Videos
|
National

National Anthem Rules Revised / ଜାତୀୟ ସଂଗୀତକୁ ନେଇ ବଦଳିଲା ନିୟମ,ନିର୍ଦ୍ଦେଶାବଳୀ ଜାରି କଲା ଗୃହ ମନ୍ତ୍ରଣାଳୟ

Bikash Mohanty
Browse all articles by Bikash Mohanty
·2 weeks ago·2 min read
ଜାତୀୟ ସଂଗୀତକୁ ନେଇ ବଦଳିଲା ନିୟମ,ନିର୍ଦ୍ଦେଶାବଳୀ ଜାରି କଲା ଗୃହ ମନ୍ତ୍ରଣାଳୟ
National Anthem

Key Points

ପ୍ରଥମେ ବନ୍ଦେ ମାତରମ
ପରେ ଗାନ ହେବ ଜନ ଗଣ ମନ
ଜାତୀୟ ସଂଗୀତକୁ ନେଇ ବଦଳିଲା ନିୟମ
ନିର୍ଦ୍ଦେଶାବଳୀ ଜାରି କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶର ସମ୍ମାନର ପ୍ରତୀକ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ପକ୍ଷରୁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତ ଗାନ ତଥା ଏହାର ବାଦନ ସମ୍ବନ୍ଧୀୟ ନିୟମଗୁଡ଼ିକୁ ପୁନର୍ବାର ଦୋହରାଇବା ସହ, ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଆହ୍ୱାନ ଦିଆଯାଇଛି।

ଜୁଲାଇ ୯ ତାରିଖରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ପ୍ରଶାସକ ଏବଂ ବିଭିନ୍ନ କେନ୍ଦ୍ରୀୟ ବିଭାଗର ସଚିବମାନଙ୍କୁ ଏକ ସ୍ପେଶାଲ ଚିଠି ଲେଖାଯାଇଛି। ଏହି ଚିଠିରେ ପୂର୍ବରୁ ଜାରି ହୋଇଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ସାମିଲ କରାଯିବା ସହ କିଛି ନିର୍ଦ୍ଦିଷ୍ଟ ଦିଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

କେଉଁ ଅବସରରେ ବାଜିବ ଜାତୀୟ ସଙ୍ଗୀତ?

ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, କେଉଁ କେଉଁ ସରକାରୀ କିମ୍ବା ସାଧାରଣ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତ ଗାନ କରାଯିବ କିମ୍ବା ବଜାଯିବ, ତାର ଏକ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ ରହିଛି। ଏହାସହ କୌଣସି ବି ଶୁଭାରମ୍ଭ କିମ୍ବା ସମାପନ ଉତ୍ସବରେ ଏଗୁଡ଼ିକୁ କିଭଳି ବ୍ୟବହାର କରାଯିବ, ତାର ନିୟମ ମଧ୍ୟ ନିର୍ଦ୍ଦିଷ୍ଟ କରାଯାଇଛି।

ପଢନ୍ତୁ ଏହି ଖବର: 'ବନ୍ଦେ ମାତରମ୍' କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି; ଅପମାନ କଲେ ଯିବେ ଜେଲ୍!

କିଏ ପ୍ରଥମେ? ଜାତୀୟ ଗୀତ ନା ଜାତୀୟ ସଙ୍ଗୀତ?

କାର୍ଯ୍ୟକ୍ରମ ସମୟରେ ଅନେକ ସମୟରେ ସୃଷ୍ଟି ହେଉଥିବା ଦ୍ୱନ୍ଦ୍ୱକୁ ଦୂର କରିଛି ମନ୍ତ୍ରଣାଳୟ। ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ଯେତେବେଳେ ଜାତୀୟ ଗୀତ ଏବଂ ଜାତୀୟ ସଙ୍ଗୀତ ଉଭୟ ଏକାଠି ପରିବେଷଣ କରାଯିବ, ସେତେବେଳେ ପ୍ରଥମେ ଜାତୀୟ ଗୀତ ଗାନ କରାଯିବ କିମ୍ବା ବଜାଯିବ ଏବଂ ତା’ପରେ ଜାତୀୟ ସଙ୍ଗୀତ ଗାନ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟ ସଙ୍ଗୀତ ପାଇଁ କ’ଣ ରହିଛି ଗାଇଡଲାଇନ୍?

ଯେଉଁ ରାଜ୍ୟଗୁଡ଼ିକରେ ନିଜସ୍ୱ 'ରାଜ୍ୟ ସଙ୍ଗୀତ' (State Song) ରହିଛି, ସେଠାରେ ଜାତୀୟ ସଙ୍ଗୀତ ସହିତ ରାଜ୍ୟ ସଙ୍ଗୀତର ସମନ୍ୱୟ ରକ୍ଷା କରାଯିବ। ମନ୍ତ୍ରଣାଳୟ କହିଛି ଯେ, ଯଦି କୌଣସି ସ୍ଥାନରେ ରାଜ୍ୟ ଗୀତ, ଜାତୀୟ ଗୀତ ଏବଂ ଜାତୀୟ ସଙ୍ଗୀତ ଏକାଠି ପରିବେଷଣର ଆବଶ୍ୟକତା ପଡ଼େ, ତେବେ ସେଠାରେ ବି ନିୟମ ଅନୁସାରେ ପ୍ରଥମେ ଜାତୀୟ ଗୀତ ଏବଂ ପରେ ଜାତୀୟ ସଙ୍ଗୀତ ପରିବେଷଣ କରାଯିବ।

ସଠିକ୍ ଉଚ୍ଚାରଣ ଓ ଶବ୍ଦ ଉପରେ ଜୋର୍

ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତ ଗାଇବା ସମୟରେ ଏହାର ପବିତ୍ରତା ରକ୍ଷା କରିବା ସବୁଠାରୁ ଜରୁରୀ। ସେଥିପାଇଁ ଏହାର ସଠିକ୍ ଶବ୍ଦ, ସଠିକ୍ ପାଠ୍ୟ, ପ୍ରକୃତ ଭାଷା ଏବଂ ନିର୍ଭୁଲ ଉଚ୍ଚାରଣକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସାଧାରଣ ଜନତା ଏବଂ ପ୍ରତିଷ୍ଠାନଗୁଡ଼ିକର ସୁବିଧା ପାଇଁ ଏହାର ପ୍ରାମାଣିକ ପାଠ୍ୟ ଓ ସଠିକ୍ ଉଚ୍ଚାରଣର ଅଡିଓ/ଭିଡିଓ ଗୃହ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ କରାଯାଇଛି।

ସମସ୍ତ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟକୁ ନିଜ ନିଜ ଅଧୀନରେ ଥିବା ସଂଗଠନ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ତୁରନ୍ତ ଏହି ନିର୍ଦ୍ଦେଶ ଜାରି କରିବାକୁ କୁହାଯାଇଛି, ଯେପରି କୌଣସି ସ୍ଥାନରେ ନିୟମର ଉଲ୍ଲଂଘନ ନହୁଏ।

National Anthem Rules Revised: Home Ministry Releases Fresh Guidelines | Argus News