of Bengalis | Argus News | Argus News