Indian Railway / ଦେଶର ଏକମାତ୍ର ରେଳ ଷ୍ଟେସନ ଯେଉଁଠି ଚାରୋଟି ଭାଷାରେ ହୁଏ ଘୋଷଣା
·5 months ago·2 min read

Key Points
ଦେଶରେ ଏପରି ଏକ ରେଳ ଷ୍ଟେସନ ରହିଛି ଯେଉଁଠି ଚାରୋଟି ଭାଷାରେ କରାଯାଏ ଘୋଷଣା।
Navapur Railway Station: ଦେଶର ଜୀବନ ରେଖା ଭାବେ ଜଣାଶୁଣା ଭାରତୀୟ ରେଳ ଏବେ ଏହାର ରୂପରେଖକୁ ପରିବର୍ତ୍ତନ କରିବାରେ ଲାଗିଛି। ଦେଶର କୋଣ ଅନୁକୋଣରେ ରହିଥିବା ରେଳ ଷ୍ଟେସନ ଏବେ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସୁସଜ୍ଜିତ କରିବା ପାଇଁ ନିରନ୍ତର ନବୀକରଣ କାର୍ଯ୍ୟ କରାଯାଉଛି। ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ରେଳ ଷ୍ଟେସନ ଠାରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି।
ଯେତେବେଳେ ଏପରି ରେଳ ଷ୍ଟେସନ ନାମ ହଠାତ୍ ସାର୍ବଜନୀନ କରାଯାଏ, ସେତେବଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏହା ବ୍ୟତୀତ ଦେଶରେ ଏପରି ଅନେକ ରେଳ ଷ୍ଟେସନ ରହିଛି ଯାହା ଏହାର ଅନନ୍ୟ ବୈଶିଷ୍ଟ୍ୟ ଯେପରିକି ଲମ୍ବା, ଚଉଡ଼ା, ରାଜଧାନୀ ଏବଂ ଅସାଧାରଣ ନାମ ପାଇଁ ପ୍ରସିଦ୍ଧ। ଯାହାର ପ୍ରଂଶସା ଦେଶ ବିଦେଶରେ ମଧ୍ୟ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଏବେ ଆମେ ଆପଣଙ୍କୁ ଏପରି ଏକ ରେଳ ଷ୍ଟେସନ ବିଷୟରେ କହୁଛୁ ଯେଉଁଠାରେ ଚାରୋଟି ଭାଷାରେ ଘୋଷଣା କରାଯାଏ।
ଦେଶର କେଉଁ ରେଳ ଷ୍ଟେସନରେ ଚାରୋଟି ଭାଷାରେ କରାଯାଏ ଘୋଷଣା?
ଦେଶରେ ଏପରି ଏକ ଅନନ୍ୟ ରେଳ ଷ୍ଟେସନ ରହିଛି ଯେଉଁଠାରେ ହିନ୍ଦୀ, ଇଂରାଜୀ, ଗୁଜୁରାଟୀ ଏବଂ ମରାଠୀ ଆଦି ଚାରୋଟି ଭାଷାରେ ଘୋଷଣା କରାଯାଏ। ଯାହାର ନାଁ ହେଉଛି ନୱାପୁର ରେଳ ଷ୍ଟେସନ।
କ'ଣ ରହିଛି ନୱାପୁର ରେଳ ଷ୍ଟେସନର ବିଶେଷତ୍ୱ?
ପଶ୍ଚିମ ରେଳବାଇ ଅଧିନରେ ରହିଥିବା ନୱାପୁର ରେଳ ଷ୍ଟେସନର ଅନେକ ଅନନ୍ୟ ବୈଶିଷ୍ଟ୍ୟ ରହିଛି। ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏହା ଦୁଇଟି ରାଜ୍ୟ ମଧ୍ୟରେ ବିଭକ୍ତ। ତାହା ହେଉଛି ମହାରାଷ୍ଟ୍ର ଏବଂ ଗୁଜରାଟ। ଏପରିକି ପ୍ଲାଟଫର୍ମ ଚେୟାର ମଧ୍ୟ ଦୁଇ ରାଜ୍ୟରେ ବାଣ୍ଟି ହୋଇଛନ୍ତି। ଅଧା ମହାରାଷ୍ଟ୍ରରେ ଥିବା ବେଳେ ଅଧା ଗୁଜରାଟରେ ଅଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ ମହାରାଷ୍ଟ୍ର-ଗୁଜରାଟ ଆଦି ରାଜ୍ୟ ଦ୍ୱୟର ଆଇନ ନୱାପୁର ରେଳ ଷ୍ଟେସନରେ ଲାଗୁ ହୋଇଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେଶରେ ରହିଥିବା ବିଭିନ୍ନ ଅନନ୍ୟ ରେଳ ଷ୍ଟେସନ?
ସର୍ବାଧିକ ଦୂରତା ଥିବା ଲମ୍ବା ରେଳ ଷ୍ଟେସନ: ହୁବଲି ଜଙ୍କସନ (ଶ୍ରୀ ସିଦ୍ଧାରୁଢା ସ୍ୱାମୀଜୀ ରେଳ ଷ୍ଟେସନ), କର୍ଣ୍ଣାଟକ, ଦୂରତା-୧୫୦୭ ମିଟର
ସର୍ବାଧିକ ଉଚ୍ଚରେ ଅବସ୍ଥିତ ରେଳ ଷ୍ଟେସନ: ଘୁମ୍ ରେଳ ଷ୍ଟେସନ, ପଶ୍ଚିମବଙ୍ଗ, ଉଚ୍ଚତା-୨୨୫୮ ମିଟର
୨୮ ଅକ୍ଷର ବିଶିଷ୍ଟ ରେଳ ଷ୍ଟେସନ: ଭେଙ୍କଟନରସିମ୍ହାରାଜୁଭାରିପେଟା, ଆନ୍ଧ୍ର ପ୍ରଦେଶ
ପ୍ଲାଟଫର୍ମ ଗାଡ଼ି ଚଳାଇବାର ସୁବିଧା ଥିବା ଷ୍ଟେସନ: ହାୱଡ଼ା ଜଙ୍କସନ, ପଶ୍ଚିମବଙ୍ଗ
ବାଧ୍ୟତାମୂଳକ ଭାବେ ଭିସା ଦେଖାଯାଉଥିବା ରେଳ ଷ୍ଟେସନ: ଅଟାରୀ, ଅମୃତସର,ପଞ୍ଜାବ
ମହିଳାଙ୍କ ଦ୍ୱାରା ପରିଚାଳିତ ରେଳ ଷ୍ଟେସନ: ଲକ୍ଷ୍ନୌ ସିଟି ଷ୍ଟେସନ, ଉତ୍ତର ପ୍ରଦେଶ
ସର୍ବାଧିକ ପ୍ଲାଟଫର୍ମ ଥିବା ରେଳ ଷ୍ଟେସନ: ହାୱଡ଼ା ଜଙ୍କସନ, ପଶ୍ଚିମବଙ୍ଗ
ଏଥିସହ ପଢ଼ନ୍ତୁ: ରେଲୱେରେ ନିଯୁକ୍ତି ସୁଯୋଗ: ଖାଲି ପଡ଼ିଛି ୫ ହଜାର ପଦବୀ, ଏବେ ହିଁ କରନ୍ତୁ ଆପ୍ଲାଏ...

Related Topics
Explore more stories