Videos
|
National

ହରିଆନାରେ ଜାତୀୟ ସ୍ତରୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା, ଓଡିଶା ଚାମ୍ପିୟନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ହରିଆନାରେ ଜାତୀୟ ସ୍ତରୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା, ଓଡିଶା ଚାମ୍ପିୟନ

ଅର୍ଗସ ବ୍ୟୁରୋ : ଜାତୀୟ ସ୍ତରରେ ଶକ୍ତି ଉତ୍ତୋଳନ ଏବଂ ବେଞ୍ଚପ୍ରେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ହରିଆନା ରାଜ୍ୟର ସୋନିପତ ଠାରେ ଚାଲିଥିଲା ଏହି ପ୍ରତିଯୋଗିତା । ଜାତୀୟ ସିନିଅର ଶକ୍ତି ଉତ୍ତୋଳନ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଅନେକ ରାଜ୍ୟର କ୍ରୀଡ଼ାବିତ ମାନେ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିବା ବେଳେ ଓଡିଶାରୁ ୩୦ ଜଣ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ଅଧିକ ପଢନ୍ତୁ ଖେଳ ଖବର

ଓଡିଶାରୁ ରୋଶନ ପ୍ରଧାନ, ନିଖିଲ ରଞ୍ଜନ ବେହେରା, ରାହୁଲ ପାତ୍ର, ଦିବ୍ୟରଞ୍ଜନ ସ୍ଵର୍ଣ୍ଣପଦକ ଜିତିଥିବା ବେଳେ ଲବ ମହାନନ୍ଦୀ, ସୁନୀଲ ନାୟକ, ସୁଦୀପ ମହାରଣା, ଶରତ ମିଶ୍ର, ସୋମନାଥ ପଟନାୟକ ରୌପ୍ୟପଦକ, ଏବଂ ଦୁଷ୍ମନ୍ତ ସାହୁ, ସଂଜୟ ନାୟକ,ସୁମନ୍ତ କୁମାର ସାହୁ କାଂସ୍ୟ ପଦକ ହାସଲ କରିଛନ୍ତି । ସେହିଭଳି ମହିଳା ବର୍ଗରେ ଦେବସ୍ମିତା ରଥ, ସୁନିତା ନାୟକ ସ୍ଵର୍ଣ୍ଣପଦକ ସହ ବନାନୀ ବିଶ୍ୱାସ, ଡଲି ପୁଜାରି ରୌପ୍ୟ ପଦକ ଏବଂ କଲ୍ୟାଣୀ ସିଂହ,ସାଗରିକା ରାୟ କାଂସ୍ୟ ପଦକ ହାସଲ କରିଛନ୍ତି । ଓଡିଶାର ଉର୍ମିଳା ବେହେରା ମାଷ୍ଟର ବର୍ଗରେ ସ୍ଵର୍ଣ୍ଣ  ଜିତି ଷ୍ଟ୍ରଙ୍ଗ ଓମେନ ବିବେଚିତ ହୋଇଛନ୍ତି । ତେବେ ଏହି ପ୍ରତିଯୋଗିତାରେ ଓଡିଶା ୨୭ ପଦକ ସହ ଚାମ୍ପିୟନ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
National level powerlifting competition in Haryana, Odisha champion | Argus News