Women Reservation / 'ନାରୀ ଶକ୍ତି ବନ୍ଦନ ଅଧିନିୟମ'ରେ ଆସିବ ସଂଶୋଧନ; ବସିବ ସଂସଦର ସ୍ଵତନ୍ତ୍ର ଅଧିବେଶନ
·5 months ago·2 min read

Key Points
- 'ନାରୀ ଶକ୍ତି'କୁ ସଶକ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ
- ନିଜ ୱେବସାଇଟରେ ଲେଖିଲେ ସ୍ବତନ୍ତ୍ର ଆଲେଖ୍ୟ
- ବସିବ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ
- 'ନାରୀ ଶକ୍ତି ବନ୍ଦନ ଅଧିନିୟମ'ରେ ଆସିବ ସଂଶୋଧନ
- ସର୍ବସମ୍ମତି କ୍ରମେ ବିଲ୍ ପାସ୍ କରାଇବାକୁ ସବୁ ଦଳକୁ ଅପିଲ୍
ନୂଆଦିଲ୍ଲୀ: ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର 'ମହିଳା ସଂରକ୍ଷଣ ଅଧିନିୟମ'ରେ ପ୍ରସ୍ତାବିତ ସଂଶୋଧନକୁ କେବଳ ଏକ ଆଇନଗତ ପ୍ରକ୍ରିୟା ନୁହେଁ, ବରଂ ଦେଶର କୋଟି କୋଟି ମହିଳାଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ ବୋଲି ବର୍ଣ୍ଣନା କରିଛନ୍ତି ।
ଏହି ଐତିହାସିକ ପଦକ୍ଷେପକୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସାଂସଦଙ୍କୁ ଆହ୍ଵାନ ଦେଇଛନ୍ତି । ନିଜର ୱେବସାଇଟ୍ narendramodi.inରେ ଏକ ସ୍ବତନ୍ତ୍ର ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି...
ଏଥିସହ ପଢ଼ନ୍ତୁ: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ଆସନ ସଂରକ୍ଷଣ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି
ଏହି ଐତିହାସିକ ପଦକ୍ଷେପକୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସାଂସଦଙ୍କୁ ଆହ୍ଵାନ ଦେଇଛନ୍ତି । ନିଜର ୱେବସାଇଟ୍ narendramodi.inରେ ଏକ ସ୍ବତନ୍ତ୍ର ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି...
ଏଥିସହ ପଢ଼ନ୍ତୁ: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ଆସନ ସଂରକ୍ଷଣ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି
- ଯେତେବେଳେ ମହିଳାମାନେ ପ୍ରଗତି କରନ୍ତି, ସେତେବେଳେ ସମାଜ ପ୍ରଗତି କରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୩ରେ ସଂସଦରେ ପାରିତ ହୋଇଥିବା 'ନାରୀ ଶକ୍ତି ବନ୍ଦନ ଅଧିନିୟମ'ରେ ସଂଶୋଧନ ପାଇଁ ସଂସଦର ସ୍ବତନ୍ତ୍ର ଅଧିବେଶନ ହେବାକୁ ଯାଉଛି । ଏପ୍ରିଲ୍ ୧୬ରୁ ୧୮ ପର୍ଯ୍ୟନ୍ତ ସଂସଦର ଏହି ସ୍ୱତନ୍ତ୍ର ତିନି ଦିନିଆ ଅଧିବେଶନ ଡକାଯାଇଛି । ଦଳମତ ନିର୍ବିଶେଷରେ ସମସ୍ତ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ଭାରତର ନାରୀ ଶକ୍ତିକୁ ସଶକ୍ତ କରିବା ପାଇଁ ଏହି ବିଲ୍କୁ ସମର୍ଥନ ଜଣାଇବାକୁ ଅପିଲ୍ କରିଛନ୍ତି ।
ଏଥିସହ ପଢ଼ନ୍ତୁ: TMC ସରକାର ବିରୋଧରେ ରଣହୁଙ୍କାର, ବଙ୍ଗଳାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ '୬ ଗ୍ୟାରେଣ୍ଟି'
ପୂର୍ବରୁ ୨୦୨୩ରେ ସମ୍ବିଧାନ ସଂଶୋଧନ ଜରିଆରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନର ନିୟମ ଅନୁଯାୟୀ, ୨୦୨୭ ଜନଗଣନା ଓ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପରେ ହିଁ ଏହା ଲାଗୁ ହୋଇପାରିଥାନ୍ତା ।
କିନ୍ତୁ ଏବେ ସରକାର ଏଥିରେ ସଂଶୋଧନ କରି ୨୦୨୯ ନିର୍ବାଚନରୁ ହିଁ ଏହାକୁ ଲାଗୁ କରିବାକୁ ପ୍ରସ୍ତୁତି କରୁଛନ୍ତି । ଫଳରେ ୨୦୧୧ ଜନଗଣନା ଆଧାରରେ ନିର୍ବାଚନ ମଣ୍ଡଳୀ ପୁନଃନିର୍ଦ୍ଧାରଣ କରାଯାଇପାରେ । ଏହାଦ୍ୱାରା ୨୦୨୯ ନିର୍ବାଚନ ପୂର୍ବରୁ ମହିଳାମାନେ ସଂସଦରେ ସେମାନଙ୍କର ଉଚିତ୍ ପ୍ରତିନିଧିତ୍ୱ ପାଇପାରିବେ ।
Related Topics
Explore more stories