Swift Telescope Return / ୨୨ ବର୍ଷର ମହାକାଶ ଯାତ୍ରାରେ ପୂର୍ଣ୍ଣଚ୍ଛେଦ, ପୃଥିବୀକୁ ଫେରିଲା ନାସାର ସ୍ୱିଫ୍ଟ ଟେଲିସ୍କୋପ୍
·28 mins ago·1 min read

Key Points
ଦୀର୍ଘ ୨୨ ବର୍ଷର ମହାକାଶ ଯାତ୍ରାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ
ପୃଥିବୀକୁ ଫେରିଛି ନାସାର ସ୍ୱିଫ୍ଟ ସ୍ପେସ୍ ଟେଲିସ୍କୋପ୍
ସନ୍ଧ୍ୟା ପ୍ରାୟ ୫ଟା ୯ ମିନିଟ୍ରେ ସୁମାତ୍ରା ଉପରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା
ପୃଥିବୀକୁ ଫେରିଛି ନାସାର ସ୍ୱିଫ୍ଟ ସ୍ପେସ୍ ଟେଲିସ୍କୋପ୍
ସନ୍ଧ୍ୟା ପ୍ରାୟ ୫ଟା ୯ ମିନିଟ୍ରେ ସୁମାତ୍ରା ଉପରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା
ଭୂବନେଶ୍ବର,୦୫/୧୧: ଦୀର୍ଘ ୨୨ ବର୍ଷର ମହାକାଶ ଯାତ୍ରାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ପୃଥିବୀକୁ ଫେରିଛି ନାସାର ସ୍ୱିଫ୍ଟ ସ୍ପେସ୍ ଟେଲିସ୍କୋପ୍। ୪ ନଭେମ୍ବର ୨୦୨୬ରେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ପ୍ରାୟ ୫ଟା ୯ ମିନିଟ୍ରେ ଏହା ଉତ୍ତର ସୁମାତ୍ରା ଉପରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା। ଏହା ସହ ଶେଷ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ।
ପ୍ରାୟ ୧,୪୫୦ କିଲୋଗ୍ରାମ ଓଜନର ଏହି ମିନିବସ୍ ଆକାରର ଅବଜରଭେଟୋରୀ ୨୦୦୪ ନଭେମ୍ବରରେ ମହାକାଶକୁ ପଠାଯାଇଥିଲା। ଏହାର ମୂଳ ମିଶନ ଅବଧି ମାତ୍ର ଦୁଇ ବର୍ଷ ରହିଥିଲା। କିନ୍ତୁ ନିଜର କାର୍ଯ୍ୟଦକ୍ଷତା ବଳରେ ଏହା ପ୍ରାୟ ୨୨ ବର୍ଷ ଧରି ମହାକାଶରେ ସକ୍ରିୟ ରହିଥିଲା।
ବ୍ରହ୍ମାଣ୍ଡର ସବୁଠାରୁ ଶକ୍ତିଶାଳୀ ବିସ୍ଫୋରଣ ଭାବେ ପରିଚିତ ଗାମା-ରେ ବିସ୍ଫୋରଣ (Gamma-ray Bursts) ଉପରେ ଗବେଷଣା କରିବା ଥିଲା ଏହି ଟେଲିସ୍କୋପ୍ର ମୁଖ୍ୟ ଉଦ୍ଦେଶ୍ୟ। ଏହା ଏଭଳି ବିସ୍ଫୋରଣକୁ ଚିହ୍ନଟ କରିବା ସହ ବୈଜ୍ଞାନିକଙ୍କୁ ବ୍ରହ୍ମାଣ୍ଡର ଅନେକ ରହସ୍ୟ ବୁଝିବାରେ ସହାୟତା କରିଥିଲା।
ପଢନ୍ତୁ ଏହି ଖବର: ଭୂବନେଶ୍ବର ସମେତ କେତେକ ଅଞ୍ଚଳରେ ଖସିପାରେ ନାସା ଟେଲିସ୍କୋପ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହାର କାର୍ଯ୍ୟକାଳ ଶେଷ ହେବା ପରେ ଟେଲିସ୍କୋପ୍କୁ ଉଦ୍ଧାର କରିବା ପାଇଁ ହୋଇଥିବା ପ୍ରୟାସ ବିଫଳ ହୋଇଥିଲା। ଫଳରେ ଏହାର ଅନିୟନ୍ତ୍ରିତ ପତନ ନିଶ୍ଚିତ ହୋଇଥିଲା। ନାସାର ଆକଳନ ଅନୁସାରେ, ବାୟୁମଣ୍ଡଳରେ ପ୍ରବେଶ ସମୟରେ ଏହାର ଅଧିକାଂଶ ଅଂଶ ଜଳି ପାଉଁଶ ହୋଇଯାଇଛି। ଏହାର ଭଗ୍ନାବଶେଷ ଯୋଗୁଁ କାହାର କ୍ଷତି ହେବାର ସମ୍ଭାବନା ୨,୧୦୦ରେ ମାତ୍ର ୧ ବୋଲି ଆକଳନ କରାଯାଇଥିଲା। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବ୍ରହ୍ମାଣ୍ଡର ରହସ୍ୟ ଖୋଜିଥିବା ଏହି ମହାକାଶ ଦୂରବୀକ୍ଷଣ ଯନ୍ତ୍ରର ଯାତ୍ରା ଏବେ ଶେଷ ହୋଇଛି।
Related Topics
Explore more stories