Videos
|
National

ନବୀନ  କିଛି ନିର୍ଦ୍ଧିଷ୍ଟ  ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି : ରାହୁଲ ଗାନ୍ଧି

Manini Pattanayak
Browse all articles by Manini Pattanayak
·2 years ago·1 min read
ନବୀନ  କିଛି ନିର୍ଦ୍ଧିଷ୍ଟ  ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି : ରାହୁଲ ଗାନ୍ଧି

ଭୁବନେଶ୍ୱର:  ଓଡ଼ିଶାରେ ରାହୁଲ । ସାଲେପୁରରେ କଂଗ୍ରେସ ନେତା ରାହୁଲ ଗାନ୍ଧି । ସାଲେପୁରରେ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ କରିଛନ୍ତି ଟାର୍ଗେଟ । ପାଣ୍ଡିଆନ ରାଜ୍ୟ ଚଲାଉଥିବା କହିଛନ୍ତି ରାହୁଲ ।   ରାହୁଲ ଅଭିଭାଷଣ ଆରମ୍ଭ ରୁ ବର୍ଷିଲେ।  

ରାଜ୍ୟ ସରକାରଙ୍କୁ ସାଣିତ ଢଙ୍ଗରେ ଆକ୍ଷେପ କରି କହିଛନ୍ତି  ନବୀନ  ଏଠାରେ କିଛି ନିର୍ଦ୍ଧିଷ୍ଟ  ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ଫାଇଦା  ଉଠାଉଛନ୍ତି।  ଓଡିଶାକୁ ପାଣ୍ଡିଆନ ଚଳାଉଛନ୍ତି।  ଏଠାରେ ଦୁଇ ଜଣ ଏକାଠି ରହି ଓଡ଼ିଶାବାସୀଙ୍କୁ ପାନ ଦେଉଛନ୍ତି।   ପାନ ଅର୍ଥ ଓଡ଼ିଶାକୁ ପାଣ୍ଡିଆନ ଚଳାଉଛନ୍ତି।    ରାହୁଲ ଆହୁରି ମଧ୍ୟ କହିଛନ୍ତି ଚାରା ରୋପଣ ନାଁରେ ଏଠାରେ ୧୫ ହଜାର କୋଟି ଲୁଟିଛନ୍ତି। ଖଣିରୁ ପ୍ରଚୁର ଲୁଟିଛନ୍ତି ରାଜ୍ୟ ସରକାର ବୋଲି ରାହୁଲ କହିଛନ୍ତି।  

 କଂଗ୍ରେସ ଆସିଲେ ଧାନ କୁଇଣ୍ଟାଲ ୩ ହଜାର ଟଙ୍କା କରିବୁ ବୋଲି ରାହୁଲ ଗାନ୍ଧି ଓଡ଼ିଶାବାସୀଙ୍କୁ ପ୍ରଲୋଭନ ଦେଖାଇଛନ୍ତି। ଖାଲିସେତିିକ ନୁହେଁ ମହିଳାଙ୍କୁ ୨ ହଜାର, ଯୁବକଙ୍କୁ ୩ ହଜାର, ଚାଷୀଙ୍କୁ ୩ ହଜାର ମିଳିବ।  ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯିବ। ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ।  ପ୍ରତି ମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ ବୋଲି ଏଭଳି  ପ୍ରଲୋଭନ ଭରା କଥା କହିଛନ୍ତି ରାହୁଲ ଗାନ୍ଧି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ  ଓଡ଼ିଶା ଖବର