Rishabh Singh Sambyal / ରିଷଭ୍ ସିଂ ସମ୍ବ୍ୟାଲ; କାହିଁକି ଏତେ ଫେମସ, କଣ ତାଙ୍କର ପରିଚୟ, ଜାଣନ୍ତୁ...

Key Points
ଜମ୍ମୁ କାଶ୍ମୀରର ଡୋଗରା ରାଜପୁତ ସମ୍ପ୍ରଦାୟର ଅଟନ୍ତି ରିଷଭ୍ ସିଂ । ୨୦୨୧ରେ ହିଁ ସେ ବିଶେଷ ଭାବେ ନିଜର ଏକ ପରିଚୟ ପାଇଥିଲେ । ଯେତେବେଳେ ଗଣତନ୍ତ୍ର ଦିବସରେ ଜାଟ୍ ରେଜିମେଣ୍ଟର କ୍ୟାପେଟନ ଭାବେ ସେ ପ୍ୟାରେଡ୍ର ନେତୃତ୍ଵ ନେଇଥିଲେ ।
ରିଷଭ୍ ସିଂ ସମ୍ବ୍ୟାଲ । ଚାର୍ମିଂ ଲୁକ୍ ୱିଥ୍ ଡ୍ୟାସିଂ ପର୍ସନାଲିଟି । ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି । କେବେ ବର୍ଷାରେ ରାଷ୍ଟ୍ରପତିଙ୍କୁ ଛତା ଦେଖାଇ ନେଉଥିବା ବେଳେ, ତ କେତେବେଳେ ରାଷ୍ଟ୍ରପତିଙ୍କୁ ରୁମାଲ କାଢି ଦେଉଥିବା ବେଳେ । ତାଙ୍କର ଶାନ୍ତ ସ୍ଵଭାବ ବ୍ୟକ୍ତିତ୍ଵ, ପୁଣି ଆକର୍ଷଣୀୟ ଚେହେରା ପାଇଁ ଅନେକ ସମୟରେ ସୋସିଆଲ ମିଡିଆରେ କ୍ୟାମେରାର ଫୋକସ୍ ତାଙ୍କ ଉପରେ ଥାଏ ।
ପୁଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କର ସମ୍ପର୍କ ଯେମିତି ଗଣମାଧ୍ୟମରେ ଆମେ ଦେଖିଥାନ୍ତି, ତାହା ସମସ୍ତଙ୍କୁ ତାଙ୍କ ଆଡକୁ ବେଶ ଆକର୍ଷିତ କରେ । ତାଙ୍କର ଅନେକ ଫ୍ୟାନ ପେଜ୍ ମଧ୍ୟ ଖୋଲାଯାଇଛି । ହେଲେ କିଏ ଏହି ରିଷଭ୍ ସିଂ, କେମିତି ସେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କର ସୁରକ୍ଷା ସହାୟକ ହୋଇପାରିଲେ ଆସନ୍ତୁ ଜାଣିବା ।
ଜମ୍ମୁ କାଶ୍ମୀରର ଡୋଗରା ରାଜପୁତ ସମ୍ପ୍ରଦାୟର ଅଟନ୍ତି ରିଷଭ୍ ସିଂ । ୨୦୨୧ରେ ହିଁ ସେ ବିଶେଷ ଭାବେ ନିଜର ଏକ ପରିଚୟ ପାଇଥିଲେ । ଯେତେବେଳେ ଗଣତନ୍ତ୍ର ଦିବସରେ ଜାଟ୍ ରେଜିମେଣ୍ଟର କ୍ୟାପେଟନ ଭାବେ ସେ ପ୍ୟାରେଡ୍ର ନେତୃତ୍ଵ ନେଇଥିଲେ ।
ସେହି ପ୍ୟାରେଡ ଟିମକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସର୍ବଶ୍ରେଷ୍ଠ ମାର୍ଚିଂ ବ୍ରାଣ୍ଡ ଟ୍ରଫିରେ ସମ୍ମାନିତ କରିଥିଲେ । ରିଷଭ୍ଙ୍କ ନେତୃତ୍ଵ , ତାଙ୍କର ଶୃଙ୍ଖଳା , ତାଙ୍କର କାର୍ଯ୍ୟ କରିବାର ସଠିକ ଶୈଳୀ ପାଇଁ ତାଙ୍କୁ ମିଲିଟାରୀରେ ଅନେକ ଥର ସମ୍ମାନିତ କରାଯାଇଛି ।
ଅଧିକ ପଢନ୍ତୁ: ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ହେବ ବିବାହ , ଜାଣନ୍ତୁ କିଏ ଏହି ପୁନମ୍ ଗୁପ୍ତା...
ଏବେ ରାଷ୍ଟ୍ରପତିଙ୍କ ସୁରକ୍ଷା ସହାୟତା ବା ଏଡିସି(ADC) ଭାବେ ସେ କାର୍ଯ୍ୟରତ ଅଛନ୍ତି । ଏହି ପଦବୀ ଭାରତୀୟ ସେନାର ସମସ୍ତ ଅଧିକାରୀଙ୍କ ପାଇଁ ଶ୍ରେଷ୍ଠ ପଦ ଅଟେ । ଏହି ପଦରେ ଭାରତୀୟ ସେନାର ସବୁଠାରୁ ଉତ୍କୃଷ୍ଠ ସେନା, ଯାହାର ଦୃଢ଼ ସାଂଗଠନିକ ଦକ୍ଷତା, ନୀତିନିୟମ ପାଳନ ଏବଂ ପ୍ରଖର ବୁଦ୍ଧି ଥାଏ, ସେ ହିଁ ଭାରତର ଅତି ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତି, ଜିଲ୍ଲାପାଳ ଆଦିଙ୍କ ପାଇଁ ସୁରକ୍ଷା ସହାୟକ ଭାବେ ନିଯୁକ୍ତି ହୋଇଥାନ୍ତି ।
ଏହି ଏଡିସି(ADC) ବରିଷ୍ଠ ଅଧିକାରୀଙ୍କ ସମସ୍ତ କାର୍ଯ୍ୟକ୍ରମର ପ୍ରବନ୍ଧନ କରିଥାନ୍ତି । ତାଙ୍କର ସମସ୍ତ କାର୍ଯ୍ୟକ୍ରମର କାର୍ଯ୍ୟସୂଚି ନିର୍ଦ୍ଧାରିତ କରିବା ସହ ସବୁ ସ୍ଥାନରେ ତାଙ୍କୁ କଡା ସୁରକ୍ଷା ଦେଇଥାନ୍ତି । ଏଥିସହ ବିଶିଷ୍ଟ ଗଣମାନ୍ୟ ବ୍ୟକ୍ତିତ୍ଵ ମଧ୍ୟରେ କଥାବାର୍ତ୍ତାର ମାଧ୍ୟମ ପାଲଟିଥାନ୍ତି । ଆଉ କିଛି ଜରୁରୀ ଚିଠିପତ୍ର ପରିଚାଳନା କରିବା ସହ ଉତ୍ସବରେ ମଧ୍ୟ ଭାଗ ନେଇଥାନ୍ତି।
ସମ୍ବ୍ୟାଲଙ୍କର ଏହି ଭୂମିକା ତାଙ୍କୁ ବିଶେଷ ଭାବେ ଲୋକଲୋଚନକୁ ଆଣିଛି । କୌଣସି ରାଜକୀୟ ସମାରୋହରେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେବାଠାରୁ ନେଇ ରାଷ୍ଟ୍ରପତିଙ୍କୁ ଚୁପଚାପ ସାହାଯ୍ୟ କରିବା ଯାଏଁ ତାଙ୍କର ଉପସ୍ଥିତିକୁ କେହି ବି ନଜରଅନ୍ଦାଜ କରିପାରି ନାହାନ୍ତି ।
ଆଉ ଗଣମାଧ୍ୟମରେ ତାଙ୍କର ସେହି ସୁରକ୍ଷା ଦେବାର କିଛି କିଛି ଭିଡିଓ କ୍ଲିପ ଭାଇରାଲ ହେବାସହ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି । କେବଳ ନିଜର ଆକର୍ଷଣୀୟ ଚେହେରା ନୁହେଁ, ବରଂ ନିଜର ଶାନ୍ତ , ଭଦ୍ର ସ୍ଵଭାବ ପାଇଁ ହିଁ ତାଙ୍କର ଅନେକ ଜଣ ପ୍ରଶଂସକ ହୋଇପାରିଛନ୍ତି ।
📱 Get Argus News App
✨ସୋସିଆଲ ମିଡିଆରେ ତାଙ୍କର ଲୁକ୍କୁ ନେଇ ଅନେକ ଫ୍ୟାନ ପେଜ କରାଯାଇଥିବା ବେଳେ ତାଙ୍କୁ 'ଦେଶର କ୍ରଶ୍' ବୋଲି ମଧ୍ୟ କୁହାଯାଉଛି
Related Topics
Explore more stories