Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଡିସେମ୍ବର 4ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ

National

ଡିସେମ୍ବର 4ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଡିସେମ୍ବର 4ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ

Key Points

  • ଡିସେମ୍ବର 4ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ
  • ଗୋପାଳପୁର ବନ୍ଦରରେ ଲାଗିଲା ନୌସେନାର ଯୁଦ୍ଧ ଯାହାଡ ଆଇଏନଏସ କୁଠାର
  • ପାରାଦୀପ ବନ୍ଦରରେ ଲଙ୍ଗର ପକାଇଲା ନୌସେନାର ଯୁଦ୍ଧ ଯାହାଜ ସତାପୁରା
  • ନୌସେନା ଦିବସରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ଭାରତୀୟ ନୌସେନାର ହେବ ଶକ୍ତି ପ୍ରଦର୍ଶନ
  • ଶତ୍ରୁକୁ ମାତ ଦେବା ପାଇଁ କେତେ ପ୍ରସ୍ତୁତ ନୌସେନା 

ଅର୍ଗସ ବ୍ୟୁରୋ : ସାରା ବିଶ୍ବଦରବାରରେ ଭାରତୀୟ ନୌସେନାର ପରାକାଷ୍ଠାକୁ ପ୍ରଦର୍ଶିତ କରିବା ପାଇଁ  ଡିସେମ୍ବର 4 ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବାକୁ ଯାଉଛି  ନାଭାଲ ଡେ ବା ନୌସେନା ଦିବସ । ଯେଉଁ କାର୍ଯ୍ୟକ୍ରମରେ ଯୋଗ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ । 25ଟି ଯୁଦ୍ଧ ଯାହାଜ ଏବଂ 40ଟି ଏୟାରକ୍ରାଫ୍ଟ ସେମାନଙ୍କ କଳା କୌଶଳ ପ୍ରଦର୍ଶନ କରିବେ । ତେବେ ଏହା ପୂର୍ବରୁ ଗୋପାଳପୁର ବନ୍ଦରରେ ଲାଗିଛି ନୌସେନାର ଯୁଦ୍ଧ ଜାହାଜ ଆଇ ଏନ ଏସ କୁଠାର । ନୌସେନା ସପ୍ତାହ ପାଳନ ଅବସରରେ ବିଶାଖାପାଟଣା ରୁ ଗୋପାଳପୁର ବନ୍ଦର ଆସିଛି ଏହି ଯୁଦ୍ଧ ଜାହାଜ । ଯାହାକୁ ଦେଖିବାକୁ ଲାଗିଥିଲା ଲୋକଙ୍କ ପ୍ରବଳ ଭିଡ । ଜାହାଜର ଯୁଦ୍ଧ କ୍ଷମତା ଓ ଶକ୍ତି ବିଷୟରେ ଦର୍ଶକମାନେ ଗାଇଡଙ୍କ ଠାରୁ ପଚାରି ବୁଝିଥିଲେ । ପୁରୀରେ ଆୟୋଜିତ ହେବାକୁ ଥିବା ନୌସେନା ଦିବସରେ ସାମିଲ ହେବ ଏହି ଯୁଦ୍ଧ ଯାହାଜ ।  

ଆଇଏନଏସ କୁଠାର-ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଯୁଦ୍ଧ ଜାହାଜଟି ୧୯୯୦ ମସିହା ଜୁନ ୭ ତାରିଖରେ ଭାରତୀୟ ନୌସେନାରେ ନିୟୋଜିତ ହୋଇଥିଲା । ଯାହାର କ୍ଷମତା ୧୪୦୦ ଟନ । ଏହାର ଦର୍ଘ୍ୟ 91 ମିଟର । 12ଜଣ ଅଫିସର ଏବଂ 120ଜଣ ନାବିକଙ୍କ ଦ୍ବାରା ଜାହାଜଟି ପରିଚାଳିତ । ଅସ୍ତ୍ରଶସ୍ତ୍ର ଓ ସେନ୍ସରରେ ସଜିତ ହୋଇ ରହିଛି ଏହି ଯୁଦ୍ଧ ଜାହାଜ । ସରଫେସ ଟୁ ସରଫେସ ମିସାଇଲ, ଚାଫ ଲଂଚର, ମିଡିୟମ ଏବଂ କ୍ଲୋଜ ରେଞ୍ଜ ବନ୍ଧୁକ ଏଥିରେ ଅନ୍ତର୍ଭୁକ୍ତ । ଚେତକ ବିମାନ ଚଳାଇବାରେ ମଧ୍ୟ ସକ୍ଷମ ଏହି ଜାହାଜ । ଉପକୂଳ ତଥା ଅଫଶୋର ପାଟ୍ରୋଲିଂ, ସମୁଦ୍ର ତଦାରଖ ଏବଂ ସାଗର ଲାଇନ୍ ଅଫ୍ କମ୍ୟୁନିକେସନ୍, ଆତଙ୍କବାଦ ବିରୋଧୀ କାର୍ଯ୍ୟ ତୁଲାଇବାରେ ସକ୍ଷମ ଏହି ଜାହାଜ । ପାରାଦ୍ବୀପ ବନ୍ଦରରେ ଭାରତୀୟ ନୌ ସେନାର ଯୁଦ୍ଧ ଜାହାଜ ସତାପୁର ଲଙ୍ଗର ପକାଇଛି । ଏହି ଜାହାଜକୁ ଦେଖିବାକୁ ଛାତ୍ରଛାତ୍ରୀ ନିମନ୍ତେ ଖୋଲା ରହିଥିଲା । ଏହି ଜାହାଜର ଯୁଦ୍ଧ କ୍ଷମତା ଓ ଶକ୍ତି ବିଷୟରେ ଗାଇଡ୍‌ଙ୍କଠାରୁ ସମସ୍ତ ବିଷୟ ପଚାରି ବୁଝିଥିଲେ ଛାତ୍ରଛାତ୍ରୀ ।  

ପୁରୀରେ ନୌସେନା ଦିବସ ଅବସରରେ ଦର୍ଶକ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦେଇଛି ପୋଲିସ ପ୍ରଶାସନ। ଡିସେମ୍ବର 4 ତାରିଖକୁ ନୌସେନା ଦି୍ବସ ଭାବେ ପାଳନ କରିବା ପଛର ରହସ୍ୟ ହେଲା, 1971 ମସିହା ଏହି ଦିନରେ ଅପରେସନ ଟ୍ରାଇଡେଣ୍ଟରେ ଭାରତୀୟ ନୌସେନା ପାକିସ୍ତାନର 4ଟି ଭେସଲକୁ ବୁଡାଇଦେଇଥିଲା । ଏହା ଭିତରେ ଥିଲା ପିଏନଏସ ଖାଇବାର । ପାକିସ୍ତାନ ନୌସେନାକୁ ପରାସ୍ତ କରିଥିଲା ଭାରତୀୟ ନୌସେନା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Navy Day will be celebrated on December 4 at Puri Blue Flag Beach | Argus News