Vande Mataram 150 Years Anniversary / 'ବନ୍ଦେ ମାତରମ୍' କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି; ଅପମାନ କଲେ ଯିବେ ଜେଲ୍!
·1 hour ago·3 min read

Key Points
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପ୍ରଥମ କ୍ୟାବିନେଟ୍ ବୈଠକରେ ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" କୁ ଜାତୀୟ ସଙ୍ଗୀତ "ଜନ ଗଣ ମନ" ସହିତ ସମାନ ମାନ୍ୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି।
Modi Sarkar Big Decision on Vande Mataram: ପଶ୍ଚିମବଙ୍ଗ ବିଜୟ ପରେ ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପ୍ରଥମ କ୍ୟାବିନେଟ୍ ବୈଠକରେ "ବନ୍ଦେ ମାତରମ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଷ୍ଟ୍ରଗୀତକୁ, ଦେଶର ରାଷ୍ଟ୍ରଗାନ "ଜନ ଗଣ ମନ" ସହିତ ସମାନ ମର୍ଯ୍ୟାଦା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଜାତୀୟ ଗୌରବ ଅପମାନ ନିବାରଣ ଆଇନରେ ସଂଶୋଧନ ପାଇଁ ଆଗତ ହୋଇଥିବା ଏକ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ "ବନ୍ଦେ ମାତରମ୍" ଏବେ ଜାତୀୟ ସଙ୍ଗୀତ "ଜନ ଗଣ ମନ" ଭଳି ସମାନ ନିୟମ ଏବଂ ପ୍ରତିବନ୍ଧକ ଅଧିନରେ ରଖାଯିବ। ଯାହାର ଅର୍ଥ ହେଉଛି ରାଷ୍ଟ୍ରଗୀତକୁ ଅପମାନ କରିବା କିମ୍ବା ଏହାକୁ ଗାନ କରାଯିବା ସମୟରେ ବାଧା ସୃଷ୍ଟି କରିବା ଦଣ୍ଡନୀୟ ଅପରାଧ ଭାବେ ପରିଗଣିତ ହେବ। ବର୍ତ୍ତମାନ ଜାତୀୟ ପତାକା, ସମ୍ବିଧାନ ଏବଂ ଜାତୀୟ ସଙ୍ଗୀତକୁ ଅପମାନ କରିବା କାରଣରୁ ଉଭୟ ଜେଲ୍ ଏବଂ ଜରିମାନା ହୋଇପାରେ। ବର୍ତ୍ତମାନ ଏହି ଆଇନରେ ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" ଅନ୍ତର୍ଭୂକ୍ତ ହେବ।
ଆଇନରେ ହେବ ପରିବର୍ତ୍ତନ; ଜାତୀୟ ସଙ୍ଗୀତ ସହିତ କାର୍ଯ୍ୟକାରୀ କରାଯିବ ସମାନ ନିୟମ
ଏହି ସଂଶୋଧନ ଅନୁଯାୟୀ ଆଇନର ଧାରା-୩ ସଂଶୋଧିତ ହେବ। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବରେ ଜାତୀୟ ସଙ୍ଗୀତ ଗାନ କରାଯିବ ସମୟରେ ବାଧା ସୃଷ୍ଟି କରନ୍ତି କିମ୍ବା ଅନ୍ୟ କୌଣସି ବିଭ୍ରାଟ ସୃଷ୍ଟି କରିବା ଭଳି କାମ କରନ୍ତି, ତାହେଲେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ଜରିମାନା ଅଥବା ଉଭୟ ଦଣ୍ଡିରେ ଦଣ୍ଡିତ କରାଯାଇପାରେ। ଯଦି ଏହାର ପୁନରାବୃତ୍ତି ହୁଏ ତାହେଲେ ସର୍ବନିମ୍ନ ଆହୁରି ବର୍ଷେ ପାଇଁ ଦଣ୍ଡିତ ହେବାକୁ ପଡ଼ିପାରେ। ନ୍ୟାୟିକ ପ୍ରକ୍ରିୟା ବ୍ୟତୀତ ଏହି ନିଷ୍ପତ୍ତି ସେତେବେଳେ ନିଆଯାଇଛି ଯେତେବେଳେ ଦେଶ "ବନ୍ଦେ ମାତରମ୍" ୧୫୦ତମ ବର୍ଷପୂର୍ତ୍ତି ପାଳନ କରୁଛି। ଏହା ପୂର୍ବରୁ ଗତ ୨୦୦୫ ମସିହାରେ ଜାତୀୟ ପତାକାର ଅପମାନଜନକ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ଏକ ଆଇନଗତ ସଂଶୋଧନ ସଂଶୋଧନ କରାଯାଇଥିଲା।
ସଂସଦରେ ପୂର୍ବରୁ ଉଠିସାରିଛି ଦାବି
ଗତ ବର୍ଷ ଡିସେମ୍ବରରେ ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" ର ୧୫୦ତମ ବର୍ଷପୂର୍ତ୍ତି ପାଳନ ଅବସରରେ ସଂସଦରେ ଏକ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା। ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା ହେବା ସମୟରେ ଏହାକୁ ଜାତୀୟ ସଙ୍ଗୀତ ସହିତ ସମାନ ମାନ୍ୟତା ଦେବା ପାଇଁ ଦାବି ଉଠିଥିଲା। ଏନେଇ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ତୁଷ୍ଟିକରଣ ରାଜନୀତି ଯୋଗୁଁ ରାଷ୍ଟ୍ରଗୀତକୁ ଅଣଦେଖା କରାଯିବା ସହ ଏହାକୁ ସାମ୍ପ୍ରଦାୟିକତାର ରୂପ ଦିଆଯାଇଥିଲା। ଚଳିତ ବର୍ଷ ଜାନୁଆରୀରେ ଗୃହ ମନ୍ତ୍ରଣାଳୟ "ବନ୍ଦେ ମାତରମ" ଗାନ ଏବଂ ଏହାକୁ ଗାନ କରାଯିବା ସମୟରେ କିପରି ଆଚରଣ ପ୍ରଦର୍ଶନ କରାଯିବ ସେ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରିଥିଲା। ପ୍ରମୁଖ ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରଗୀତର ସମସ୍ତ ୬ ପଦ ଗାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ହୋଇଥିଲା "ବନ୍ଦେ ମାତରମ୍"
ଏହା ପରେ ବଜେଟ୍ ଅଧିବେଶନ ସମାପ୍ତି ହେବା ସମୟରେ ସଂସଦର ଉଭୟ ଗୃହରେ ରାଷ୍ଟ୍ରଗୀତର ସମସ୍ତ ୬ ପଦ ପାଠ କରାଯାଇଥିଲା। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ବିଜେପି ବଙ୍ଗୀୟ ପରିଚୟ ଏବଂ ଜାତୀୟତାର ପ୍ରତୀକ ଭାବରେ "ବନ୍ଦେ ମାତରମ୍" କୁ ଉପସ୍ଥାପିତ କରିଥିଲା। ରାଷ୍ଟ୍ରଗୀତର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ସମଗ୍ର ରାଜ୍ୟରେ ଏହାକୁ ସାମୂହିକ ଭାବରେ ଗାନ କରିବା ସହ ପଦଯାତ୍ରା ଆୟୋଜିତ କରିଥିଲା। ଏହା ବ୍ୟତୀତ ନିର୍ବାଚନ ପ୍ରଚାର ବେଳେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଐତିହ୍ୟ ସଂରକ୍ଷଣ ପ୍ରସଙ୍ଗକୁ ମଧ୍ୟ ଦଳ ଜୋରସୋରରେ ଉଠାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories