Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମସ୍କୋ ଗସ୍ତରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମସ୍କୋ ଗସ୍ତରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ

ଅର୍ଗସ ବ୍ୟୁରୋ : ମସ୍କୋ ଗସ୍ତରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । BRICS-NSA ବୈଠକରେ ସାମିଲ ହେବା ସହ ମସ୍କୋରେ ରୁଷିଆ ପ୍ରତିନିଧି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଡୋଭାଲଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଛି  । ଡୋଭାଲଙ୍କ ଗସ୍ତ ସହ ଯୁଦ୍ଧରେ ବିରାମ ପାଇଁ ଭାରତ ବଡ଼ ପଦକ୍ଷେପ ନେବ ବୋଲି ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଉଭୟ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପିଏମ ମୋଦିଙ୍କ ଉପରେ ଭରସା କରିଛନ୍ତି ।

ଅଧିକ ପଢନ୍ତୁ : ସିଙ୍ଗାପୁରରେ ଓଡ଼ିଶୀ ନାଚ ଦେଖି ବିଭୋର ପ୍ରଧାନମନ୍ତ୍ରୀ

କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଉଭୟ ରୁଷିଆ ଓ ୟୁକ୍ରେନ ଗସ୍ତ କରି ଯୁଦ୍ଧ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରସ୍ତାବ ଦେଇ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ । ଏବେବି ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି । ଶେଷ ଥର ପାଇଁ BRICS-NSA ବୈଠକ ୨୦୨୩ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ହୋଇଥିଲା। ବ୍ରାଜିଲ, ରୁଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ୟୁଏଇ, ଇରାନ, ଇଜିପ୍ଟ ଏବଂ ଇଥିଓପିଆ BRICS ସଦସ୍ୟ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
National Security Adviser Ajit Doval on a visit to Moscow | Argus News