Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହରିୟାଣାର ଦ୍ବାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂହ ସୈନି

Swayangprajna Mishra
Browse all articles by Swayangprajna Mishra
·1 year ago
ହରିୟାଣାର ଦ୍ବାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂହ ସୈନି

ଅର୍ଗସ ବ୍ୟୁରୋ : ଅକ୍ଟୋବର ୧୫ରେ ଶପଥ ନେଇପାରନ୍ତି ନାୟବ ସିଂହ ସୈନି। ସେ ହରିୟାଣାର ଦ୍ବାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ବିଜେପି ରାଜ୍ୟରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଅକ୍ଟୋବର ୮ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ବହୁମତ ସହ ବିଜୟୀ ଘୋଷିତ ହୋଇଥିଲା। ଏହା ପରେ ବିଧାୟକଦଳ ବୈଠକରେ ନାୟବ ସିଂହ ସୈନି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା।

ଅଧିକ ପଢନ୍ତୁ : ବିଜେପିର ହାଟ୍ରିକ ବିଜୟ ପରେ ସୈନିଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ

ଅକ୍ଟୋବର ୧୫ରେ ସେ ମୁଖ୍ୟମନ୍ତ୍ରୀଙ୍କ ଭାବେ ଶପଥ ନେବା ନେଇ ଚର୍ଚ୍ଚା ହେଉଛି। ଶପଥ ଗ୍ରହଣ ସମାରୋହର ତଦାରଖ ପାଇଁ ରାଜ୍ୟ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୧୦ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ପଞ୍ଚକୁଲା ଜିଲ୍ଲା କମିଶନରଙ୍କ ଦ୍ବାରା ପରିଚାଳିତ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nayab Singh Saini will take oath as the 12th Chief Minister of Haryana | Argus News