Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋଦି ସୁନାମୀ ; ବୁଥ୍ ବାହୁଡ଼ା ମତରେ ମୋଦିଙ୍କ ହ୍ୟାଟ୍ରିକ

National

ମୋଦି ସୁନାମୀ ; ବୁଥ୍ ବାହୁଡ଼ା ମତରେ ମୋଦିଙ୍କ ହ୍ୟାଟ୍ରିକ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ମୋଦି ସୁନାମୀ ; ବୁଥ୍ ବାହୁଡ଼ା ମତରେ ମୋଦିଙ୍କ ହ୍ୟାଟ୍ରିକ

Key Points

  • ବୁଥ୍ ବାହୁଡ଼ା ମତରେ ମୋଦିଙ୍କ ହ୍ୟାଟ୍ରିକ
  • ଏ କଥାରେ ସବୁ ଗଣମାଧ୍ୟମ ଏକସ୍ବରରେ ଏକମତ
  • ମୋଦିଙ୍କ ୪୦୦ ପାର୍‌ ନାରା ଅସମ୍ଭବ ନୁହେଁ ସମ୍ଭବ
  • ବୁଥ୍ ବାହୁଡ଼ା ମତରେ ମୋଦିଙ୍କ ଦାବିକୁ ସତ କହିଲେ କିଛି ପ୍ରମୁଖ ଗଣମାଧ୍ୟମ
  • ଉତ୍ତର ଭାରତ ଓ ଦେଶର ପଶ୍ଚିମୀ ରାଜ୍ୟରେ ୧୯ ପରି ମୋଦିଙ୍କ ଦୁର୍ଗ ସୁରକ୍ଷିତ 
  • ପୂର୍ବ ଓ ଦକ୍ଷିଣ ଭାରତରେ ଅନ୍ୟର ଦୁର୍ଗ ଉପରେ ଉଡ଼ିବ ମୋଦିଙ୍କ ଗେରୁଆ ବାନା

ଅର୍ଗସ ବ୍ୟୁରୋ : ଆସନ୍ତା ୪ରେ ଆସିବ ଏକଜାଟ୍ ପୋଲ । ମୋଦିଙ୍କ ନେତୃତ୍ବରେ ବିଜେପି ଓ NDAକୁ ମିଳିବ ଅଭୁତ ପୂର୍ବ ସଫଳତା । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଗୁଜରାଟ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଦିଲ୍ଲୀ ଭଳି  ରାଜ୍ୟରେ ପ୍ରତିପକ୍ଷଙ୍କୁ ନିଶ୍ଚିହ୍ନ କରି ସାରା ରାଜ୍ୟରେ ମୋଦି ହିଁ ମୋଦି । ଏ ରାଜ୍ୟ ଗୁଡ଼ିକ ପାରମ୍ପରିକ ବିଜେପିର । ୧୯ ଭଳି ୨୪ରେ ବି ବଡ଼ ବିଜୟ ଧାରାକୁ ବଜାୟ ରଖିବା ଆକଳନ, ମୋଦିଙ୍କ ୨ ପାଳି ପରେ ବି ତାଙ୍କ ପ୍ରତି ଜନବିଶ୍ବାସ ଶୀର୍ଷରେ ଏକଜିଟ୍ ପୋଲ୍ ଦେଇଛି ପ୍ରାକ୍ ସୂଚନା । 

ଅଧିକ ପଢନ୍ତୁ : ଶେଷ ପର୍ଯ୍ୟାୟ ନିର୍ବାଚନ ସହ ରାଜ୍ୟରେ ଶେଷ ହୋଇଛି ସାଧାରଣ ନିର୍ବାଚନ

ପାରମ୍ପରିକ ଦୁର୍ଗ ଛାଡ଼ି ଏଥର ବିଜେପି ପାଦ ଥାପୁଛି ନୂଆ ଅଞ୍ଚଳରେ । ମୋଦିଙ୍କୁ ବଡ଼ ସଫଳତାର ଆଧାର-ପୂର୍ବ ଓ ଦକ୍ଷିଣ ଭାରତ । ମୋଦିଙ୍କ ପୂର୍ବୋଦୟ ଆଣିଲା କି ବଡ଼ ସଫଳତା । ଓଡ଼ିଶା ନବୀନଙ୍କ ସବୁଜ ଗଡ଼ରେ, ଗେରୁଆ ବନ୍ୟା । ମମତା ଦିଦିଙ୍କ ବେଙ୍ଗଲରେ ଏଥର ଫୁଟିଛି ପଦ୍ମ । ତେଲେଙ୍ଗାନା, ଆନ୍ଧ୍ରରେ ଭଲ ପ୍ରଦର୍ଶନ । କେରଳ, ତାମିଲନାଡୁରେ ପ୍ରଥମ ଥର ପାଦ ଥାପିବ ଗେରୁଆ ବାହିନୀ । ଉତ୍ତର ଓ ପଶ୍ଚିମରେ ଗଡ଼ ରକ୍ଷା, ପୂର୍ବ ଓ ଦକ୍ଷିଣରେ ଗଡ଼ ବିଜୟ । ସମ୍ଭବ କରିପାରେ ମୋଦିଙ୍କ ୪୦୦ ପାର୍‌ ନାରା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Narendra modi's hat trick in everywhere | Argus News