Homes On Moon / ଚନ୍ଦ୍ରରେ ତିଆରି ହେବ ଘର ,ଇସ୍ରୋକୁ ସାମିଲ ହେବାକୁ ନାସାର ଆମନ୍ତ୍ରଣ
·2 weeks ago·2 min read

Key Points
ଚନ୍ଦ୍ରରେ ତିଆରି ହେବ ଘର
ଆର୍ଟେମିସ ଅଧିନରେ ଚନ୍ଦ୍ରରେ ଘର କରିବ ଆମେରିକା
ଇସ୍ରୋକୁ ସାମିଲ ହେବାକୁ ନାସାର ଆମନ୍ତ୍ରଣ

ବେଙ୍ଗାଲୁରୁ: ଚନ୍ଦ୍ରରେ ଦୀର୍ଘକାଳୀନ ମାନବ ଉପସ୍ଥିତି ସ୍ଥାପନ ପାଇଁ ଆମେରିକା ଚଳାଉଥିବାା ମହତ୍ତ୍ୱାକାଂକ୍ଷୀ ‘ଆର୍ଟେମିସ୍ କାର୍ଯ୍ୟକ୍ରମ’ରେ ଭାରତକୁ ଏକ ବଡ଼ ଭୂମିକା ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଛି ନାସା। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ନିଜର ‘ମୁନ୍ ବେସ୍’ (Moon Base) କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆମେରିକୀୟ ମହାକାଶ ସଂସ୍ଥା ପକ୍ଷରୁ ଆନୁଷ୍ଠାନିକ ଭାବେ ଆମନ୍ତ୍ରଣ କରାଯାଇଛି।
ବେଙ୍ଗାଲୁରୁ ବୈଠକରେ ନିଷ୍ପତ୍ତି
ଅଗଷ୍ଟ ୫ ଓ ୬ ତାରିଖରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଅନୁଷ୍ଠିତ ଭାରତ-ଆମେରିକା ସିଭିଲ୍ ସ୍ପେସ୍ ଜଏଣ୍ଟ୍ ୱାକିଂ ଗ୍ରୁପ୍ର ନବମ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ଆମନ୍ତ୍ରଣ ଦିଆଯାଇଛି। ଭାରତରେ ଥିବା ଆମେରିକୀୟ ଦୂତାବାସ ପକ୍ଷରୁ ମଙ୍ଗଳବାର ଏହି ସୂଚନା ପ୍ରଦାନ କରାଯାଇଛି। ବୈଠକରେ ମାନବ ମହାକାଶଯାତ୍ରା, ମହାକାଶ ବିଜ୍ଞାନ, ଚନ୍ଦ୍ର ଅନୁସନ୍ଧାନ ଏବଂ ବାଣିଜ୍ୟିକ ମହାକାଶ କାର୍ଯ୍ୟକ୍ରମରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ମଜବୁତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ‘ଆର୍ଟେମିସ୍ ଆକର୍ଡସ୍’ ଅଧୀନରେ ମୁକ୍ତ ବୈଜ୍ଞାନିକ ତଥ୍ୟ ଆଦାନପ୍ରଦାନ କ୍ଷେତ୍ରରେ ମଧ୍ୟ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି।
କ’ଣ ରହିଛି ନାସାର ‘ମୁନ୍ ବେସ୍’ ଯୋଜନା?
ଦକ୍ଷିଣ ମେରୁ ଚୟନ: ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଜଳବରଫ ମିଳିବାର ସମ୍ଭାବନା ରହିଥିବାରୁ, ଏହି ଅଞ୍ଚଳକୁ ‘ମୁନ୍ ବେସ୍’ ପାଇଁ ମୁଖ୍ୟ କେନ୍ଦ୍ର ଭାବେ ବଛାଯାଇଛି।
ପର୍ଯ୍ୟାୟକ୍ରମେ ବିକାଶ: ପ୍ରଥମେ ରୋବୋଟିକ୍ ମିସନ ମାଧ୍ୟମରେ ଚନ୍ଦ୍ର ପରିବେଶ ଓ ନୂତନ ପ୍ରଯୁକ୍ତିର ପରୀକ୍ଷା କରାଯିବ। ପରେ ମନୁଷ୍ୟର ବାସୋପଯୋଗୀ ବ୍ୟବସ୍ଥା ଗଢ଼ାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଙ୍ଗଳ ଗ୍ରହ ଅଭିଯାନର ପ୍ରସ୍ତୁତି: ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ କେବଳ ଚନ୍ଦ୍ରରେ ମଣିଷ ପହଞ୍ଚାଇବା ନୁହେଁ, ବରଂ ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ମାନବ ମିସନ ପଠାଇବା ପାଇଁ ଭିତ୍ତିପ୍ରସ୍ତୁତି କରିବା।
ଗେଟ୍ୱେ ମହାକାଶ କେନ୍ଦ୍ର: ଚନ୍ଦ୍ର କକ୍ଷପଥରେ ଏକ କ୍ଷୁଦ୍ର ମହାକାଶ କେନ୍ଦ୍ର କିମ୍ବା ‘ଗେଟ୍ୱେ’ ନିର୍ମାଣ କରାଯାଉଛି, ଯାହା ଗଭୀର ମହାକାଶ ଅଭିଯାନ ପାଇଁ ସହାୟକ ହେବ।
ପଢନ୍ତୁ ଏହି ଖବର: ଟ୍ରକ୍ରେ ଲୁଚିକି ଯାଇ ପ୍ଲେନ୍ ବଦଳାଇଲେ ଟ୍ରମ୍ପ; ତୁର୍କୀରୁ ଗଲେ ଆମେରିକା
ଭାରତ-ଆମେରିକା ମହାକାଶ ଭାଗୀଦାରି
ଭାରତ ଜୁନ୍ ୨୦୨୩ରେ ‘ଆର୍ଟେମିସ୍ ଆକର୍ଡସ୍’ରେ ସ୍ବାକ୍ଷର କରିବା ପରେ ଦୁଇ ଦେଶ ମଧ୍ୟରେ ମହାକାଶ ସହଯୋଗ ନୂତନ ଦିଗନ୍ତ ଛୁଇଁଛି। ଇସ୍ରୋ ଓ ନାସାର ମିଳିତ ସହଯୋଗରେ ନିର୍ମିତ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ‘ନିସାର୍’ (NISAR) ର ସଫଳ ଉତ୍କ୍ଷେପଣ ଏହାର ଏକ ଜ୍ୱଳନ୍ତ ଉଦାହରଣ।
ବର୍ତ୍ତମାନ ‘ମୁନ୍ ବେସ୍’ କାର୍ଯ୍ୟକ୍ରମରେ ଇସ୍ରୋର ସମ୍ଭାବ୍ୟ ଭାଗୀଦାରି ବିଶ୍ୱ ମହାକାଶ ମଞ୍ଚରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରିବ ଏବଂ ଚନ୍ଦ୍ର ଅନୁସନ୍ଧାନରେ ଭାରତ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବ।

Related Topics
Explore more stories