Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆହୁରି ସଶକ୍ତ ହେଲା ଏନଡିଏ

Jitendra Dash
Browse all articles by Jitendra Dash
·2 years ago
ଆହୁରି ସଶକ୍ତ ହେଲା ଏନଡିଏ

ଅର୍ଗସ ବ୍ୟୁରୋ : ଆହୁରି ସଶକ୍ତ ହେଲା ଏନଡିଏ । ଯୋଗୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ କ୍ୟାବିନେଟ ସଂପ୍ରସାରଣ ହୋଇଛି । ଓପି ରାଜଭରଙ୍କ ସମେତ ୪ ବିଧାୟକ ଶପଥଗ୍ରହଣ କରିଛନ୍ତି । ଯୋଗୀ ସରକାର ୨.୦ର ପ୍ରଥମ କ୍ୟାବିନେଟ ବିସ୍ତାର ହୋଇଛି । 

ଅଧିକ ପଢନ୍ତୁ ଭାରତ ଖବର

ଉତ୍ତର ପ୍ରଦେଶ କ୍ୟାବିନେଟରେ ସାମିଲ ହୋଇଛନ୍ତି ସୁହେଲଦେବ ଭାରତୀୟ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର, ଦାରା ସିଂହ, ସୁନୀଲ ଶର୍ମା ଏବଂ RLD ନେତା ଅନୀଲ କୁମାର । ରାଜ୍ୟପାଳ ଆନନ୍ଦୀବେନ ପଟେଲ ୪ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଶପଥଗ୍ରହଣ ପରେ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NDA partners SBSP, RLD get representation as Adityanath effects Cabinet expansion | Argus News