Videos
|
National

ଭୋଟ୍ ପାଇଁ ଗୁମାସ୍ତା କଷ୍ଟ ଦେଇ ନବୀନଙ୍କୁ କରୁଛନ୍ତି କି ବ୍ୟବହାର ?

Manini Pattanayak
Browse all articles by Manini Pattanayak
·2 years ago·2 min read
ଭୋଟ୍ ପାଇଁ ଗୁମାସ୍ତା କଷ୍ଟ ଦେଇ ନବୀନଙ୍କୁ କରୁଛନ୍ତି କି ବ୍ୟବହାର ?

ଭୁବନେଶ୍ୱର:  କାହିଁକି ଚକ୍କର ଖାଉଛି ପାଣ୍ଡିଆନଙ୍କ ଆଖି । ମୁଣ୍ଡ ବୁଲାଏ କିନ୍ତୁ ଏଠି ବୁଲାଉଛି ପାଣ୍ଡିଆନଙ୍କ ଆଖି । ଯାହାକୁ ବିରୋଧୀ କହୁଛନ୍ତି ଗୁମାସ୍ତା, ସିଏ ସିରସ୍ତାଙ୍କ ହାତ ଟାଣି ଚାପି ଦେଉଛନ୍ତି । ଭୋଟ୍ ପାଇଁ ଗୁମାସ୍ତା କଷ୍ଟ ଦେଇ ନବୀନଙ୍କୁ କରୁଛନ୍ତି କି ବ୍ୟବହାର । ସୋସିଆଲ ମିଡିଆରେ ଭାଇରାଲ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିକଳ ଦୃଶ୍ୟ । ପାଣ୍ଡିଆନଙ୍କ ଭୂମିକା ନେଇ  
 ଆସାମ ମୁଖ୍ୟମନ୍ତ୍ରୀ  ସୋରୋରେ ଗଣମାଧ୍ୟମକୁ ଏ ଭିଡିଓ ଦେଖାଇବା ପରେ ସୋସିଆଲ ମିଡିଆରେ ଛାଇଯାଇଛି ଏହି ଦୃଶ୍ୟ। ଏବେ ପ୍ରଶ୍ନ ଉଠୁଛି କଣ ଲୁଚାଇବାକୁ ଚାହୁଁଛନ୍ତି ବିଜେଡି ନେତା ଭୈରବ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀ ହାତ କେଉଁଠି ରଖିବେ ତାହାବି କଣ ନିୟନ୍ତ୍ରଣ କରିବେ ପାଣ୍ଡିଆନ୍। ଏହାକୁ ଦୁଃଖ ଦାୟକ ବୋଲି ବର୍ଣ୍ଣନା କରି ଏକ୍ସରେ ପୋଷ୍ଟ କରିଛନ୍ତି ଆସମ ମୁଖ୍ୟମନ୍ତ୍ରୀ। ସେ ଲେଖିଛନ୍ତି  ।

ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଭିଡିଓ । ଏଥିରେ ଭି.କେ ପାଣ୍ଡିଆନଜୀ ନବୀନ ବାବୁଙ୍କ ହାତର ଗତିକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି। ତାମିଲନାଡୁର ଜଣେ ଅବସରପ୍ରାପ୍ତ ପୂର୍ବତନ ଅମଲାତନ୍ତ୍ରୀ ବର୍ତ୍ତମାନ ଓଡିଶାର ଭବିଷ୍ୟତ ଉପରେ କିପରି ନିୟନ୍ତ୍ରଣ କରୁଛନ୍ତି, ତାହା କଳ୍ପନା କରି ମୁଁ ହତଚକିତ ହୋଇ ଯାଉଛି! ବିଜେପି ରାଜ୍ୟବାସୀଙ୍କ ହାତରେ ପୁଣି ଥରେ ଓଡ଼ିଶାର ଶାସନ ଭାର ଧରାଇ ଦେବାକୁ ବଦ୍ଧ ପରିକର।  ଏ ଭିଡିଓକୁ ନେଇ ଏବେ ଜାତୀୟ ରାଜନିତୀରେ ବି ଖୁବ୍ ଚର୍ଚ୍ଚା। ବିଜେପି ଆଇଟିସେଲ ଇନଚାର୍ଜ ଅମିତ ମାଲବ୍ୟ ଏକ୍ସ ହାଣ୍ଡେଲରେ ପୋଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସ୍ମରଣୀୟ। କିନ୍ତୁ ଏବେ ସେ ଅସୁସ୍ଥ ହୋଇପଡିଛନ୍ତି। ଏହା ତଥାପି ଦୁର୍ଭାଗ୍ୟଜନକ ଯେ କିପରି ଏକ ମୁଖା ରଖିବା ପାଇଁ ତାଙ୍କୁ ଠେଲି ଦିଆଯାଉଛି। ଓଡ଼ିଶା ଏହାକୁ ହୃଦୟଙ୍ଗମ କରିଛି। ଏହି ନିର୍ବାଚନରେ ବରିଷ୍ଠ ରାଜନେତା ତଥା ବିଜେଡିକୁ ଏକ ସୁନ୍ଦର ବିଦାୟ ସମ୍ବର୍ଦ୍ଧନା ହେବ।  

ସେହିପରି ଜଗତସିଂହପୁର ଏରସମାରେ ଏକ ନିର୍ବାଚନୀ ସଭାରେ ଏହି ଭିଡିଓ ପ୍ରସଙ୍ଗ ଉଠାଇ ଜୋରଦାର ଆଟାକ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ତେବେ ଏହି ଭାଇରାଲ ଭିଡିଓର ସବୁଠୁ କୌତୁହଳପୂର୍ଣ୍ଣ ଦିଗଟି ହେଉଛି ପାଣ୍ଡିଆନଙ୍କ ଆଖି। ଆଖିରେ କଣ ଇସାରା ଦେଉଛନ୍ତି ଭୈରବ ବାବୁ। ଏ ଇସାରା ଥିଲା କି କ୍ୟାମେରାମ୍ୟାନଙ୍କ ଉଦ୍ଦେଶ୍ୟରେ ? ପାଣ୍ଡିଆନ୍ଙ୍କ ଇସାରା ବୁଝିପାରିଲେନି କି କ୍ୟାମେରାମ୍ୟାନ୍। ଯେଉଁଥିପାଇଁ ବାଧ୍ୟ ହୋଇ ଶେଷରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ହାତ କ୍ୟାମେରା ଫ୍ରେମରୁ ହଟାଇବାକୁ ପଡ଼ିଲା। 78 ବର୍ଷୀୟ ଯେକୌଣସି ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିବା ସ୍ବାଭାବିକ । ଆଉ ନବୀନ ବାବୁ ସେଥିରୁ ଉର୍ଦ୍ଧ୍ବରେ ନୁହନ୍ତି। ମୁଖ୍ୟମନ୍ତ୍ରୀ କଣ ତାଙ୍କ ମର୍ଜିରେ ନିଜ ହାତ ବି ରଖିପାରିବେନି ? ଏହା 25 ବର୍ଷର ଲୋକପ୍ରିୟ ନେତାଙ୍କ ପ୍ରତି ଯାତନା ନୁହେଁକି ?  

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Viral Odisha Chief Minister's view on social media | Argus News