Earthquake Tremors / ନାସିକରେ ଭୂମିକମ୍ପ ଝଟକା: ସକାଳୁ ୩.୪ ତୀବ୍ରତାରେ ଥରିଲା ମହାରାଷ୍ଟ୍ର
·2 weeks ago·3 min read

Key Points
ଶୁକ୍ରବାର ସକାଳେ ମହାରାଷ୍ଟ୍ରର ନାସିକରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି
ଶୁକ୍ରବାର ସକାଳେ ମହାରାଷ୍ଟ୍ରର ନାସିକରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିପୋର୍ଟ ଅନୁଯାୟୀ ଭୂମିକମ୍ପର ତୀବ୍ରତା ୩.୪ ବୋଲି ରେକର୍ଡ କରାଯାଇଛି। ଯାହା ସକାଳ ପ୍ରାୟ ୫ଟା ୩୨ ସମୟରେ ହୋଇଥିଲା। ଏହା ପୂର୍ବରୁ ସୋମବାର ରାତିରେ ମହାରାଷ୍ଟ୍ରର ପାଲଘରରେ ଗୋଟିଏ ଘଣ୍ଟା ମଧ୍ୟରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା। ଉଭୟ ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୩.୪ ଥିଲା। ତେବେ ଏହି ଭୂ-କମ୍ପରେ ସେମିତି କୌଣସି କ୍ଷୟକ୍ଷତି ହୋଇନି। ଖାଲି ନାସିକ ନୁହେଁ ହିମାଚଳପ୍ରଦେଶ ଏବଂ ଆଫଗାନିସ୍ତାନରେ ମଧ୍ୟ ଏହି ଭୂ-କମ୍ପ ଝଟକା ଅନୁଭୂତ ହୋଇଛି।
ପ୍ରଥମ ଭୂମିକମ୍ପ ମହାରାଷ୍ଟ୍ରର ପାଲଘରରେ ରାତି ୧୦:୦୪ ସମୟରେ ଅନୁଭୂତ ହୋଇଥିଲା। ପ୍ରାୟ ୫୬ ମିନିଟ୍ ପରେ ସକାଳ ୧୧ ଟାରେ ଆଉ ଏକ ଭୂମିକମ୍ପ ହୋଇଥିଲା। ଉଭୟର ତୀବ୍ରତା ୩.୪ ଥିଲା।
ଏହାସହ ପଢ଼ନ୍ତୁ: ସବୁ ପାଇଲଟଙ୍କ ଡୋପ ଟେଷ୍ଟ କରିବାକୁ ବାଧ୍ୟତାମୂଳକ କଲା ଏୟାର ଇଣ୍ଡିଆ
ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ମାପ କରାଯାଏ। ୭.୦ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ଭୂମିକମ୍ପକୁ ବିପଦପୂର୍ଣ୍ଣ ଭାବରେ ନିଆଯାଏ। ୨.୦ କିମ୍ବା ତା’ଠାରୁ କମ୍ ତୀବ୍ରତାର ଭୂମିକମ୍ପକୁ ଛୋଟ ଭୂମିକମ୍ପ ଭାବରେ ବିବେଚନା କରାଯାଏ, ଯାହାକୁ ଅଧିକାଂଶ ଲୋକ ଅନୁଭବ ମଧ୍ୟ କରିପାରିବେ ନାହିଁ। ଅନ୍ୟପକ୍ଷରେ ୪.୫ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ଭୂମିକମ୍ପ କୋଠା ଏବଂ ଘରଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ। ଅନ୍ୟପକ୍ଷରେ ଗୁରୁବାର ସକାଳେ ଲଦାଖର ଲେହରେ ମଧ୍ୟ ପ୍ରବଳ ଜୋରସେ ଭୂ-କମ୍ପ ଝଟକା ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ୬ଟା୫ରେ ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହିମାଚଳ ଚମ୍ବାରେ ମଧ୍ୟ ଭୂ-କମ୍ପର ଝଟକା ଅନୁଭୂତ ହୋଇଛି। ହିମାଚଳପ୍ରଦେଶର ଚମ୍ବାରେ ୬ଟା ୩୬ ମିନିଟ ୨୮ ସେକେଣ୍ଡରେ ୩.୦ ତୀବ୍ରତାର ଭୂ-କମ୍ପ ଅନୁଭୂତ ହୋଇଥିଲା। ଏହାର ଗଭୀର ଭୂ-ପୃଷ୍ଠ ମଧ୍ୟରେ ୫ କିମି ପର୍ଯ୍ୟନ୍ତ ବ୍ୟାପିଥିଲା। ଚମ୍ବା ଭୂମିକମ୍ପର ସ୍ଥାନ ୩୩.୧୩୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୬.୫୮୫ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।
ଶୁକ୍ରବାର ସକାଳେ ଆଫଗାନିସ୍ତାନରେ ଦୁଇଟି ଭୂମିକମ୍ପ ରେକର୍ଡ କରାଯାଇଛି। ପ୍ରଥମ ଭୂମିକମ୍ପ ସକାଳ ୪ଟା ୨୯ ରେ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୦ ଥିଲା। ଏହାର ଗଭୀରତା ୧୪୭ କିଲୋମିଟର ରେକର୍ଡ କରାଯାଇଥିଲା। ପ୍ରାୟ ୧୨ ମିନିଟ୍ ପରେ, ସକାଳ ୪ଟା ୪୧ ରେ, ଦ୍ୱିତୀୟ ଭୂମିକମ୍ପ ହୋଇଥିଲା। ଏହାର ତୀବ୍ରତା ୪.୪ ଏବଂ ଏହାର ଗଭୀରତା ୧୩୬ କିଲୋମିଟର ରେକର୍ଡ କରାଯାଇଥିଲା। ଉପଲବ୍ଧ ତଥ୍ୟ ଆଫଗାନିସ୍ତାନରେ ଏହି ଦୁଇଟି ଭୂମିକମ୍ପ ଦ୍ୱାରା ହୋଇଥିବା କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ପ୍ରଦାନ କରେ ନାହିଁ।
ଭୂମିକମ୍ପ କିପରି ହୁଏ?
ପୃଥିବୀ ଭିତରେ ସାତୋଟି ପ୍ଲେଟ୍ ଅଛି ଯାହା ନିରନ୍ତର ଗତିଶୀଳ। ଏହି ପ୍ଲେଟ୍ଗୁଡ଼ିକ ଯେଉଁଠାରେ ବାରମ୍ବାର ଧକ୍କା ପାଆନ୍ତି, ସେହି ସ୍ଥାନଗୁଡ଼ିକୁ ଫଲ୍ଟ ଜୋନ୍ କୁହାଯାଏ। ବାରମ୍ବାର ଧକ୍କା ହେବା ଫଳରେ ପ୍ଲେଟ୍ଗୁଡ଼ିକର କୋଣ ବଙ୍କା ହୋଇଯାଏ। ଚାପ ବଢ଼ିଗଲେ, ପ୍ଲେଟ୍ଗୁଡ଼ିକ ଭାଙ୍ଗିବାକୁ ଆରମ୍ଭ କରେ। ଏହି ପ୍ଲେଟ୍ଗୁଡ଼ିକ ଭାଙ୍ଗିବା ସହିତ, ସେମାନଙ୍କ ଭିତରେ ଥିବା ଶକ୍ତି ବାହାରକୁ ବାହାରିବାର ରାସ୍ତା ଖୋଜେ। ଯାହାଫଳରେ ଏହି ବିଭ୍ରାଟ ଭୂମିକମ୍ପ ସୃଷ୍ଟି କରେ।
ଭୂମିକମ୍ପ ବେଳେ ଯଦି ଘର ଭିତରେ ଥାଆନ୍ତି, କ’ଣ କରିବେ?
ଭୂମିକମ୍ପ ଏକ ଅଚାନକ ପ୍ରାକୃତିକ ବିପର୍ଯ୍ୟୟ। ଏହା କେତେବେଳେ ଆସିବ ତାହା ପୂର୍ବାନୁମାନ କରିବା କଷ୍ଟକର। ଭୂମିକମ୍ପ ସମୟରେ ଘର ଭିତରେ ଥିଲେ ଭୟଭୀତ ନହୋଇ ସଠିକ୍ ପଦକ୍ଷେପ ନେବା ଦ୍ୱାରା ଆହତ ହେବାର ଆଶଙ୍କା କମାଇପାରିବେ।
୧. ତୁରନ୍ତ ତଳେ ବସନ୍ତୁ, ମୁଣ୍ଡ ଢାଙ୍କନ୍ତୁ
- ଆଫଗାନିସ୍ତାନରେ ଭୂମି କେତେଥର ଥରିଛି?

ଭୂମିକମ୍ପ ଅନୁଭବ ହେବାମାତ୍ରେ ଦୌଡ଼ି ବାହାରକୁ ଯିବା ପରିବର୍ତ୍ତେ ତଳେ ବସନ୍ତୁ। ମୁଣ୍ଡ ଓ ବେକକୁ ହାତରେ ଢାଙ୍କି ରଖନ୍ତୁ। ସମ୍ଭବ ହେଲେ ଏକ ମଜବୁତ ଟେବୁଲ୍ କିମ୍ବା ଡେସ୍କ ତଳେ ଆଶ୍ରୟ ନିଅନ୍ତୁ ଏବଂ ଏହାକୁ ଧରି ରଖନ୍ତୁ।
୨. ଝରକା ଓ କାଚଠାରୁ ଦୂରେଇ ରୁହନ୍ତୁ
ଭୂମିକମ୍ପ ସମୟରେ ଝରକା, କାଚ, ଆଇନା, ଆଲମାରି ଏବଂ ଭାରୀ ଜିନିଷ ପଡ଼ି ଆହତ କରିପାରେ। ତେଣୁ ଏସବୁଠାରୁ ଯଥାସମ୍ଭବ ଦୂରେ ରହନ୍ତୁ।
୩. ଘର ଭିତରେ ଥିଲେ ବାହାରକୁ ଦୌଡ଼ନ୍ତୁ ନାହିଁ
ଝଟକା ଚାଲିଥିବା ସମୟରେ ବାହାରକୁ ଦୌଡ଼ିବା ବିପଦଜନକ ହୋଇପାରେ। କାନ୍ଥ, କାଚ କିମ୍ବା ଅନ୍ୟ ଭଗ୍ନାବଶେଷ ଉପରୁ ପଡ଼ିପାରେ। ଝଟକା ଥମିବା ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନରେ ରୁହନ୍ତୁ।
୪. ଲିଫ୍ଟ ବ୍ୟବହାର କରନ୍ତୁ ନାହିଁ
ଭୂମିକମ୍ପ ସମୟରେ ଲିଫ୍ଟ ବନ୍ଦ ହୋଇଯିବା କିମ୍ବା ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେବାର ଆଶଙ୍କା ରହେ। ତେଣୁ ଲିଫ୍ଟରେ ଚଢ଼ନ୍ତୁ ନାହିଁ।
୫. ରୋଷେଇ ଘରେ ଥିଲେ ସତର୍କ ରୁହନ୍ତୁ
ଗ୍ୟାସ୍ ଚୁଲା ଜଳୁଥିଲେ ଏବଂ ସୁରକ୍ଷିତ ଭାବେ ପହଞ୍ଚିବା ସମ୍ଭବ ହେଲେ ଗ୍ୟାସ୍ ବନ୍ଦ କରନ୍ତୁ। କିନ୍ତୁ ଗ୍ୟାସ୍ ବନ୍ଦ କରିବା ପାଇଁ ଝଟକା ସମୟରେ ବିପଦପୂର୍ଣ୍ଣ ଭାବେ ଦୌଡ଼ନ୍ତୁ ନାହିଁ।
୬. ଝଟକା ଥମିବା ପରେ ସତର୍କତାର ସହ ବାହାରନ୍ତୁ
ଭୂମିକମ୍ପ ଥମିବା ପରେ ଘରର ଗଠନ, କାନ୍ଥ ଓ ସିଢ଼ିରେ କୌଣସି କ୍ଷତି ହୋଇଛି କି ଦେଖନ୍ତୁ। ସୁରକ୍ଷିତ ହେଲେ ସିଢ଼ି ବ୍ୟବହାର କରି ଖୋଲା ସ୍ଥାନକୁ ଯାଆନ୍ତୁ। ପରବର୍ତ୍ତୀ ଝଟକା ବା ଆଫ୍ଟରଶକ୍ ପାଇଁ ପ୍ରସ୍ତୁତ ରୁହନ୍ତୁ।
୭. ଗୁଜବ ନୁହେଁ, ସରକାରୀ ସୂଚନା ମାନନ୍ତୁ
ଭୂମିକମ୍ପ ପରେ ସୋସିଆଲ୍ ମିଡିଆରେ ବିଭିନ୍ନ ଗୁଜବ ଛଡ଼ିପାରେ। ତେଣୁ କେବଳ ସରକାରୀ ଓ ଅଧିକୃତ ସଂସ୍ଥାର ସୂଚନା ଉପରେ ଭରସା କରନ୍ତୁ।

Related Topics
Explore more stories