Accident / NH-୧୬ରେ ଓଲଟିଲା ଏସିଡ୍ ଭର୍ତ୍ତି ଟ୍ୟାଙ୍କର୍; ନିଶ୍ଵାସ ନେବା କଷ୍ଟ, ଯାନବାହନ ଚଳାଚଳ ବନ୍ଦ
·23 hours ago·2 min read

Key Points
- ଗଞ୍ଜାମ ବଡ଼ ଘାଟି ଉପରେ ଓଲଟିଲା ଏସିଡ୍ ଭର୍ତ୍ତି ଟ୍ୟାଙ୍କର୍
- ଖଲ୍ଲିକୋଟ ଥାନା NH-୧୬ ହରିଡ଼ାମୂଳ ବଡ଼ ଘାଟିରେ ଓଲଟିଲା
- ବିଜୟନଗରମ୍ରୁ ୨୫ ଟନ୍ ଏସିଡ୍ ନେଇ ଅନୁଗୋଳ ଆସୁଥିଲା
- ଏସିଡ୍ ଟ୍ୟାଙ୍କର୍ ଓଲଟିବା ପରେ ଯାନବାହନ ଚଳାଚଳ ବନ୍ଦ
ଛତ୍ରପୁର (ଗଞ୍ଜାମ): ଘାଟିରେ ବଡ଼ ଅଘଟଣ । ଓଲଟି ପଡ଼ିଲା ଏସିଡ୍ ଭର୍ତ୍ତି ଟ୍ୟାଙ୍କର୍ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଏସିଡ୍ ଭର୍ତ୍ତି ଟ୍ୟାଙ୍କରଟି ଅନୁଗୋଳ ଆଡ଼କୁ ଆସୁଥିବା ବେଳେ ହରିଡ଼ାମୂଳ ବଡ଼ ଘାଟି ଓଲଟି ପଡ଼ିଛି ।
ସୂଚନା ଅନୁସାରେ, ଏସିଡ୍ ଟ୍ୟାଙ୍କର୍ଟି ଆନ୍ଧ୍ର ପ୍ରଦେଶ ବିଜୟନଗରମ୍ରୁ ଏସିଡ୍ ନେଇ ଅନୁଗୋଳ ଆସୁଥିବା ବେଳେ ଓଲଟି ପଡ଼ିଛି । ଉକ୍ତ ଟ୍ୟାଙ୍କର୍ରେ ୨୫ ଟନ୍ ଏସିଡ୍ ଥିଲା । ଟ୍ୟାଙ୍କର୍ ଓଲଟିବା ପରେ ଜାତୀୟ ରାଜପଥ ୧୬ ଦେଇ ବ୍ରହ୍ମପୁରରୁ ଭୁବନେଶ୍ଵର ଯାତାୟତ ବାଧାପ୍ରାପ୍ତ ହୋଇଛି ।
ଏଥିସହ ପଢ଼ନ୍ତୁ: ହୁ ହୁ ହୋଇ ଜଳିଲା ୩ଟି ଦୁଇଚକିଆ ସହ ଗୋଟିଏ କାର୍: ସେପଟେ ଜଳୁଛି ମଞ୍ଚେଶ୍ବର
ଏସିଡ୍ ଟ୍ୟାଙ୍କର୍ ଓଲଟିବା ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟ୍ୟାଙ୍କର୍ ଓଲଟିବା ପରେ ଏସିଡ୍ ନିର୍ଗତ ହେଉଥିବାରୁ ରାସ୍ତାରେ ବାଲି ପକାଇ ଦିଆଯାଇଛି । ରାସ୍ତାରେ ପାଣି ପକାଇ ଏସିଡ୍ ସଫା କରାଯାଉଛି ।
ରାସ୍ତାରେ ଏସିଡ୍ ଭାସୁଥିବାରୁ ନିଶ୍ଵାସ ନେବାରେ କଷ୍ଟ ଅନୁଭବ ହେଉଥିବା ଲୋକେ କହିଛନ୍ତି । ତେବେ ଏସିଡ୍ ଟ୍ୟାଙ୍କର୍ ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଅଗ୍ନିଶମ ବାହିନୀ ସେଠାରେ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରୁଛି ।
ଏଥିସହ ପଢ଼ନ୍ତୁ: ଛାତିଥରା ଦୁର୍ଘଟଣା : ରାସ୍ତାକଡ଼କୁ ଓଲଟିଲା ଟୁରିଷ୍ଟ ବସ୍, ୫ ମୃତ ୪୫ରୁ ଉର୍ଦ୍ଧ୍ଵ ଆହତ
ତେବେ ଏସିଡ୍ ଟ୍ୟାଙ୍କର୍ କେଉଁ ସ୍ଥିତିରେ ଓଲଟି ପଡ଼ିଲା ତାହା ସ୍ପଷ୍ଟ ହୋଇ ନାହିଁ । ଟର୍ଣ୍ଣିଂରେ ଓଲଟିଥିବାରୁ ଟ୍ୟାଙ୍କର୍ର ଗତି ଅଧିକ ଥିବା ଆଶଙ୍କା କରାଯାଉଛି । ତେବେ ଘାଟି ଉପରେ ଏସିଡ୍ ଟ୍ଯାଙ୍କର୍ଟି ଓଲଟି ପଡ଼ିଥିବାରୁ ଲୋକଙ୍କ ପ୍ରତି ସେତେଟା ବିପଦ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories