Videos
|
National

ଭାରତୀୟ ନୌସେନାକୁ ବଡ଼ ସଫଳତା, ଜବତ ହେଲା ୩,୩୦୦ କିଲୋଗ୍ରାମ ଡ୍ରଗ୍ସ

Jitendra Dash
Browse all articles by Jitendra Dash
·2 years ago·1 min read
ଭାରତୀୟ ନୌସେନାକୁ ବଡ଼ ସଫଳତା, ଜବତ ହେଲା ୩,୩୦୦ କିଲୋଗ୍ରାମ ଡ୍ରଗ୍ସ

ଅର୍ଗସ ବ୍ୟୁରୋ : ପୁଣି ଭାରତୀୟ ନୌସେନାକୁ ବଡ଼ ସଫଳତା । ମଙ୍ଗଳବାର ଦିନ ଗୁଜୁରାଟର ପୋରବନ୍ଦର ନିକଟ ଜାହାଜରୁ ଜବତ ହେଲା ଡ୍ରଗ୍ସ । ଏଭଳି ଘଟଣା ଦେଖିବାକି ମିଳିଛି ଗୁଜୁରାଟର ପୋରବନ୍ଦରରେ । ଏହି ଅପରେସନରେ ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ସାମିଲ ହୋଇଥିଲେ । ଜାହାଜରୁ ପ୍ରାୟ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଛି ।

ଜାଣିବାକୁ ମିଳିଛି ଯେ ଚଢ଼ାଉ ବେଳେ ୩୦୮୯ କିଲୋଗ୍ରାମରୁ ଅଧିକ ଚରସ, ୧୫୮ କିଲୋ ମିଥାମଫେଟାମାଇନ୍ ଏବଂ ୨୫ କିଲୋଗ୍ରାମ ମର୍ଫିନ ଉଦ୍ଧାର କରାଯାଇଛି । ଏହି ଘଟଣାରେ ଜାହାଜରେ ଥିବା ପାଞ୍ଚ ଜଣ କର୍ମଚାରୀ, ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ପାକିସ୍ତାନର ହୋଇଥିବା ସୂଚନା ମିଳିଥିବା ବେଳେ ଏହି ଡ୍ରଗ୍ସ କାରବାର ପଛରେ ପାକିସ୍ତାନର ଲିଙ୍କ ଥିବା ସନ୍ଦେହ କରାଯାଉଛି । 

ଅଧିକ ପଢନ୍ତୁ ଭାରତ ଖବର

ଅଧିକାରୀମାନେ ଏପର୍ଯ୍ୟନ୍ତ ଜବତ ହୋଇଥିବା ଡ୍ରଗ୍ସର ମୋଟ ମୂଲ୍ୟ ନିର୍ଦ୍ଦାରଣ କରିନାହାନ୍ତି,  ନ୍ୟୁଜ୍ ଏଜେନ୍ସି ପିଟିଆଇ କହିଛି ଯେ ଅନ୍ତର୍ଜାତୀୟ ବଜାରରେ ଏକ କିଲୋଗ୍ରାମ ଚାରସର ମୂଲ୍ୟ ୭ କୋଟି ଟଙ୍କା ରହିଛି । ଜାହାଜଟି ଇରାନରୁ ଆସିଥିବା ବେଳେ ଭାରତରେ ଡ୍ରଗ୍ସ କାରବାର ନେଇ ଅନ୍ତରାଷ୍ଟ୍ରୀୟ ବଡ଼ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: