|
logo
Live

Argus News - ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ନାରୀ ସବୁ ଭୁଲି ପାରିବେ...ମାତ୍ର ଅସମ୍ମାନକୁ ଭୁଲିପାରିବେ ନାହିଁ

National

Narendra Modi Speech / ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ନାରୀ ସବୁ ଭୁଲି ପାରିବେ...ମାତ୍ର ଅସମ୍ମାନକୁ ଭୁଲିପାରିବେ ନାହିଁ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·4 min read
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ନାରୀ ସବୁ ଭୁଲି ପାରିବେ...ମାତ୍ର ଅସମ୍ମାନକୁ ଭୁଲିପାରିବେ ନାହିଁ
Narendra Modi speech

Key Points

ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ
କଂଗ୍ରେସ, ଡିଏମ୍‌କେ, ଟିଏମ୍‌ସି ଓ ସମାଜବାଦୀ ପାର୍ଟିକୁ ନିଶାନା
ନାରୀ ସବୁ ଭୁଲି ପାରିବେ, ମାତ୍ର ଅସମ୍ମାନକୁ ଭୁଲିପାରିବେ ନାହିଁ
ଶୁକ୍ରବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ୨୦୨୬ ପାସ୍‌ ହୋଇପାରିନଥିଲା । ବିରୋଧୀ ଦଳ ସରକାରଙ୍କୁ ସମର୍ଥନ ନ କରିବାରୁ ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଦଳକୁ ଏହି ବିଲ୍‌ ପାସ୍ କରିବାକୁ ନିବେଦନ କରିଥିଲେ । କିନ୍ତୁ ବିରୋଧୀଙ୍କ ସମର୍ଥନ ନ ମିଳିବାରୁ ଏହି ବିଲ୍‌ ଲୋକସଭାରେ କାଟ୍‌ ଖାଇଥିଲା । ଆଉ ଶନିବାର ଏହି ବିଲ୍‌ ସହିତ ଜଡ଼ିତ ପ୍ରସଙ୍ଗ ଉପରେ ଦେଶକୁ ସମ୍ବୋଧିତ କରିଛନ୍ତି ।



ବିଲ୍ ଉପରେ ତାଙ୍କ ଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, "ମୁଁ ମୋର ଭଉଣୀ ଏବଂ ଝିଅମାନଙ୍କ ସହିତ କଥା ହେବାକୁ ଆସିଛି । ଆଜି ଭାରତର ପ୍ରତ୍ୟେକ ନାଗରିକ ଭାରତର ମହିଳା ଶକ୍ତିର ଉତ୍ଥାନ କିପରି ଅଟକି ଯାଇଛି ତାହା ଦେଖୁଛନ୍ତି । ସେମାନଙ୍କର ସ୍ୱପ୍ନକୁ ନିର୍ମମ ଭାବରେ ଚୂର୍ଣ୍ଣ କରାଯାଇଛି । ଆମର ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ, ଆମେ ସଫଳ ହୋଇପାରିଲୁ ନାହିଁ। ନାରୀ ଶକ୍ତି ବନ୍ଦନା ଆଇନ ସଂସଦରେ ପାରିତ ହୋଇପାରିଲା ନାହିଁ । ଏଥିପାଇଁ ମୁଁ ସମସ୍ତ ମା' ଏବଂ ଭଉଣୀମାନଙ୍କୁ କ୍ଷମା ପ୍ରାର୍ଥନା କରୁଛି ।"



ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବଂଶବାଦୀ ଦଳଗୁଡ଼ିକ ଭୟ କରନ୍ତି ଯେ ଯଦି ମହିଳାମାନଙ୍କୁ ସଶକ୍ତ କରାଯାଏ, ତେବେ ସେମାନଙ୍କର ପ୍ରଭୁତ୍ୱ ଶେଷ ହୋଇଯିବ । ଏହି ଦଳଗୁଡ଼ିକ ଚାହାଁନ୍ତି ନାହିଁ ଯେ ସେମାନଙ୍କ ପରିବାର ବାହାରେ ମହିଳାମାନେ ପ୍ରଗତି କରନ୍ତୁ । ସେ କହିଥିଲେ ଯେ ମହିଳାମାନେ ପଞ୍ଚାୟତ ଏବଂ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ସେମାନଙ୍କର ଦକ୍ଷତା ପ୍ରମାଣିତ କରିଛନ୍ତି ଏବଂ ଏବେ ସେମାନେ ସଂସଦ ଏବଂ ବିଧାନସଭାରେ ପ୍ରବେଶ କରିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ସଂଶୋଧନକୁ ଏକବିଂଶ ଶତାବ୍ଦୀରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ 'ମହାଯଜ୍ଞ' ଭାବରେ ବର୍ଣ୍ଣନା କରିଥିଲେ ।


କଂଗ୍ରେସ ଉପରେ ଆକ୍ରମଣ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ କଂଗ୍ରେସ ଆଞ୍ଚଳିକ ଦଳଗୁଡ଼ିକ ଉପରେ ପରଜୀବୀ ଏବଂ ସେମାନଙ୍କୁ ମଧ୍ୟ ଧ୍ୱଂସ କରିବ । କଂଗ୍ରେସ ପ୍ରତ୍ୟେକ ଥର ସମାନ ବାହାନା କରେ । ବଂଶବାଦୀ ଦଳଗୁଡ଼ିକ ମହିଳା କଲ୍ୟାଣ ପାଇଁ ଚିନ୍ତା କରନ୍ତି ନାହିଁ । ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ ଯେ କଂଗ୍ରେସ ଏବଂ ଏହାର ସହଯୋଗୀମାନେ ଏହି ସଚ୍ଚୋଟ ପ୍ରୟାସକୁ ଅବରୋଧ କରି ଦେଶ ସମ୍ମୁଖରେ ଏହାକୁ ନଷ୍ଟ କରିଦେଇଛନ୍ତି । ସେ କହିଥିଲେ ଯେ ଏହି ଦଳଗୁଡ଼ିକ ମହିଳା ଶକ୍ତି ଏବଂ ଭାରତର ସମ୍ବିଧାନ ଉଭୟ ପ୍ରତି ଅନ୍ୟାୟ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ANI (@ANI) April 18, 2026

ପ୍ରଧାନମନ୍ତ୍ରୀ କହିଥିଲେ, "ମହିଳାମାନେ ସବୁକିଛି ଭୁଲି ପାରିବେ, କିନ୍ତୁ ସେମାନେ କେବେ ନିଜର ଅପମାନକୁ ଭୁଲି ପାରିବେ ନାହିଁ । ତେଣୁ, ସଂସଦରେ କଂଗ୍ରେସ ଏବଂ ଏହାର ସହଯୋଗୀଙ୍କ ଏହି ଆଚରଣର ଯନ୍ତ୍ରଣା ସର୍ବଦା ପ୍ରତ୍ୟେକ ମହିଳାଙ୍କ ହୃଦୟରେ ରହିବ । ଯେତେବେଳେ ଦେଶର ମହିଳାମାନେ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଏହି ନେତାମାନଙ୍କୁ ଦେଖିବେ, ସେମାନେ ମନେ ରଖିବେ ଯେ ଏହି ଲୋକମାନେ ସଂସଦରେ ମହିଳା ସଂରକ୍ଷଣକୁ ଅବରୋଧ କରିବା ଉତ୍ସବ ପାଳନ କରିଥିଲେ ।"
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଦେଶର ମହିଳାମାନଙ୍କୁ କଂଗ୍ରେସ, ଡିଏମକେ, ଟିଏମସି ଏବଂ ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକର ସ୍ୱାର୍ଥପର ରାଜନୀତିର ପରିଣାମ ଭୋଗିବାକୁ ପଡିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହିଳା ସଂରକ୍ଷଣକୁ ବିରୋଧ କରି ବିରୋଧୀମାନେ ଯାହା କରିଛନ୍ତି ସେଥିପାଇଁ ନିଶ୍ଚିତ ଭାବରେ ଦଣ୍ଡ ପାଇବେ ।



ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରୟାସ ବିଫଳ ହୋଇଥିବାରୁ ସେ ଦେଶର ସମସ୍ତ ମା' ଏବଂ ଭଉଣୀମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛନ୍ତି । ସେ ଆହୁରି କହିଛନ୍ତି ଯେ ସରକାରଙ୍କ ପାଇଁ ଜାତୀୟ ସ୍ୱାର୍ଥ ସର୍ବୋପରି । କିନ୍ତୁ ଯେତେବେଳେ କିଛି ଲୋକଙ୍କ ପାଇଁ ଦଳୀୟ ସ୍ୱାର୍ଥ ଜାତୀୟ ସ୍ୱାର୍ଥ ଅପେକ୍ଷା ବଡ଼ ହୋଇଯାଏ, ସେତେବେଳେ ମହିଳା ଏବଂ ଦେଶ ଉଭୟ ଏହାର ପରିଣାମ ଭୋଗନ୍ତି ।



ମହିଳା ସଂରକ୍ଷଣ ସହିତ ଜଡିତ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହେବା ପାଇଁ ଲୋକସଭାରେ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ଲୋକସଭାରେ ବିଲ୍ ଉପରେ ମୋଟ ୫୨୮ ଭୋଟ ପଡ଼ିଥିଲା। ବିଲ୍ ପାରିତ ହେବା ପାଇଁ ସରକାରଙ୍କୁ ୩୫୨ ଭୋଟ ଆବଶ୍ୟକ ଥିଲା, କିନ୍ତୁ କେବଳ ୨୯୮ ଭୋଟ ତାଙ୍କ ସପକ୍ଷରେ ପଡ଼ିଥିଲା। ଫଳସ୍ୱରୂପ, ୫୪ ଭୋଟ ଅଭାବରୁ ବିଲ୍ କାଟ୍‌ ଖାଇଥିଲା ।


Sponsored
Narendra Modi Speech: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ନାରୀ ସବୁ ଭୁଲି ପାରିବେ...ମାତ୍ର ଅସମ୍ମାନକୁ ଭୁଲିପାରିବେ ନାହିଁ | Argus News