Videos
|
National

'ଜାତୀୟ ଶିକ୍ଷକ ପୁରସ୍କାର-୨୦୨୫' ପ୍ରଦାନ କଲେ ରାଷ୍ଟ୍ରପତି, ୮୧ ଜଣ ଶିକ୍ଷକ ହେଲେ ସମ୍ମାନିତ

Santosh Kumar Sahoo
Browse all articles by Santosh Kumar Sahoo
·1 year ago·2 min read
'ଜାତୀୟ ଶିକ୍ଷକ ପୁରସ୍କାର-୨୦୨୫' ପ୍ରଦାନ କଲେ ରାଷ୍ଟ୍ରପତି, ୮୧ ଜଣ ଶିକ୍ଷକ ହେଲେ ସମ୍ମାନିତ

Key Points

ନୂଆଦିଲ୍ଲୀରେ ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନ । ୮୧ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନଜନକ ‘ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ।ଉପସ୍ଥିତ ଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

‘ଗୁରୁ ଦିବସ’ ଅବସରରେ ଶୁକ୍ରବାର ନୂଆଦିଲ୍ଲୀଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୮୧ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନଜନକ 'ଜାତୀୟ ଶିକ୍ଷକ ପୁରସ୍କାର-୨୦୨୫' ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଥିମଧ୍ୟରୁ ଭାରତ ସରକାରଙ୍କ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗର ୪୫ ଜଣ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ କରାଯାଇଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗରେ ୨୧ ଜଣ ଗୁରୁ ଏବଂ ଅନ୍ୟ ବିଭାଗର ଶିକ୍ଷକମାନେ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ବର୍ଣ୍ଣାଢ୍ୟ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ପ୍ରତିଭାବାନ ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷା ପୁରସ୍କାରରେ ସମ୍ମାନିତ କରିବା ସହ ଆଶୀର୍ବାଦ ଓ ମାର୍ଗଦର୍ଶନ ଦେଇଥିବାରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ‘ଗୁରୁ ଦିବସ’ର ଶୁଭେଚ୍ଛା ଜଣାଇବା ସହ ସମ୍ମାନିତ ଶିକ୍ଷାବିତମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ଯେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ‘ଜାତୀୟ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ ହୋଇଛନ୍ତି, ପିଲମାନଙ୍କର ଜୀବନକୁ ଆଲୋକିତ କରିବା ପାଇଁ ସେମାନଙ୍କର ଆଗ୍ରହ ଓ ଇଚ୍ଛାଶକ୍ତି ପ୍ରଂଶସନୀୟ । ବିଶେଷ ଭାବରେ ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ ଓ ଚାପମୁକ୍ତ କରିବା ଦିଗରେ ସେମାନଙ୍କ ଅଭିନବ ପାଠପଢା ଶୈଳୀ ପ୍ରେରଣାଦାୟୀ । ଜାତୀୟ ଶିକ୍ଷା ନୀତିର ଭାବନାକୁ ଆଗକୁ ବଢ଼ାଇବା ପାଇଁ ଶିକ୍ଷକମାନଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଭାରତ ଏହି ଶିକ୍ଷକମାନଙ୍କ ପ୍ରତିବଦ୍ଧତା ପାଇଁ ଗର୍ବିତ ବୋଲି ସେ କହିଛନ୍ତି ।



ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହୋଇଥିବା ଓଡ଼ିଶାର ବସନ୍ତ କୁମାର ରଣା ଓ ତରୁଣ କୁମାର ଦାଶଙ୍କୁ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ଉଲ୍ଲେଖ କରିଛନ୍ତି “ମାଲକାନଗିରି ଓ କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ଅଭିନବ ଶିକ୍ଷା ପ୍ରଦାନ କରିବା ଦିଗରେ ଆପଣମାନଙ୍କ ଭଳି ଶିକ୍ଷକଙ୍କ ନିଷ୍ଠା ଏବଂ ପାଠ ପଢାଇବାର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ । ଆପଣମାନଙ୍କ କାର୍ଯ୍ୟ ଶିକ୍ଷା ସମାଜକୁ ସର୍ବଦା ଅନୁପ୍ରାଣିତ କରିବ”। ଏତଦବ୍ୟତୀତ ଦେଶର ପୂର୍ବତନ ରାଷ୍ଟ୍ରପତି ଏବଂ ବିଶିଷ୍ଟ ଶିକ୍ଷାବିତ୍ ଭାରତରତ୍ନ ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେ ଉଲ୍ଲେଖ କରିଛନ୍ତି, ଗୁରୁମାନେ କେବଳ ପଢିବା ଏବଂ ପଢାଇବାରେ ସୀମିତ ନୁହେଁ ବରଂ ସେମାନେ ଆମକୁ ଚିନ୍ତା କରିବାର ଦୃଷ୍ଟି, ଜୀବନ ଜୀଇଁବାର କଳା ଏବଂ ରାଷ୍ଟ୍ର ପ୍ରତି ଦାୟିତ୍ୱର ଭାବନା ଶିଖାଇଥାନ୍ତି ।

President Droupadi Murmu Presents National Teachers’ Award 2025 to 81 Educators on Teachers’ Day | Argus News