Giriraj Singh / କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବଡ଼ ବୟାନ, 'ବିହାର ଆମର...ଏବେ ପଶ୍ଚିମବଙ୍ଗର ପାଳି'
·10 months ago·2 min read

Key Points
ବିହାରରେ ବଡ଼ ବିଜୟ ଅଭିମୁଖେ NDA । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପିର ବିଜୟ ପରେ ଗିରିରାଜ ସିଂଙ୍କ ବଡ଼ ବୟାନ । କହିଲେ, ବିହାର ଆମର...ଏବେ ପଶ୍ଚିମବଙ୍ଗ ପାଳି।
ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଶୁକ୍ରବାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ପରେ ଇଭିଏମ୍ ଖୋଲିଛି । ତେବେ ଏହାରି ମଧ୍ୟରେ ବିହାର ନିର୍ବାଚନ ଫଳାଫଳ ପାଇଁ ୩ ଘଣ୍ଟା ଗଣନା ଶେଷ ହୋଇଛି । ବିହାର ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡଗୁଡ଼ିକ ବିଜେପି ନେତୃତ୍ୱାଧୀନ NDA ସ୍ପଷ୍ଟ ଭାବରେ ଆଗୁଆ ଥିବା ଦେଖିବାକୁ ମିଳୁଛି । ତେବେ ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ବିହାର ବେଗୁସାରାଇର ସାଂସଦ ଗିରିରାଜ ସିଂହ କହିଛନ୍ତି ବିହାରରେ ବିଜୟ ସମ୍ପୂର୍ଣ୍ଣ ଭାବରେ NDAର । ଏହା ପରେ ପରବର୍ତ୍ତୀ ବିଜୟ ପଶ୍ଚିମବଙ୍ଗରେ ହେବ ବୋଲି ସେ କହିଛନ୍ତି ।
ଗିରିରାଜ ସିଂହ କହିଛନ୍ତି, "ଏବେ ବେଙ୍ଗଲର ପାଳି"
ଗିରିରାଜ ସିଂହ କହିଛନ୍ତି, "ଯେଉଁମାନେ ବିହାରକୁ ବୁଝନ୍ତି ସେମାନେ ଜାଣନ୍ତି ଯେ ଏଠାକାର ଲୋକମାନେ 'ଜଙ୍ଗଲ ରାଜ' ଚାହାଁନ୍ତି ନାହିଁ । ବିହାରର ନାଗରିକମାନେ ଅରାଜକତା ଏବଂ ଦୁର୍ନୀତିଗ୍ରସ୍ତ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରନ୍ତି । ଜଣେ ଉତ୍ସର୍ଗୀକୃତ ବିଜେପି କର୍ମୀ ଭାବରେ, ମୁଁ ସ୍ପଷ୍ଟ ଭାବରେ କହୁଛି ବିହାରର ବିଜୟ ଆମର । ଏହା ପରେ ଏବେ ବଙ୍ଗଳାର ପାଳି।" ସେ ଆହୁରି କହିଛନ୍ତି ଯେ ପଶ୍ଚିମବଙ୍ଗରେ ମଧ୍ୟ ନିଶ୍ଚିତ ଭାବେ ବିଜୟ ହେବ । ସେ କହିଛନ୍ତି ଯେ ସେଠାକାର ବର୍ତ୍ତମାନର ସରକାର ଅରାଜକତା ଏବଂ ବାହ୍ୟ ପ୍ରଭାବ ଦ୍ୱାରା ପ୍ରଭାବିତ ।
ବିହାରର ବିଜୟର ଅର୍ଥ କ'ଣ?
ଗିରିରାଜ ସିଂହ ଜାତୀୟ ଗଣମାଧ୍ୟମରେ କହିଛନ୍ତି, ବିହାର ନିର୍ବାଚନ ଫଳାଫଳ ସୂଚାଇ ଦେଉଛି ଯେ ଭୋଟରମାନେ ଅରାଜକତାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ NDAର ବିକାଶ-କେନ୍ଦ୍ରିକ ଏଜେଣ୍ଡାକୁ ବାଛିଛନ୍ତି । ସେ କହିଛନ୍ତି "ଏହା ବିକାଶ, ସାମାଜିକ ସମନ୍ୱୟ ଏବଂ ନ୍ୟାୟ ପାଇଁ ଏକ ନିର୍ବାଚନ।" ଆଜି ପ୍ରତ୍ୟେକ ଜିଲ୍ଲାରେ ଇଞ୍ଜିନିୟରିଂ ଏବଂ ମେଡିକାଲ କଲେଜ ଖୋଲିବାରେ ଲାଗିଛି । ଏହା ହେଉଛି ପ୍ରଗତି ।
ଯୁବକମାନଙ୍କ ପାଇଁ ବାର୍ତ୍ତା
ବିଜେପି ନେତା ଏହା ମଧ୍ୟ କହିଛନ୍ତି ଯେ ଆଜିର ଯୁବପିଢ଼ି 'ଜଙ୍ଗଲ ରାଜ'ର ଅଭିଜ୍ଞତା ଜାଣି ନ ପାରନ୍ତି, କିନ୍ତୁ ସେମାନଙ୍କ ପରିବାର ଲୋକେ ଜାଣିଥିଲେ । ସେ ସ୍ପଷ୍ଟ ଭାବରେ କହିଛନ୍ତି, "ବିହାର କେବେ ବି ଏହି ଦୁର୍ନୀତିଗ୍ରସ୍ତ ନେତାମାନଙ୍କ ହାତରେ ପଡ଼ିବ ନାହିଁ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ପଦ
ଗିରିରାଜ ସିଂହ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବିହାରରେ ସରକାର ନୀତିଶ କୁମାରଙ୍କ ନେତୃତ୍ୱରେ ଗଠନ ହେବ ଏବଂ ଏହାକୁ ନେଇ କୌଣସି ଦ୍ବନ୍ଦର ଆବଶ୍ୟକତା ନାହିଁ । ସେ କହିଛନ୍ତି, "ନୀତୀଶ କୁମାର ପ୍ରଭାବଶାଳୀ ନେତୃତ୍ୱ ପ୍ରଦାନ କରିଛନ୍ତି। ଯଦି ଏହା ଆରଜେଡି ହୋଇଥାନ୍ତା, ତେବେ ପ୍ରଶ୍ନଗୁଡ଼ିକ ଭିନ୍ନ ହୋଇଥାନ୍ତା ବୋଲି ସେ କହିଛନ୍ତି ।

Related Topics
Explore more stories