ଦବଙ୍ଗ ଷ୍ଟାରଙ୍କ କାର ଉପରକୁ ଆକ୍ରମଣ ଉଦ୍ୟମ, ୪ ଗିରଫ

ଅର୍ଗସ ବ୍ୟୁରୋ: ପୁଣି ସୁପରଷ୍ଟାର ସଲମାନ ଖାନଙ୍କ କାର ଉପରକୁ ଆକ୍ରମଣ ଉଦ୍ୟମ। ମୁମ୍ୱାଇ ପୋଲିସ ଶନିବାର ଦିନ ଲରେନ୍ସ ବିଶୋଇଙ୍କ ଗ୍ୟାଙ୍ଗର ୪ ଜଣଙ୍କୁ ଆରେଷ୍ଟ କରିଛନ୍ତି। ଯେଉଁମାନେ ପନବେଲଠାରେ ସୁପରଷ୍ଟାର ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାର ଯୋଜନା କରୁଥିଲେ। ସୁଚନାନୁସାରେ, ପାକିସ୍ତାନରୁ ମାରଣାସ୍ତ୍ର ଆଣିବାର ଯୋଜନା ଚାଲୁଥିଲା। ଲରେନ୍ସ ବିଷ୍ନୋଇ, ଅନମୋଲ ବିଷ୍ନୋଇ, ସମ୍ପତ ନେହେରା ଏବଂ ଗୋଲ୍ଡି ବରାରଙ୍କ ସମେତ ୧୭ ଜଣଙ୍କ ନାମରେ ଏଫଆଇଆର ରୁଜୁ କରାଯାଇଛି। ଏହାସହ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଏହାସହ ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ପୋଲିସ କହିଛି। ସେମାନେ ହେଲେ: ଅଜୟ କଶ୍ୟପ, ଗୌରବ ଭାଟିଆ, ଓ୍ୱାସପି ଖାନ, ରିଜଓ୍ୱାନ ଖାନ।
ଏହି ଘଟଣା ୧୪ ଏପ୍ରିଲରେ ମୁମ୍ୱାଇରେ ମୁମ୍ୱାଇର ବାନ୍ଦ୍ରାରେ ଷ୍ଟାର ସଲମାନ ଖାନଙ୍କ ମୁମ୍ବାଇ ବାନ୍ଦ୍ରାସ୍ଥିତ ଘର ବାହାରେ ଗୁଳିମାଡ ହୋଇଥିଲା । ସକାଳ ପ୍ରାୟ ୫ଟା ସମୟରେ ଦୁଇ ଜଣ ଦୁର୍ବୃତ ବାଇକରେ ଆସି ଗୁଳିମାଡ଼ କରିଥିଲେ । । ୪ରୁ ୫ ରାଉଣ୍ଡ ଗୁଳି ଫୁଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଦୁର୍ବୃତ । ପରେ ପୋଲିସ ତଦନ୍ତ ଜାରି ରଖିଥିଲା। ଏହାସହ ମୁମ୍ୱାଇ ପୋଲିସ ସୁରକ୍ଷା ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କହାକହି କରିଥିଲା। ପୂର୍ବରୁ ଏହି ଘଟଣାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ରହିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: