Accident / ଘରକୁ ଫେରିବା ରାସ୍ତାରେ ମୃତ୍ୟୁର କୂଅକୁ ଖସିଲା କାର୍; ଆଖି ବୁଜିଲା ପୁରା ପରିବାର
·1 hour ago·2 min read

Key Points
ବାଟରେ ଛକି ବସିଥିଲା ଯମ । ମୃତ୍ୟୁର କୂଅକୁ କାର୍ ଖସିଲା । ଆଉ ସେଇଠି ଗୋଟିଏ ପରିବାର ସଫା ହୋଇଗଲା । ଆଖି ବୁଜିଲେ ୯ ଜଣ ।
ମୁମ୍ବାଇ: ରାତି ବଢ଼ୁଥିଲା, ରାତି ସହ ବଢ଼ୁଥିଲା ଗାଡ଼ିର ଗତି । ଘରେ କେତେ ଶୀଘ୍ର ପହଞ୍ଚିବେ ସେ ନେଇ ସମସ୍ତେ ଉତ୍ସାହିତ ଥିଲେ । ହେଲେ ବାଟରେ ଛକି ବସିଥିଲା ଯମ । ମୃତ୍ୟୁର କୂଅକୁ କାର୍ ଖସିଲା । ଆଉ ସେଇଠି ଗୋଟିଏ ପରିବାର ସଫା ହୋଇଗଲା । କାର୍ କୂଅକୁ ଖସିବାରୁ ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ ହୋଇଛି ।
ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ମହାରାଷ୍ଟ୍ରର ନାସିକରେ । ଏହି ଦୁଃଖଦ ଦୁର୍ଘଟଣାରେ ଗୋଟିଏ ପରିବାରର ୯ ଜଣ ଆଖି ବୁଜିଛନ୍ତି । ମୃତକଙ୍କ ମଧ୍ୟରେ ୬ ଜଣ ନାବାଳକ ଅଛନ୍ତି । ବିଳମ୍ବିତ ରାତିରେ ନାସିକ ରାସ୍ତା କଡ଼ରେ ଥିବା କୂଅକୁ ଖସି ପଡ଼ିଥିଲା ମାରୁତି XL6 କାର୍ଟି ।
ଏଥିସହ ପଢ଼ନ୍ତୁ: NH-୧୬ରେ ଓଲଟିଲା ଏସିଡ୍ ଭର୍ତ୍ତି ଟ୍ୟାଙ୍କର୍; ନିଶ୍ଵାସ ନେବା କଷ୍ଟ, ଯାନବାହନ ଚଳାଚଳ ବନ୍ଦ
ଡିଣ୍ଡୋରି ସହରର ଶିବାଜୀ ନଗର ଅଞ୍ଚଳରେ ରାତି ପ୍ରାୟ ସାଢ଼େ ୧୧ଟାରେ କାର୍ଟି କୂଅକୁ ଖସି ପଡ଼ିଥିଲା । ସୂଚନା ଅନୁସାରେ, ପରିବାର ଏକ ବାର୍ଷିକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଧ୍ୟପ୍ରଦେଶର ଇନ୍ଦୋର ଫେରୁଥିଲେ । କାର୍ଟି କୂଅକୁ ଖସିବା ପରେ ପ୍ରାୟ ୨ଟି କ୍ରେନ୍ ଜରିଆରେ କାର୍ ଓ ସେଥିରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।
ନିୟନ୍ତ୍ରଣ ହରାଇଲେ ଡ୍ରାଇଭର୍
ବାର୍ଷିକ ଉତ୍ସବରେ ଯୋଗ ଦେଇ ଇନ୍ଦୋରର ସୁନୀଲ ଦତ୍ତାତ୍ରେୟ ଦରଗୋଡ଼େଙ୍କ ପରିବାର ଛୁଆଙ୍କ ସହ ଫେରୁଥିଲେ । ରାସ୍ତାରେ ଡ୍ରାଇଭର୍ କାର୍ ଉପରୁ ନିଜ ନିୟନ୍ତ୍ରଣ ହରାଇଥିଲେ । କାର ଯାଇ ସିଧା ରାସ୍ତା କଡ଼ରେ ଥିବା କୂଅକୁ ଖସି ପଡ଼ିଥିଲା ।
ଦୁର୍ଘଟଣା ଖବର ମିଳିବା ମାତ୍ରେ ପୋଲିସ, ପ୍ରଶାସନ, ଅଗ୍ନିଶମ ବାହିନୀ ଓ ଅନ୍ୟ ଉଦ୍ଧାରକାରୀ ଏଜେନ୍ସି ପହଞ୍ଚିଥିଲେ । ତତ୍କ୍ଷଣାତ୍ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । କୂଅରେ ପାଣି ଥିବାରୁ ଉଦ୍ଧାର ବାଧାପ୍ରାପ୍ତ ହୋଇଥିଲା । ବିଳମ୍ବିତ ରାତିରେ ୨ଟି କ୍ରେନ୍ ଆସିବା ପରେ କାର୍ଟିକୁ ବାହାରକୁ ଅଣା ଯାଇଥିଲା ।
ଏଥିସହ ପଢ଼ନ୍ତୁ: କ୍ରିମିଆ ପାହାଡ଼ରେ ଧକ୍କା ହେଲା ମିଲିଟାରୀ ବିମାନ: ୨୯ ମୃତ
କୂଅରେ ଖସିଥିବା କାର୍ରୁ ୯ ଜଣଙ୍କ ମୃତଦେହ ମିଳିଛି । କାର୍ରୁ ବାହାରି କୂଅରେ ବୁଡ଼ି ଯାଇଥିବା ଝିଅକୁ ଖୋଜିବାକୁ ସ୍ପେଶାଲ୍ ଅପରେସନ୍ କରାଯାଇଥିଲା । ମୃତକ ହେଲେ ସୁନୀଲ ଦତ୍ତାତ୍ରେୟ, ତାଙ୍କ ପତ୍ନୀ ରେଶମା, ଝିଅ ରାକ୍ଷୀ, ଭାଣିଜୀ ମାଧୁରୀ, ଶ୍ରବଣୀ, ଆଶା, ଅନୀଲ, ଶ୍ରେୟସ, ସୃଷ୍ଟି, ରାଜେଶ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories